ସୁରକ୍ଷାକର୍ମୀ ଗୁଳିରେ ୫ ଆତଙ୍କୀ ନିହତ, ଜଣେ ଯବାନ ସହିଦ

ଶ୍ରୀନଗର: ଆତଙ୍କୀ ବିରୋଧୀ ଅଭିଯାନକୁ ଆଜି ପୁଣିଥରେ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଆଜି ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀମାନେ ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତୋଏବାର ସଦସ୍ୟ। ଏମାନଙ୍କ ମଧ୍ୟରେ ଲସ୍କରର ଜଣେ ଜିଲ୍ଲା କମାଣ୍ଡର ମଧ୍ୟ ରହିଛି। ଜମ୍ମୁ-କଶ୍ମୀରର ପୁଲୱାରେ ଘଟିଥିବା ଏହି ଗୁଳି ବିନିୟମରେ ଜଣେ ଯବାନ ସହିଦ ହୋଇଥିବା ସେନା ପକ୍ଷରୁ କୁହାଯାଇଛି। ସେନା ପକ୍ଷରୁ କୁହାଯାଇଛି ଯେ ପୁଲୱାମାର ରାଜପୋରା ଅନ୍ତର୍ଗତ ହାନଜାନ ଗାଁରେ କିଛି ଆତଙ୍କବାଦୀ […]

Encounter

Hemant Lenka
  • Published: Friday, 02 July 2021
  • , Updated: 02 July 2021, 07:17 PM IST

ଶ୍ରୀନଗର: ଆତଙ୍କୀ ବିରୋଧୀ ଅଭିଯାନକୁ ଆଜି ପୁଣିଥରେ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଆଜି ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀମାନେ ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତୋଏବାର ସଦସ୍ୟ। ଏମାନଙ୍କ ମଧ୍ୟରେ ଲସ୍କରର ଜଣେ ଜିଲ୍ଲା କମାଣ୍ଡର ମଧ୍ୟ ରହିଛି। ଜମ୍ମୁ-କଶ୍ମୀରର ପୁଲୱାରେ ଘଟିଥିବା ଏହି ଗୁଳି ବିନିୟମରେ ଜଣେ ଯବାନ ସହିଦ ହୋଇଥିବା ସେନା ପକ୍ଷରୁ କୁହାଯାଇଛି।

ସେନା ପକ୍ଷରୁ କୁହାଯାଇଛି ଯେ ପୁଲୱାମାର ରାଜପୋରା ଅନ୍ତର୍ଗତ ହାନଜାନ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀମାନେ ଲୁଚି ରହିଥିବା ଅଞ୍ଚଳକୁ କର୍ଡନ କରାଯିବା କ୍ଷଣି ସେମାନେ ଗୁଳିମାଡ଼ ଆରମ୍ଭ କରିଦେଇଥିଲେ।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ୫ ଜଣ ଯାକ ଆତଙ୍କବାଦୀ ନିହତ ହୋଇଛନ୍ତି। ସର୍ଚ୍ଚ ଅପରେସନ ବେଳେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ନିକଟରୁ ବିପୁଳି ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛି।

ଆତଙ୍କବାଦୀଙ୍କ ସହ ଲଢ଼େଇ କରିବା ବେଳେ ଜଣେ ଯବାନ ଗୁଳିମାଡ଼ର ଶିକାର ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। କଶ୍ମୀର ଉପତ୍ୟକାର ଆଇଜି ଏହି ଏନକାଉଣ୍ଟକୁ ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା ବୋଲି କହିଛନ୍ତି।

ସେ କହିଛନ୍ତି, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ନିହତ ଆତଙ୍କବାଦୀଙ୍କ ମଧ୍ୟରେ ନିଶହାଜ ଲୋନ ରହିଛି। ସେ ଲସ୍କରର ଜିଲ୍ଲା କମାଣ୍ଡର ଭାବେ କାମ କରୁଥିଲା। ସେହିପରି ଜଣେ ପାକିସ୍ତାନୀ ଆତଙ୍କବାଦୀର ମୃତଦେହ ମଧ୍ୟ ମିଳିଥିବା ସେ ସୂଚନା ଦେଇଛନ୍ତି।

Related story