୮ରୁ ୧୬ ପୂରା ରାଜ୍ୟ ହେବ ସଂପୂର୍ଣ୍ଣ ଲକଡାଉନ

ଥିରୁବନନ୍ତପୁରମ:ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକଡାଉନ ଜାରି କରିବାରେ ଲାଗିଛନ୍ତି। ଏହିକ୍ରମରେ କେରଳ ସରକାର ମଧ୍ୟ କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଲକଡାଉନ ପନ୍ଥା ଆପଣାଇଛନ୍ତି। ଆସନ୍ତା ୮ ତାରିଖରୁ ୧୬ ତାରିଖ ଯାଏ ପୂରା ରାଜ୍ୟରେ ଲକଡାଉନ ପାଳନ ହେବ ବୋଲି ସରକାର ଘୋଷଣା କରିଛନ୍ତି। ଏହାପୂର୍ବରୁ ମେ’ ୪ ତାରିଖ ଯାଏ ରାଜ୍ୟରେ ଲକଡାଉନ ଭଳି କଟକଣା ଲାଗୁ କରାଯାଇଥିଲା। ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରାଜ୍ୟ […]

Lockdown

Hemant Lenka
  • Published: Thursday, 06 May 2021
  • , Updated: 06 May 2021, 02:54 PM IST

ଥିରୁବନନ୍ତପୁରମ:ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକଡାଉନ ଜାରି କରିବାରେ ଲାଗିଛନ୍ତି। ଏହିକ୍ରମରେ କେରଳ ସରକାର ମଧ୍ୟ କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଲକଡାଉନ ପନ୍ଥା ଆପଣାଇଛନ୍ତି। ଆସନ୍ତା ୮ ତାରିଖରୁ ୧୬ ତାରିଖ ଯାଏ ପୂରା ରାଜ୍ୟରେ ଲକଡାଉନ ପାଳନ ହେବ ବୋଲି ସରକାର ଘୋଷଣା କରିଛନ୍ତି।

ଏହାପୂର୍ବରୁ ମେ’ ୪ ତାରିଖ ଯାଏ ରାଜ୍ୟରେ ଲକଡାଉନ ଭଳି କଟକଣା ଲାଗୁ କରାଯାଇଥିଲା। ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରାଜ୍ୟ ସରକାରଙ୍କୁ ସଂପୂର୍ଣ୍ଣ ଲକଡାଉନ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ। ବୁଧବାର ରାଜ୍ୟରେ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ରାଜ୍ୟ ସରକାର ସଂପୂର୍ଣ୍ଣ ଲକଡାଉନ ଲାଗୁ କରିବାକୁ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ଅଧିକାଂଶ ଜିଲ୍ଲାରେ ପଜିଟିଭିଟି ରେଟ୍‌ ଗତ ୨ ସପ୍ତାହ ହେଲାଣି ୨୦% ଉପରେ ରହୁଛି। ଦୈନିକ ସଂକ୍ରମଣ ସାଙ୍ଗକୁ ମୃତ୍ୟୁସଂଖ୍ୟା ବି ବଢ଼ିବାରେ ଲାଗିଛି। ସଂକ୍ରମଣ ରୋକିବାକୁ ଅନ୍ୟ କୌଣସି ଉପାୟ ନଥିବାରୁ ୮ ତାରିଖରୁ ୧୬ ତାରିଖ ପୂରା ରାଜ୍ୟରେ ତାଲାବନ୍ଦ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

ଲକଡାଉନ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ବ୍ୟତୀତ ଆଉ ସବୁ କିଛି ବନ୍ଦ ରହିବ। ସେହିପରି ଜରୁରୀ ସେବାରେ ନିୟୋଜିତ କର୍ମଚାରୀମାନେ ସେମାନଙ୍କ ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ।

Related story