ବଗି ଛାଡ଼ି ୨ କିମି ଯାଏ ପଳାଇଲା ଇଞ୍ଜିନ

ବିଶାଖାପଟନମ: ବଗିରେ ଯାତ୍ରୀମାନେ ବସିଥିଲେ ମଧ୍ୟ ସେମାନଙ୍କୁ ଛାଡ଼ି ଟ୍ରେନ ଇଞ୍ଜିନ ଦୀର୍ଘ ୨ କିମି ବାଟ ପଳାଇବା ଭଳି ଘଟଣା ସାମ୍ନାକୁ ଆସିଛି। ବିଶାଖାପଟନ-ନିଜାମୁଦ୍ଦିନ ସମତା ଏକ୍ସପ୍ରେସରେ ବସିଥିବା ଲୋକମାନେ ଏପରି ଏକ ଅଜବ ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶାଖାପଟନମରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ସମତା ଏକ୍ସପ୍ରେସର ଇଞ୍ଜିନ ଯାତ୍ରୀ ବାହୀ ବଗିଗୁଡ଼ିକୁ ଛାଡି ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଗଡ଼ିଛି। ତେବେ ଘଟଣାର କିଛି ସମୟରେ ଲୋକ ପାଇଲଟ ବା ଟ୍ରେନ ଡ୍ରାଇଭର ଏକଥା […]

Train

Hemant Lenka
  • Published: Thursday, 12 May 2022
  • , Updated: 12 May 2022, 12:07 PM IST

ବିଶାଖାପଟନମ: ବଗିରେ ଯାତ୍ରୀମାନେ ବସିଥିଲେ ମଧ୍ୟ ସେମାନଙ୍କୁ ଛାଡ଼ି ଟ୍ରେନ ଇଞ୍ଜିନ ଦୀର୍ଘ ୨ କିମି ବାଟ ପଳାଇବା ଭଳି ଘଟଣା ସାମ୍ନାକୁ ଆସିଛି। ବିଶାଖାପଟନ-ନିଜାମୁଦ୍ଦିନ ସମତା ଏକ୍ସପ୍ରେସରେ ବସିଥିବା ଲୋକମାନେ ଏପରି ଏକ ଅଜବ ଘଟଣାର ସମ୍ମୁଖୀନ ହୋଇଛନ୍ତି।

ବିଶାଖାପଟନମରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ସମତା ଏକ୍ସପ୍ରେସର ଇଞ୍ଜିନ ଯାତ୍ରୀ ବାହୀ ବଗିଗୁଡ଼ିକୁ ଛାଡି ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଗଡ଼ିଛି। ତେବେ ଘଟଣାର କିଛି ସମୟରେ ଲୋକ ପାଇଲଟ ବା ଟ୍ରେନ ଡ୍ରାଇଭର ଏକଥା ଜାଣି ପାରିଥିଲେ। ଏହାପରେ ସେ ପୁଣିଥରେ ଇଞ୍ଜିନିକୁ ବଗିଗୁଡ଼ିକ ପାଖକୁ ଆଣିଥିଲେ। ବଗି ଗୁଡ଼ିକ ଇଞ୍ଜିନରେ ସଂଯୋଗ ହେବା ପରେ ଏହା ନିଜର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

ଏହି ଘଟଣାଟି ରାୟଗଡ଼ା ଷ୍ଟେସନଠାରୁ ୬୦ କିଲୋମିଟର ଦୂରରେ ଘଟିଥିଲା। ଏହାକୁ ନେଇ କିଛି ସମୟ ପାଇଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ କିଭଳି ବଗି ଗୁଡ଼ିକୁ ଛାଡ଼ି ଇଞ୍ଜିନ୍ ପଳାଇଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାରତୀୟ ରେଳ ବାଇ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି। ଏଥିସହ ଘଟଣାର ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଥିବା ଜଣାପଡ଼ିଛି।

Related story