ମେ’ ୨୯ରୁ ଭାରତରୁ ବଂଲାଦେଶକୁ ଗଡ଼ିବ ଟ୍ରେନ୍‌

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ପୁଣି  ଚାଲିବ ଟ୍ରେନ୍‌ ସେବା। ଆସନ୍ତା ମେ’ ୨୯ ତାରିଖରୁ ଭାରତରୁ ବଂଲାଦେଶକୁ ଗଡ଼ିବ ଟ୍ରେନ୍‌। ଏ ସମ୍ପର୍କରେ ରେଳମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। କୋଭିଡ୍‌ ଯୋଗୁ  ୨୦୨୦ ମାର୍ଚ୍ଚ ମାସରେ  କୋଲକାତା ଓ ବାଂଲାଦେଶ ମଧ୍ୟରେ ଟ୍ରେନ୍‌ ସେବା ବାତିଲ କରାଯାଥିଲା। ଏବେ ଏହି ଟ୍ରେନ୍‌ ସେବାକ ପୁନଃ ଆରମ୍ଭ ପାଇଁ ବିଚାର କରାଯାଉଛି। ଏ ସମ୍ପର୍କରେ ରେଲୱେ ପକ୍ଷରୁ ତଥ୍ୟ ଜାରି କରାଯାଇଛି। ଢାକା ରେକ୍‌ ପକ୍ଷରୁ […]

Train line

Tapas Behera
  • Published: Thursday, 19 May 2022
  • , Updated: 19 May 2022, 09:01 AM IST

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ପୁଣି  ଚାଲିବ ଟ୍ରେନ୍‌ ସେବା। ଆସନ୍ତା ମେ’ ୨୯ ତାରିଖରୁ ଭାରତରୁ ବଂଲାଦେଶକୁ ଗଡ଼ିବ ଟ୍ରେନ୍‌। ଏ ସମ୍ପର୍କରେ ରେଳମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। କୋଭିଡ୍‌ ଯୋଗୁ  ୨୦୨୦ ମାର୍ଚ୍ଚ ମାସରେ  କୋଲକାତା ଓ ବାଂଲାଦେଶ ମଧ୍ୟରେ ଟ୍ରେନ୍‌ ସେବା ବାତିଲ କରାଯାଥିଲା। ଏବେ ଏହି ଟ୍ରେନ୍‌ ସେବାକ ପୁନଃ ଆରମ୍ଭ ପାଇଁ ବିଚାର କରାଯାଉଛି।

ଏ ସମ୍ପର୍କରେ ରେଲୱେ ପକ୍ଷରୁ ତଥ୍ୟ ଜାରି କରାଯାଇଛି। ଢାକା ରେକ୍‌ ପକ୍ଷରୁ ଢାକାରୁ କୋଲକାତା-ଢାକା ମୈତ୍ରୀ ଏକ୍ସପ୍ରେସ୍‌  ସେବା ଆରମ୍ଭ ହେବ। ସେହିପରି ଭାରତ ରେକ ପକ୍ଷରୁ କୋଲକାତା-ଖୁଲଣ ବନ୍ଧନ ଏକ୍ସପ୍ରେସ୍‌ ମେ’ ୨୯ରୁ ଆରମ୍ଭ ହେବ।

ସେହିପରି ଏନଜେପି-ଢାକା ମିତାଲି ଏକ୍ସପ୍ରେସ୍‌ ସେବା ଜୁନ୍‌ ୧ରୁ ଆରମ୍ଭ ହେବ।  ଏହି ଟ୍ରେନ୍‌ଟିକୁ ଭାରତୀୟ ରେଳମନ୍ତ୍ରୀଙ୍କ ପକ୍ଷରୁ ଶୁଭାରମ୍ଭ କରାଯିବ। ଏହି ସମୟରେ  ବାଂଲାଦେଶର ରେଲୱେ ମନ୍ତ୍ରୀ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି।

Related story