ମିନି ଏୟାରକ୍ରାଫ୍ଟ କ୍ରାଶ, ପାଇଲଟ୍‌ ଆହତ

ପୁଣେ: ସୋମବାର ଏକ ସିଙ୍ଗିଲ ସିଟର ଟ୍ରେନର ଟ୍ରେନି ଏଆରକ୍ରାଫ୍ଟ ମହାରାଷ୍ଟ୍ରର ପୁଣେ ଜିଲ୍ଲାର କ୍ରାଶ୍‌ ହୋଇଛି। ଏଥିରେ ଟ୍ରେନି ପାଇଲଟ୍‌ ଗୁରୁତର ହୋଇଛନ୍ତି। ଆହତ ହୋଇଥିବା ପାଇଲଟଙ୍କ ନାଁ ଭାବିକା ରାଠୋଡ଼।  ପୁଣେର ଇନ୍ଦ୍ରପୁର ତହସିଲ ଅଧିନ କାଡବନୱାଡ଼ି ଇଲାକାରେ ଏୟାକ୍ରାଫ୍ଟଟି ଦୁର୍ଘଟଣାଗ୍ରସ୍ତ ହୋଇଛି।  ଏହା ଏକ ଛୋଟଧରଣର ଏୟାରକ୍ରାଫ୍ଟ ହୋଇଥିବା ବେଳେ ବୈଶୟିକ ତ୍ରୁଟି ଯୋଗୁ କ୍ରାଶ ହୋଇଥିବା କୁହାଯାଉଛି।  ଆଜି ଦିନ ୧୧ଟା ୩୦ରେ ଏକ ଖୋଲା ପଡ଼ିଆରେ ଏହି ଅଘଟଣ ଘଟିଥିବା […]

maharastra

  • Published: Monday, 25 July 2022
  • , Updated: 25 July 2022, 03:47 PM IST

ପୁଣେ: ସୋମବାର ଏକ ସିଙ୍ଗିଲ ସିଟର ଟ୍ରେନର ଟ୍ରେନି ଏଆରକ୍ରାଫ୍ଟ ମହାରାଷ୍ଟ୍ରର ପୁଣେ ଜିଲ୍ଲାର କ୍ରାଶ୍‌ ହୋଇଛି। ଏଥିରେ ଟ୍ରେନି ପାଇଲଟ୍‌ ଗୁରୁତର ହୋଇଛନ୍ତି। ଆହତ ହୋଇଥିବା ପାଇଲଟଙ୍କ ନାଁ ଭାବିକା ରାଠୋଡ଼।  ପୁଣେର ଇନ୍ଦ୍ରପୁର ତହସିଲ ଅଧିନ କାଡବନୱାଡ଼ି ଇଲାକାରେ ଏୟାକ୍ରାଫ୍ଟଟି ଦୁର୍ଘଟଣାଗ୍ରସ୍ତ ହୋଇଛି।  ଏହା ଏକ ଛୋଟଧରଣର ଏୟାରକ୍ରାଫ୍ଟ ହୋଇଥିବା ବେଳେ ବୈଶୟିକ ତ୍ରୁଟି ଯୋଗୁ କ୍ରାଶ ହୋଇଥିବା କୁହାଯାଉଛି।  ଆଜି ଦିନ ୧୧ଟା ୩୦ରେ ଏକ ଖୋଲା ପଡ଼ିଆରେ ଏହି ଅଘଟଣ ଘଟିଥିବା ବେଳେ ଏଥିରେ ଥିବା ପାଇଲଟ ଗୁରୁତର ହୋଇଛନ୍ତି।

ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏୟାରକ୍ରାଫ୍ଟଟି ନଷ୍ଟ ହୋଥିବା ପୁଲିସ କହିଛି। ଏ ସମ୍ପର୍କରେ କେନ୍ଦ୍ର ବେସାମରିକ ଚଳାଚଳମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ଦୁଃଖ ପ୍ରକାଶ କରିଛନ୍ତି।  ଘଟଣାକୁ ଦୁର୍ଭାଗ୍ୟଜନକ କହିଥିବା ବେଳେ ଆହତ ପାଇଲଟଙ୍କ ତୁରନ୍ତ ଆଶୁ ଆରୋଗ୍ୟ କାମନା କରିଛନ୍ତି ।  ଏଥିସହ ବେସାମରିକ ଚଳାଚଳ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।  କାରଭର ଆଭିଏସନର ଏହି ଏୟାରକ୍ରାଫ୍ଟଟ ମହାରାଷ୍ଟ୍ରର ଘରୋଇ ବରାମତି  ଆଭିଏସନ ସ୍କୁଲର ବୋଲି ଜଣାପଡ଼ିଛି।

Related story