କଂଗ୍ରେସର କଳାଯାଦୁକୁ ଲୋକେ ବିଶ୍ୱାସ କରିବେନି: ମୋଦି

ନୂଆଦିଲ୍ଲୀ:  ମୌସୁମୀ ଅଧିବେଶନରୁ କେନ୍ଦ୍ର ସରକାରଙ୍କୁ ଘେରି ଆନ୍ଦୋଳନକୁ ଜୋରଦାର କରିଥିବା କଂଗ୍ରେସକୁ ଆଜି ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଂଗ୍ରେସର ନାଁ ନନେଇ ପରୋକ୍ଷରେ କଂଗ୍ରେସ ଅନ୍ଧବିଶ୍ୱାସୀ ଦଳ ବୋଲି କହିଛନ୍ତି । ମୋଦି କହିଛନ୍ତି ଯେ, କେବେ କେବେ କୌଣସି ରୋଗୀ ରୋଗର ଚିକତ୍ସା କରି ବିଫଳ ହେବା ପରେ ସେ ଥକି ଯାଆନ୍ତି।  ନିରାଶ ହୋଇ ଯାଆନ୍ତି। ସବୁଠାରୁ ଭଲ ଭଲ ଡାକ୍ତରଙ୍କ ପରାମର୍ଶ ନେବା ସତ୍ତ୍ୱେ ତଥାପି ଲାଭ ମିଳେନି […]

Modi

  • Published: Wednesday, 10 August 2022
  • , Updated: 10 August 2022, 10:02 PM IST

ନୂଆଦିଲ୍ଲୀ:  ମୌସୁମୀ ଅଧିବେଶନରୁ କେନ୍ଦ୍ର ସରକାରଙ୍କୁ ଘେରି ଆନ୍ଦୋଳନକୁ ଜୋରଦାର କରିଥିବା କଂଗ୍ରେସକୁ ଆଜି ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଂଗ୍ରେସର ନାଁ ନନେଇ ପରୋକ୍ଷରେ କଂଗ୍ରେସ ଅନ୍ଧବିଶ୍ୱାସୀ ଦଳ ବୋଲି କହିଛନ୍ତି । ମୋଦି କହିଛନ୍ତି ଯେ, କେବେ କେବେ କୌଣସି ରୋଗୀ ରୋଗର ଚିକତ୍ସା କରି ବିଫଳ ହେବା ପରେ ସେ ଥକି ଯାଆନ୍ତି।  ନିରାଶ ହୋଇ ଯାଆନ୍ତି। ସବୁଠାରୁ ଭଲ ଭଲ ଡାକ୍ତରଙ୍କ ପରାମର୍ଶ ନେବା ସତ୍ତ୍ୱେ ତଥାପି ଲାଭ ମିଳେନି । ସେ ଯେତେ ପାଠ ପଢ଼ିଥାଉନା କାହିଁକି ଅନ୍ଧ ବିଶ୍ୱାସ ଆଡ଼କୁ ମୁହାଁଏ । ସେ ଝଡ଼ାଫୁଙ୍କା କରେ। କଳାଯାଦୁ କରେ। ଏମିତିକ କିଛି ଲୋକେ ଆମ ଦେଶର ଅଛନ୍ତି।

ଯେଉଁମାନେ କେବଳ ନକରାତ୍ମକ ଭ୍ରମରେ ଫସିଛନ୍ତି। ନିରାଶରେ ବୁଡ଼ି ରହିଛନ୍ତି । ସରକାରଙ୍କ ବିରୋଧରେ ମିଛ ପରେ ମିଛ କହି ଲୋକଙ୍କ ବିଶ୍ୱାସରୁ ବଞ୍ଚିତ ହେଉଛନ୍ତି। ଲୋକେ ଏମାନଙ୍କୁ  ଭରସା କରିବାକୁ ପ୍ରସ୍ତୁତ ନୁହନ୍ତି। ଏମିତି ହତାଶା ସମୟରେ ଏହି ଲୋକମାନେ କଳାଯାଦୁ ଆଡ଼କୁ ଅଗ୍ରସର ହୋଇଛନ୍ତି । ଏହାର ଉଦାହରଣ ଅଗଷ୍ଟ ୫ ତାରିଖରେ ଦେଖିବାକୁ ମିଳିଲା ବୋଲି ମୋଦି କହିଛନ୍ତି। ସୂଚନା ଅନୁଯାୟୀ, ଦରଦାମ ବୃଦ୍ଧି, ବେରୋଜଗାରୀ, ଜିଏସଟି ପ୍ରତିବାଦରେ ଦେଶବ୍ୟାପି ପ୍ରତିବାଦ କରିଛି କଂଗ୍ରେସ । ଦିଲ୍ଲୀରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ପ୍ରତିବାଦର ମଂଗ ଧରିଥିଲେ ।

କଳା ପୋଷାକ ପିନ୍ଧି କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ କରିଥିଲେ । କେବଳ ଦିଲ୍ଲୀ ନୁହେଁ ବିଭିନ୍ନ ରାଜ୍ୟରେ ମଧ୍ୟ ପ୍ରତିବାଦ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ । ଦରଦାମ ବୃଦ୍ଧି, ବେରୋଜଗାରୀ, ଜିଏସଟିକୁ ନେଇ ସାରାଦେଶରେ କଂଗ୍ରେସ କେନ୍ଦ୍ର ସରକାର ବିରୋଧରେ ଏମିତି ଶକ୍ତି ପଦର୍ଶନ କରିଛି । କଂଗ୍ରେସ ନେତାମାନେ କଳାପୋଷାକ ପିନ୍ଧି ପ୍ରତିବାଦ କରିଥିଲେ। ଯାହାକୁ ନେଇ ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

Related story