ଉପରାଷ୍ଟ୍ରପତିଙ୍କର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବା ଟ୍ୱିଟରର ମନ୍ଦ ଉଦ୍ଦେଶ୍ୟ: କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ମାଇକ୍ରୋ ବ୍ଲିଗିଂ ପ୍ଲାଟଫର୍ମ ଟ୍ୱିଟର ମଧ୍ୟରେ ବିବାଦ ଆହୁରି ତେଜିଛି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ପ୍ରମୁଖ ଆରଏସଏସ ନେତାଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ମାର୍କ ଟ୍ୱିଟର ହଟାଇବା ପରେ ଏହି ବିବାଦ ଚରମସୀମାରେ ପହଞ୍ଚିଛି। ତେବେ ଜାତୀୟ ଟିଭି ଚ୍ୟାନେଲରେ ଏହାକୁ ନେଇ ତର୍କ ଆରମ୍ଭ ହେବା ଦେଖି ଟ୍ୱିଟର ଏବେ ନିଜ ନିଷ୍ପତ୍ତିରେ ୟୁଟର୍ଣ୍ଣ ନେଇ ଭେଙ୍କେୟାଙ୍କ ଆକାଉଣ୍ଟରେ ପୁଣିଥରେ ବ୍ଲୁ ଟିକ୍ ମାର୍କ ଲଗାଇ ଦେଇଛି। […]

twitter-vs-union-govt

Subhransu Sekhar
  • Published: Saturday, 05 June 2021
  • , Updated: 05 June 2021, 12:08 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ମାଇକ୍ରୋ ବ୍ଲିଗିଂ ପ୍ଲାଟଫର୍ମ ଟ୍ୱିଟର ମଧ୍ୟରେ ବିବାଦ ଆହୁରି ତେଜିଛି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ପ୍ରମୁଖ ଆରଏସଏସ ନେତାଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ମାର୍କ ଟ୍ୱିଟର ହଟାଇବା ପରେ ଏହି ବିବାଦ ଚରମସୀମାରେ ପହଞ୍ଚିଛି। ତେବେ ଜାତୀୟ ଟିଭି ଚ୍ୟାନେଲରେ ଏହାକୁ ନେଇ ତର୍କ ଆରମ୍ଭ ହେବା ଦେଖି ଟ୍ୱିଟର ଏବେ ନିଜ ନିଷ୍ପତ୍ତିରେ ୟୁଟର୍ଣ୍ଣ ନେଇ ଭେଙ୍କେୟାଙ୍କ ଆକାଉଣ୍ଟରେ ପୁଣିଥରେ ବ୍ଲୁ ଟିକ୍ ମାର୍କ ଲଗାଇ ଦେଇଛି।

କେନ୍ଦ୍ର ସରକାରର ଆଇଟି ମନ୍ତ୍ରାଳୟ ଟ୍ୱିଟରର ଏଭଳି ଆଭିମୁଖ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଦେଶର ଦ୍ୱିତୀୟ ବ୍ୟକ୍ତିଙ୍କ ସହିତ ଟ୍ୱିଟର ଏଭଳି କରିବା ଆଦୌ ଗ୍ରହଣୀୟ ନୁହେଁ। ଉପରାଷ୍ଟ୍ରପତି କୌଣସି ରାଜନୀତିକ ବ୍ୟକ୍ତିବେଶଷ ନୁହନ୍ତି। ସେ ରାଜନୀତିକୁ ଉର୍ଦ୍ଦରେ ରହି ସାମ୍ୱାଧାନିକ ପଦବୀରେ ରହିଛନ୍ତି ବୋଲି ଆଇଟି ମନ୍ତ୍ରାଳୟ କହିଥିବା ସୂଚନା ରହିଛି। ଟ୍ୱିଟର ବ୍ଲୁ ଟିକ୍ ମାର୍କ ହଟାଇବା ମନ୍ଦ ଉଦ୍ଦେଶ୍ୟକୁ ସୂଚାଇଛି। ଆମେରିକାରେ ସାମ୍ୱାଧାନିକ ପଦବୀରେ ବସିଥିବା ଲୋକଙ୍କ ସହ ଏଭଳି କରିପାରିବ କି ବୋଲି ସରକାର ଟ୍ୱିଟରକୁ ପ୍ରଶ୍ନ କରିଛନ୍ତି। ଯଦି ଏଭଳି କରି ଟ୍ୱିଟର ଭାରତ ସରକାରଙ୍କ ଧୈର୍ଯ୍ୟ ପରୀକ୍ଷା କରୁଥିବା ତାହେଲେ ଏହା ଠିକ୍ ନୁହେଁ ବୋଲି ସରକାର କହିଛନ୍ତି।

ଯଦି ଉପରାଷ୍ଟ୍ରପତି ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ଅନେକ ଦିନ ହେବ ଟ୍ୱିଟ କରିନଥିବାରୁ ଏଭଳି ହୋଇଛି ତାହାଲେ ସୁଷମା ସ୍ୱରାଜ ଏବଂ ଅରୁଣ ଜେଟଲୀଙ୍କର ଆକାଉଣ୍ଟରୁ କେମିତି ବ୍ଲୁ ଟିକ୍ ମାର୍କ ହଟିନି ବୋଲି କେନ୍ଦ୍ର କହିଥିବା ସୂଚନା ରହିଛି।

ସେହିପରି ଆରଏସଏଏସ ମୁଖ୍ୟ ମୋହନ ଭାଗବତ, ପ୍ରମୁଖ ନେତା ସୁରେଶ ଜୋଶୀ, କୃଷ୍ଣଗୋପାଳ, ସୁରେଶ ସୋନୀ ଏବଂ ଅଖିଳ ଭାରତୀୟ ପ୍ରଚାରର ପ୍ରମୁଖ ଅରୁଣ କୁମାରଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ମାର୍କ ହଟାଇ ଦେଇଛି।

Related story