ପତାକା ଉତ୍ତୋଳନ ବେଳେ ଚାଲିଗଲା ୨ ଜୀବନ

ହାଇଦ୍ରାବାଦ: ସ୍ୱାଧୀନତା ଦିବସରେ ଅଘଟଣା। ଆଜି ସ୍ୱାଧୀନତା ଦିବସର ଅମୃତମହୋତ୍ସବ ପାଳନ ବେଳେ ସବୁଠି ଉତ୍ସବମୁଖର ଥିଲା ବେଳେ ଏକ ଦୁଃଖଦ ଖବର ଆସିଛି। ସ୍ୱତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତ ଲାଗି ୨ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଜଣେ ଆହତ ହୋଇଛନ୍ତି। ଆଜି ତେଲେଙ୍ଗାନାରେ ଏହି ଘଟଣା ଘଟିଛି।  ମୃତକ ୨ ଜଣ ହେଲେ ଅନିଲ କୁମାର ଗୌଡ଼(୪୦) ଏବଂ  ତରୁପାଠି(୪୨) । ଏମାନେ ଯେଉଁ ଲୁହା ପୋଲରେ […]

flag

  • Published: Monday, 15 August 2022
  • , Updated: 15 August 2022, 04:07 PM IST

ହାଇଦ୍ରାବାଦ: ସ୍ୱାଧୀନତା ଦିବସରେ ଅଘଟଣା। ଆଜି ସ୍ୱାଧୀନତା ଦିବସର ଅମୃତମହୋତ୍ସବ ପାଳନ ବେଳେ ସବୁଠି ଉତ୍ସବମୁଖର ଥିଲା ବେଳେ ଏକ ଦୁଃଖଦ ଖବର ଆସିଛି। ସ୍ୱତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତ ଲାଗି ୨ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଜଣେ ଆହତ ହୋଇଛନ୍ତି। ଆଜି ତେଲେଙ୍ଗାନାରେ ଏହି ଘଟଣା ଘଟିଛି।  ମୃତକ ୨ ଜଣ ହେଲେ ଅନିଲ କୁମାର ଗୌଡ଼(୪୦) ଏବଂ  ତରୁପାଠି(୪୨) । ଏମାନେ ଯେଉଁ ଲୁହା ପୋଲରେ ପତାକା ଉତ୍ତୋଳନ କରୁଥିଲେ ତାହା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ଆସିଥିଲା। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଧନଞ୍ଜୟ ନାମୟକ ଆଉ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।

ସମ୍ପୃକ୍ତ ୩ ଜଣଙ୍କୁ  ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ମେଡିକାଲରେ ଡାକ୍ତର ଅନିଲ କୁମାର ଏବଂ ତରୁପାଠିଙ୍କୁ ମୃତ ଘୋଷଣା କରିଥିଲେ।  ପାଟାନଚେରୁ ଡିଏସପି ଭୀମ ରେଡ୍ଡୀ ଏହି ମାମଲାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥାନୀୟ ବିଧାୟକ ଗୁଦେମ ମହିପାଲ ରେଡ୍ଡୀ ଡାକ୍ତରଖାନାରେ ପହଞ୍ଚି ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ।

Related story