ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲେ ମନ୍ତ୍ରୀଙ୍କ ପୁଅ, ୨ ମୃତ

ଲକ୍ଷ୍ନୌ: ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ଗାଡି ଚଢ଼ାଇଦେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ। ଏହି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୮ ଜଣ ଚାଷୀ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀର ତିକୁନିଆ ଅଞ୍ଚଳରେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳରେ ମନ୍ତ୍ରୀଙ୍କ ତିନୋଟି କାର୍‌ରେ ନିଆଁ ଲଗାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ। ସୂଚନା ମୁତାବକ, ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ […]

Car Fire-1

Madhupriya Mistry
  • Published: Sunday, 03 October 2021
  • , Updated: 03 October 2021, 05:51 PM IST

ଲକ୍ଷ୍ନୌ: ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ଗାଡି ଚଢ଼ାଇଦେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ। ଏହି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୮ ଜଣ ଚାଷୀ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀର ତିକୁନିଆ ଅଞ୍ଚଳରେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳରେ ମନ୍ତ୍ରୀଙ୍କ ତିନୋଟି କାର୍‌ରେ ନିଆଁ ଲଗାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ।

ସୂଚନା ମୁତାବକ, ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନି ଲକ୍ଷ୍ମୀପୁର ଖେରି ଜିଲ୍ଲା ଗସ୍ତରେ ଆସିଥିଲେ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେମାନେ ଯାଇଥିଲେ। ଏହି ସମୟରେ କୃଷକମାନେ ତାଙ୍କୁ କଳା ପତାକା ଧରି ପ୍ରବଳ ବିରୋଧ କରିଥିଲେ। କେନ୍ଦ୍ରର ତିନି କୃଷି ଆଇନ୍‌କୁ ବିରୋଧକରି ଶତାଧିକ ଚାଷୀ ରାସ୍ତାକୁ ଓହ୍ଲାଇଥିଲେ। ଏହି ସମୟରେ ମନ୍ତ୍ରୀଙ୍କ କାର୍‌କେଡ୍‌ ଆନ୍ଦୋଳନକାରୀ କୃଷକଙ୍କ ଉପରେ ମାଡି ଯାଇଥିଲେ। ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ମଧ୍ୟ ଏକ କାର୍‌ ଚଳାଉଥିଲେ।

[caption id="attachment_681177" align="aligncenter" width="650"] ବିଜେପି ନେତାଙ୍କୁ ବିକ୍ଷୋଭକାରୀ ଚାଷୀମାନେ ମାଡ ମଧ୍ୟ ମାରିଛନ୍ତି[/caption]

ଏହି ଘଟଣାରେ ୨ ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି। ସେପଟେ ଘଟଣାସ୍ଥଳରେ ହିଁ ଉତ୍ତ୍ୟକ୍ତ ଚାଷୀ ମନ୍ତ୍ରୀଙ୍କ ତିନୋଟି କାର୍‌କୁ ଜାଳି ଦେଇଛନ୍ତି। ପ୍ରବଳ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କୃଷକମାନେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ବିଜେପି ନେତାଙ୍କୁ ବିକ୍ଷୋଭକାରୀ ଚାଷୀମାନେ ମାଡ ମଧ୍ୟ ମାରିଥିବା ଜଣାପଡିଛି।

ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଛି। ଆଖୁ କ୍ଷେତ ଭିତରେ ହିଂସା ସୃଷ୍ଟି  କରୁଥିବା ଚାଷୀଙ୍କୁ ପୋଲିସ ତଡ଼ି ଦେଇଛି। ସେପଟେ ହିଂସାକୁ ଦେଖି ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରଦାସ ମୌର୍ଯ୍ୟ ଅଧା ବାଟରୁ ହିଁ ଫେରିଯାଇଛନ୍ତି। ସେପଟେ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ପୁଲିସ ଅଧିକ ଫୋର୍ସ ମଗାଇଛି।

କୁହାଯାଉଛି ଯେ ରବିବାର ଦିନ ଜିଲ୍ଲାର ବିଭିନ୍ନ ଯୋଜନାର ମୂଳଦୁଆ ପକାଇବାକୁ ଆସିଥିବା ଡେପୁଟି ସିଏମ୍ କେଶବ ପ୍ରସାଦ ମୌର୍ଯ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର, ଟିକୁନିଆ ପୋଲିସ ଷ୍ଟେସନ ଅଞ୍ଚଳ ବାନଭୀର ପୁର ଗ୍ରାମରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥାନ୍ତେ। ତେବେ କୃଷି ଆଇନ୍‌କୁ ବିରୋଧ କରି ସେଠାରେ ସକାଳୁ ହିଁ ହଜାର ହଜାର କୃଷକ କଳା ପତାକା ଧରି ବିରୋଧ କରିବାକୁ ଏକଜୁଟ୍‌ ହୋଇଥିଲେ।

Related story