ଜେଡିୟୁକୁ ଜୋରଦାର ଝଟକା, ୨ ଥରର ବିଧାୟକ ଆରଜେଡିରେ ମିଶିଲେ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁକୁ ଜୋରଦାର ଝଟକା ଲାଗିଛି। ଜେଡିୟୁ ଟିକେଟରେ ଦୁଇଥର ବିଧାୟକ ଭାବେ କାର୍ଯ୍ୟ କରି ସାରିଥିବା ଦଳର ବରିଷ୍ଠ ନେତା ମହେଶ୍ୱର ସିଂହ ଆଜି ଲାଲୁ ଯାଦବଙ୍କ ଆରଜେଡିରେ ସାମିଲ ହୋଇଛନ୍ତି। ମହେଶ୍ୱରଙ୍କ ଏପରି ନିଷ୍ପତ୍ତିକୁ ଆରଜେଡି ସ୍ୱାଗତ କରିଛି। ମହେଶ୍ୱର ସିଂହ ଆଜି ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ଠାରୁ ଆରଜେଡିର ପ୍ରାଥମିକ ସଦସ୍ୟତା ପଦ ଗ୍ରହଣ କରିଛନ୍ତି। ମହେଶ୍ୱରଙ୍କ ମିଶ୍ରଣ ପାଇଁ ଆରଜେଡି […]

RJD

Hemant Lenka
  • Published: Saturday, 03 July 2021
  • , Updated: 03 July 2021, 06:34 PM IST

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁକୁ ଜୋରଦାର ଝଟକା ଲାଗିଛି। ଜେଡିୟୁ ଟିକେଟରେ ଦୁଇଥର ବିଧାୟକ ଭାବେ କାର୍ଯ୍ୟ କରି ସାରିଥିବା ଦଳର ବରିଷ୍ଠ ନେତା ମହେଶ୍ୱର ସିଂହ ଆଜି ଲାଲୁ ଯାଦବଙ୍କ ଆରଜେଡିରେ ସାମିଲ ହୋଇଛନ୍ତି। ମହେଶ୍ୱରଙ୍କ ଏପରି ନିଷ୍ପତ୍ତିକୁ ଆରଜେଡି ସ୍ୱାଗତ କରିଛି।

ମହେଶ୍ୱର ସିଂହ ଆଜି ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ଠାରୁ ଆରଜେଡିର ପ୍ରାଥମିକ ସଦସ୍ୟତା ପଦ ଗ୍ରହଣ କରିଛନ୍ତି। ମହେଶ୍ୱରଙ୍କ ମିଶ୍ରଣ ପାଇଁ ଆରଜେଡି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ତେଜସ୍ୱୀ ଯାଦବ ଯୋଗଦେଇ ଶ୍ରୀ ସିଂହଙ୍କୁ ଦଳକୁ ସ୍ୱାଗତ କରିଥିଲେ। ଅତ୍ୟନ୍ତ ଚାପ ସତ୍ତ୍ୱେ ସେ ଏନଡିଏରୁ ବାହାରି ଆସିଛନ୍ତି ଓ ପୂର୍ବ ଚମ୍ପାରନରେ ଥିବା ତାଙ୍କ ସମର୍ଥକମାନେ ମଧ୍ୟ ସମାନ ପଦକ୍ଷେପ ନେବେ ବୋଲି ଶ୍ରୀ ସିଂହ ଦାବି କରିଛନ୍ତି।

ମହେଶ୍ୱର ସିଂହଙ୍କୁ ଦଳକୁ ସ୍ୱାଗତ କରି ତେଜସ୍ୱୀ ତାଙ୍କ ସହ ଥିବା ପୁରୁଣା ସମ୍ପର୍କକୁ ମନେପକାଇଥିଲେ। ଦୀର୍ଘ ୧୦ ବର୍ଷ ତଳେ ଶ୍ରୀ ସିଂହ ଏଲଜେପିରେ ରହିଥିବା ବେଳେ ତେଜସ୍ୱୀଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଥିଲା। ଏହି ସମୟରେ ଏଲଜେପି ପ୍ରତିଷ୍ଠାତା ଦିବଂଗତ ରାମ ବିଲାଶ ପାଶ୍ୱାନଙ୍କ ସହ ଲାଲୁଙ୍କ ଆରଜେଡି ଗଠବନ୍ଧନ କରିଥିଲା।

ତେଜସ୍ୱୀ କହିଛନ୍ତି, ଜେଡିୟୁ ଓ ବିଜେପିର ଅନେକ ନେତା ଆରଜେଡି ଯୋଗାଯୋଗରେ ରହିଛନ୍ତି। କିନ୍ତୁ ସେ ମନଜୀତ ସିଂହଙ୍କ ସମ୍ପର୍କରେ କିଛି ବି କହି ନାହାନ୍ତି। ମନଜୀତ ହେଉଛି ନୀତୀଶ କୁମାରଙ୍କ ଜେଡିୟୁର ଆଉ ଜଣେ ପୂର୍ବତନ ବିଧାୟକ। ସେ କିଛି ଦିନ ତଳେ ତେଜସ୍ୱୀଙ୍କୁ ଦେଖା କରିଥିଲେ।

ଚର୍ଚ୍ଚା ହେଉଥିଲା ଯେ ସେ ମଧ୍ୟ ଆରଜେଡିରେ ମିଶିବେ। କିନ୍ତୁ ତେଜସ୍ୱୀ ଆଜି ସେ ସମ୍ପର୍କରେ କିଛି ବି କହିନାହାନ୍ତି। କୁହାଯାଉଛି ଯେ ଯେ ମନଜୀତ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ନୀତୀଶ କୁମାର ତାଙ୍କୁ ଫୋନ କରି ବୁଝାଇବାରୁ ସେ ନିଜର ନିଷ୍ପତ୍ତି ବଦଳାଇ ଦେଇଛନ୍ତି।

Related story