ଉଦୟପୁର: ବହୁଚର୍ଚ୍ଚିତ ଉଦୟପୁର ହତ୍ୟା ଘଟଣାରେ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଥିଲା। ହତ୍ୟାକାଣ୍ଡ ପରେ ଲୋକଙ୍କମନରେ କୁହୁଳୁଥିବା ଅସନ୍ତୋଷର ପରିଣାମ ଆଜି ଦେଖିବାକୁ ମିଳିଥିଲା। ଆଜି କୋର୍ଟ ପରିସରେ ଉତ୍ତ୍ୟକ୍ତ ଓକିଲ ପୁଲିସ ହେପାଜତରେ ଥିବା ଅଭିଯୁକ୍ତକୁ ନିର୍ଦ୍ଧୁମ ମାଡ଼ ମାରିଥିବା ଜଣାପଡ଼ିଛି । ଯାହାର ଭିଡିଓ ଫୁଟେଜ ଏବେ ବାହାରକୁ ଆସିଛି। ଦର୍ଜି କହ୍ନେୟା ଳାଲଙ୍କୁ ହତ୍ୟା ଘଟଣାରେ ଆଜି ଜୟପୁରସ୍ଥିତ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) କୋର୍ଟରେ ୪ ଅଭିଯୁକ୍ତଙ୍କୁ ହାଜର କରାଯାଇଥିଲା। ଏହି ସମୟରେ ଅଭିଯୁକ୍ତଙ୍କୁ ଲୋକେ ପଛପଟୁ ଝିଙ୍କି ମାଡ଼ ମାରୁଥିବା ଦେଖାଯାଇଥିଲା। ତେବେ କୋର୍ଟରେ ହାଜର ପରେ ଅଭିଯୁକ୍ତ ମହମ୍ମଦ ରିଆଜ ଅଖତାରୀ, ଗୌସ ମହମ୍ମଦ ଏବଂ ସେମାନଙ୍କ ସହଯୋଗୀ ଆସିଫ ଏବଂ ମୋହସିନଙ୍କୁ ୧୦ଦିନିଆ ରିମାଣ୍ଡରେ ନେଇଛି ଏନଆଇଏ ।
ଆଜି କୋର୍ଟ ପରିସରରେ ଓକିଲମାନେ ସ୍ଲୋଗାନ ଦେବା ସହିତ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ଦାବି କରିଥିଲେ। କଡ଼ା ସୁରକ୍ଷା ମଧ୍ୟରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲେ ବି ସେମାନଙ୍କୁ ଲୋକଙ୍କ ଆକ୍ରୋଶର ସାମ୍ନା କରିବାକୁ ପଡ଼ିଥିଲା। ସେହିପରି କୋର୍ଟ ବାହାରେ ଜମା ହୋଇଥିବା ଲୋକେ ମଧ୍ୟ ଥିବା ଲୋକେ ତାଙ୍କୁ ବଟଲ ଫିଙ୍ଗିବା ସହ ଚପଲ ମାଡ଼ କରିଥିଲେ। ଏହି ସମୟରେ ପୁଲିସ ସହ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଠେଲାପେଲା ହୋଇଥିଲା। ତୁରନ୍ତ ପୁଲିସ ପରିସ୍ଥିତିକୁ ଆୟତ୍ତକୁ ଆଣିଥିଲା।
ସୂଚନାଯୋଗ୍ୟ ଯେ, ରାଜସ୍ଥାନର ଉଦୟପୁରରେ ନୁପୁର ଶର୍ମାଙ୍କ ସମର୍ଥନରେ ଏକ ପୋଷ୍ଟ ଲେଖିଥିବାରୁ ଟେଲର କହ୍ନେୟାଲାଲ ତେଲିଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ପୋଷାକ ସିଲେଇ କରିବା ବାହାନାରେ ଦୋକାନରେ ପ୍ରବେଶ କରିଥିବା ଦୁଇ ଅଭିଯୁକ୍ତ ଅପରାଧ ଘଟାଇବା ସମୟରେ ମଧ୍ୟ ଏକ ଭିଡିଓ କରିଛନ୍ତି। ଭିଡିଓରେ ଦୁଇଜଣ ହତ୍ୟାକାରୀ ନିଜ ହାତରେ ଖଣ୍ଡା ଧରି ହସି ହସି ହତ୍ୟା କରିଥିବାର ସ୍ୱୀକାର ମଧ୍ୟ କରିଥିଲେ। ଏହି ଘଟଣା ପରେ ଅଭିଯୁକ୍ତମାନେ ଘଟଣାର ଭିଡିଓ ଜାରି କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧମକ ଦେଇଥିଲେ, ଯାହାକି ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।