ପଦ ଯିବା ପରେ ପ୍ରଥମଥର ପାଇଁ ମନର କଥା କହିଲେ ଉଦ୍ଧବ ଠାକରେ

ମୁମ୍ବାଇ: ନିଜ ଦଳର ବିଧାୟକଙ୍କ ବିଦ୍ରୋହ ଯୋଗୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଗଠନ ହୋଇଥିବା ମହାରାଷ୍ଟ୍ର ସରକାର ଭାଙ୍ଗି ଯାଇଛି। ବିଜେପି ସମର୍ଥନରେ ବିଦ୍ରୋହୀ ଗୋଷ୍ଠୀର ମୁଖିଆ ଏକନାଥ ସିନ୍ଦେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି। ତେବେ ସରକାର ଭାଙ୍ଗିବା ଓ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରଥମଥର ପାଇଁ ଶିବସେନାର ମୁଖପତ୍ର ସାମ୍ନାକୁ ବିସ୍ତୃତ ସାକ୍ଷାକାର ଦେଇ ମନ ଭିତରେ ଥିବା ଅସନ୍ତୋଷ ପ୍ରକାଶ କରିଛନ୍ତି ଉଦ୍ଧବ ଠାକରେ। ସେ […]

Uddhav

  • Published: Tuesday, 26 July 2022
  • , Updated: 26 July 2022, 11:28 AM IST

ମୁମ୍ବାଇ: ନିଜ ଦଳର ବିଧାୟକଙ୍କ ବିଦ୍ରୋହ ଯୋଗୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଗଠନ ହୋଇଥିବା ମହାରାଷ୍ଟ୍ର ସରକାର ଭାଙ୍ଗି ଯାଇଛି। ବିଜେପି ସମର୍ଥନରେ ବିଦ୍ରୋହୀ ଗୋଷ୍ଠୀର ମୁଖିଆ ଏକନାଥ ସିନ୍ଦେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି। ତେବେ ସରକାର ଭାଙ୍ଗିବା ଓ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରଥମଥର ପାଇଁ ଶିବସେନାର ମୁଖପତ୍ର ସାମ୍ନାକୁ ବିସ୍ତୃତ ସାକ୍ଷାକାର ଦେଇ ମନ ଭିତରେ ଥିବା ଅସନ୍ତୋଷ ପ୍ରକାଶ କରିଛନ୍ତି ଉଦ୍ଧବ ଠାକରେ। ସେ ଧୋକାର ଶିକାର ହୋଇଛନ୍ତି ଓ ହସ୍ପିଟାଲରେ ଥିବା ବେଳେ ହିଁ ତାଙ୍କ ସରକାର ଭାଙ୍ଗିବାକୁ ଯୋଜନା ହୋଇଥିଲା ବୋଲି ଉଦ୍ଧବ ଠାକରେ ଦାବି କରିଛନ୍ତି।

ସେ କହିଛନ୍ତି, “ମୁଁ ହସ୍ପିଟାଲରେ ଥିବା ବେଳେ ସରକାର ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ମୁଁ ସେହି ସମୟରେ ବହୁତ କଷ୍ଟରେ ବେଡରୁ ଉଠିବାକୁ ସକ୍ଷମ ହେଉଥିଲି। ମୋ ଶରୀରର ଚଳପ୍ରଚଳ କରିବା ବନ୍ଦ କରି ଦେଇଥିବା ବେଳେ ଷଡ଼ଯନ୍ତ୍ରକାରୀଙ୍କ ଯୋଜନା ଚରମ ଶିଖରରେ ପହଞ୍ଚିଥିଲା।”

ବିଦ୍ରୋହୀ ଘୋଷଣା କରି ସରକାର ଭାଙ୍ଗିବାରେ ବିଜେପିକୁ ସହାୟତା କରିଥିବା ‌ଏକନାଥ ସିନ୍ଦେଙ୍କୁ ଶ୍ରୀ ଠାକରେ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଯଦି ବି ମୁଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇଥାଆନ୍ତି, ତଥାପି ତାଙ୍କର ସୈତାନି ଲୋଭ ଜାରି ରହିଥାଆନ୍ତା। ସେମାନଙ୍କୁ ବିଶ୍ୱାସ କରିବା ବହୁତ ବଡ଼ ଭୁଲ ଥିଲା।” ଏଥିସହ ସେ ସିନ୍ଦେ ଗୋଷ୍ଠୀଙ୍କୁ ତାଙ୍କ ବାପା ବାଲା ସାହେବ ଠାକରେଙ୍କ ନାଁରେ ଭୋଟ ନ ମାଗିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ସେ ଆହୁରି କହିଛନ୍ତି, “ଶୁଖିଲା ପତ୍ର ଯେମିତି ହେଲେ ବି ଗଛରୁ ଖସିବ। ଯେଉଁ ଗଛରୁ ସେମାନେ ସବୁ କିଛି ପାଇଥିଲେ ଆଜି ସେହି ଗଛକୁ ହିଁ ସେମାନେ ଛାଡ଼ି ଚାଲି ଯାଇଛନ୍ତି। ଯେଉଁମାନେ ସବୁ କିଛି ପାଇଥିଲେ, ସେମାନେ ଆଜି ଅନ୍ୟତ୍ର ଚାଲି ଯାଇଛନ୍ତି। କିନ୍ତୁ ଆମେ ସାଧାରଣ ଲୋକଙ୍କ ଭିତରୁ ଅସାଧାରଣ ନେତା ତିଆରି କରିବୁ। ସେମାନେ ଏମିତି ଲୋକ ଯେଉଁମାନେ ନିଜ ମା’(ପ୍ରକୃତ ଶିବସେନା)କୁ ଗିଳି ଦେବାକୁ ବସିଛନ୍ତି। ହେଲେ ସବୁ କିଛି ପରେ ଜଣେ ମା’ ସବୁ ବେଳେ ମା’ ହୋଇ ରହିବ।”

ଉଦ୍ଧବ ଠାକରେ ନିଜ ମନର କଥା କହିବା ବେଳେ ବିଜେପିକୁ ସମାଲୋଚନା କରିବାକୁ ମଧ୍ୟ ପଛାଇ ନାହାନ୍ତି। ସେ କହିଛନ୍ତି, “ବିଜେପି ଏବେ ଯାହା କଲା ଯଦି ୨୦୧୯ରେ ସେମାନେ ସେମିତି କରିଥାଆନ୍ତେ, ତା’ହେଲେ ସେମାନେ ନିଶ୍ଚିତ ଭାବେ ଅଧିକ ସମ୍ମାନ ପାଇଥାଆନ୍ତେ। ସେହିପରି ସେମାନେ ଖର୍ଚ୍ଚ କରିଥିବା କୋଟି କୋଟି ଟଙ୍କା ମଧ୍ୟ ରହିଯାଇ ଥାଆନ୍ତା। ଦିଲ୍ଲୀ ପଛ ପଟୁ ମହାରାଷ୍ଟ୍ରକୁ ଛୁରୀ ଭୁଷିଛି। ସେମାନଙ୍କର ଯତ୍ନ ନେଇଥିବା ଲୋକମାନଙ୍କୁ ହିଁ ସେମାନେ ଶେଷ କରିବାକୁ ଚାହୁଁଛନ୍ତି।”

ହିନ୍ଦୁମାନଙ୍କ ମଧ୍ୟରେ ଥିବା ଏକତାକୁ କିଛି ଲୋକ ଏବେ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଠାକେରଙ୍କ ଠାରୁ ଶିବସେନାକୁ ଅଲଗା କରିବା ପାଇଁ ପ୍ରୟାସ ଚାଲିଥିବା ମଧ୍ୟ ଉଦ୍ଧବ ଠାକରେ ଅଭିଯୋଗ କରିଛନ୍ତି।

Related story