ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେବେ ଉଦ୍ଧବ ଠାକରେ!

ମୁମ୍ବାଇ: ଶିବସେନା ବିଧାୟକଙ୍କ ବିଦ୍ରୋହ ଯୋଗୁ ସଙ୍କଟରେ ପଡ଼ିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଖୁବଶୀଘ୍ର ଇସ୍ତଫା ଦେଇ ପାରନ୍ତି। ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ତାଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହି ଫ୍ଲୋର ଟେଷ୍ଟ ପୂର୍ବରୁ ହିଁ ସେ ଇସ୍ତଫା ଦେଇ ପାରନ୍ତି ବୋଲି ସୂଚନା ମିଳିଛି। ରାଜ୍ୟପାଳ ଦେଇଥିବା ନିର୍ଦ୍ଦେଶକୁ ଉଦ୍ଧବ ଠାକରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଏହାର ଶୁଣାଣି ୫ଟାରୁ ଆରମ୍ଭ ହୋଇ ରାତି […]

Uddhav Thackeray

Hemant Lenka
  • Published: Wednesday, 29 June 2022
  • , Updated: 29 June 2022, 08:47 PM IST

ମୁମ୍ବାଇ: ଶିବସେନା ବିଧାୟକଙ୍କ ବିଦ୍ରୋହ ଯୋଗୁ ସଙ୍କଟରେ ପଡ଼ିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଖୁବଶୀଘ୍ର ଇସ୍ତଫା ଦେଇ ପାରନ୍ତି। ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ତାଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହି ଫ୍ଲୋର ଟେଷ୍ଟ ପୂର୍ବରୁ ହିଁ ସେ ଇସ୍ତଫା ଦେଇ ପାରନ୍ତି ବୋଲି ସୂଚନା ମିଳିଛି।

ରାଜ୍ୟପାଳ ଦେଇଥିବା ନିର୍ଦ୍ଦେଶକୁ ଉଦ୍ଧବ ଠାକରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଏହାର ଶୁଣାଣି ୫ଟାରୁ ଆରମ୍ଭ ହୋଇ ରାତି ୮.୨୭ରେ ସରିଛି। ରାତି ୯ଟାରେ ରାୟ ପ୍ରକାଶ ପାଇବ। ଏହାପୂର୍ବରୁ ଉଦ୍ଧବ ଠାକରେ କ୍ୟାବିନେଟ ବୈଠକ ଡାକି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଏହାପରେ ସେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ଯଦି ତାଙ୍କ ବିରୋଧରେ ଯିବ, ତା’ହେଲେ ସେ ଫ୍ଲୋର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବ। ଏହାର ଅର୍ଥ ସରକାର ଚଳାଇବାକୁ ଶିବସେନା, କଂଗ୍ରେସ ଓ ଏନସିପି ପାଖରେ ଏବେ ସଂଖ୍ୟା ନାହିଁ।

ଆଜି କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସମସ୍ତ ମନ୍ତ୍ରୀଙ୍କୁ ଅଢ଼େଇ ବର୍ଷ କାଳ ସରକାର ଚଳାଇବାରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ସମସ୍ତ ସହଯୋଗ ପାଇଁ ଧନ୍ୟବାଦ। ମୋ ନିଜ ଲୋକ ମୋତେ ଧୋକ୍କା ଦେଇଛନ୍ତି। ଏଥିପାଇଁ ଆଜି ଏଭଳି ଏକ ସଙ୍କଟମୟ ସ୍ଥିତି ସୃଷ୍ଟି ହୋଇଛି। ସମସ୍ତ ୩ ରାଜନୀତିକ ଦଳ ଏକାଠି ହୋଇ ଅଢ଼େଇ ବର୍ଷ ହେଲା ଅନେକ ଭଲ କାମ କରିଛନ୍ତି। ଆସନ୍ତାକାଲି ଆସ୍ଥା ଭୋଟ ହେବ। ଏହାପରେ ଏହା ଶେଷ କି ନୁହେଁ, ତା’ହା ସ୍ପଷ୍ଟ ହେବ।”

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପ୍ରଶଂସା କରି କ୍ୟାବିନେଟ ମନ୍ତ୍ରୀ ସୁନୀଲ କେଦାର କହିଛନ୍ତି, “ଶ୍ରୀ ଠାକରେ ଗୁରୁତ୍ୱପୂର୍ଣ୍ଣ ସର୍ଜରୀ କରିଥିଲେ। ସ୍ପାଇନାଲ ସର୍ଜରୀର ଗୋଟିଏ ମାସ ପରେ କିଏ କାମ କରିଛନ୍ତି? ଆପଣମାନେ ଜଣଙ୍କ ନାଁ କୁହନ୍ତୁ। ହେଲେ ଉଦ୍ଧବ ଠାକରେ କାମ କରି ଦେଖାଇଲେ। ଏପରି କି ପ୍ରଧାନମନ୍ତ୍ରୀ ମଧ୍ୟ ଉଦ୍ଧବ ଠାକରେଙ୍କ କାମକୁ ପ୍ରଶଂସା କରିଥିଲେ। ଯଦି ସେଭଳି ଜଣେ ବ୍ୟକ୍ତିଙ୍କୁ ବିଦ୍ରୋହର ସମ୍ମୁଖୀନ ହେବାକୁ ପଡ଼ୁଛି, ତା’ହେଲେ ଆମେ ଲୋକଙ୍କ ଉପରେ ସବୁ କିଛି ଛାଡ଼ି ଦେବାକୁ ରାଜି ଅଛୁ।”

ଅନ୍ୟପକ୍ଷରେ ମହାରାଷ୍ଟ୍ର ସରକାର ବିଦ୍ରୋହ ଘୋଷଣା କରିଥିବା ୪୦ ଜଣ ଶିବସେନା ବିଧାୟକ ଗୌହାଟୀରୁ ସନ୍ଧ୍ୟାରେ ଗୋଆ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରୁ ସେମାନେ ଆସନ୍ତାକାଲି ମୁମ୍ବାଇରେ ପହଞ୍ଚିବେ। ଏଥିସହ ଆସ୍ଥା ଭୋଟରେ ଭାଗ ନେବେ ବୋଲି ମଧ୍ୟ ଜଣାପଡ଼ିଛି।

ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ବିଦ୍ରୋହୀ ବିଧାୟକଙ୍କ ଓକିଲ କହିଥିଲେ ଯେ ସେମାନେ ଶିବସେନା ଛାଡ଼ି ନାହାନ୍ତି। ସେମାନେ ହିଁ ପ୍ରକୃତ ଶିବସେନା। ଉଦ୍ଧବ ଠାକରେଙ୍କ ପାଖରେ ମାତ୍ର ୧୪ ଜଣ ବିଧାୟକ ରହିଛନ୍ତି। ତେଣୁ ସେମାନେ ହିଁ ଶିବସେନାକୁ ପରିଚାଳନା କରିବେ ବୋଲି କୋର୍ଟଙ୍କୁ ଜଣାଇଛନ୍ତି।

Related story