ପଳାତକ ମେହୁଲ ଚୋକସିଙ୍କୁ ପୁଣି ଘାରିଲା ଅପହରଣ ଭୟ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଠକେଇ ମାମଲାରେ ଫେରାର ଥିବା ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଘାରିଲା ଅପହରଣ ଭୟ। ତାଙ୍କୁ ପୁଣି ଅପହରଣ କରାଯାଇପାରେ ବୋଲି ସେ ଦାବି କରିଛନ୍ତି। ତାଙ୍କୁ ପୁନର୍ବାର ଅପହରଣ କରାଯାଇ ଗୁଆନାକୁ ନିଆଯାଇପାରେ ବୋଲି ସେ କହିଛନ୍ତି। ମେହୁଲ ଚୋକସି ଜୁଲାଇରେ ଡୋମିନିକାର ଏକ କୋର୍ଟରୁ ଜାମିନ ପାଇବା ପରେ ଆଣ୍ଟିଗୁଆ ଏବଂ ବାରବୁଡାରେ ରହୁଛନ୍ତି। ଭାରତରୁ ଫେରାର ହେବା ପରେ ଚୋକସି ୨୦୧୮ରେ ଏହି […]

mehul-choksi

Madhupriya Mistry
  • Published: Monday, 29 November 2021
  • , Updated: 29 November 2021, 02:50 PM IST

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଠକେଇ ମାମଲାରେ ଫେରାର ଥିବା ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଘାରିଲା ଅପହରଣ ଭୟ। ତାଙ୍କୁ ପୁଣି ଅପହରଣ କରାଯାଇପାରେ ବୋଲି ସେ ଦାବି କରିଛନ୍ତି। ତାଙ୍କୁ ପୁନର୍ବାର ଅପହରଣ କରାଯାଇ ଗୁଆନାକୁ ନିଆଯାଇପାରେ ବୋଲି ସେ କହିଛନ୍ତି।

ମେହୁଲ ଚୋକସି ଜୁଲାଇରେ ଡୋମିନିକାର ଏକ କୋର୍ଟରୁ ଜାମିନ ପାଇବା ପରେ ଆଣ୍ଟିଗୁଆ ଏବଂ ବାରବୁଡାରେ ରହୁଛନ୍ତି। ଭାରତରୁ ଫେରାର ହେବା ପରେ ଚୋକସି ୨୦୧୮ରେ ଏହି ଦେଶର ନାଗରିକତ୍ୱ ହାସଲ କରିଥିଲେ। ଡୋମିନିକାକୁ କଥିତ ରୂପେ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗରେ ତାଙ୍କୁ ଚଳିତ ବର୍ଷ ମେ ୨୩ରେ ଗିରଫ କରାଯାଇଥିଲା। ସେଠାରେ ୫୧ ଦିନ ଜେଲରେ ବନ୍ଦି ରହିବା ପରେ ତାଙ୍କୁ ଜାମିନ ମିଳିଥିଲା।

ଏବେ ପଳାତକ ଚୋକସି ସମାଚାର ଏଜେନ୍ସି ଏଏନ୍‌ଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, 'ମୋତେ ପୁଣି ଥରେ ଅପହରଣ କରି ଗୁଏନାକୁ ନିଆଯାଇପାରେ, ଯେଉଁଠାରେ ଭାରତୀୟଙ୍କ ସଂଖ୍ୟା ବହୁତ ଅଧିକ ରହିଛି। ମୋତେ ବେଆଇନ ଏବଂ ଅବୈଦ୍ଧ ଭାବେ ଭାରତ ନେବା ପାଇଁ ଚେଷ୍ଟା କରାଯାଇପାରିବ। ମୁଁ ବର୍ତ୍ତମାନ ଆଣ୍ଟିଗୁଆରେ ମୋ ଘରେ ଅଛି। ଅସୁସ୍ଥତା ହେତୁ ମୁଁ କୌଣସି ସ୍ଥାନକୁ ଯିବାକୁ ଅସମର୍ଥ। ଭାରତୀୟ ଅଧିକାରୀମାନେ ମୋତେ ଯେଉଁଭଳି ଆଘାତ ଦେଇଛନ୍ତି, ସେଥିପାଇଁ ମୋର ଅବସ୍ଥା ଅଧିକ ବିଗିଡି ଯାଇଛି।'

ସେ ଆହୁରି କହିଛନ୍ତି, 'ମୋର ମାନସିକ ସ୍ଥିତି ଖରାପ ଅଛି, ତେଣୁ ମୁଁ ସହାୟତା ମାଗୁଛି, କାରଣ ଗତ କିଛି ମାସ ହେଲା ଲଗାରତ ମୁଁ ଭୟ ଏବଂ ଚକିତ ଅବସ୍ଥାରେ ଅଛି। ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ମୁଁ ମୋ ଘରୁ ବାହାରକୁ ବାହାରି ପାରୁନାହିଁ। ବର୍ତ୍ତମାନ ମୁଁ କୌ ଣସି ମୂଲ୍ୟରେ ଲାଇମଲାଇଟ୍ରୁ ଦୂରେଇ ରହିବାକୁ ଚାହୁଁଛି। ମୋର ସ୍ୱାସ୍ଥ୍ୟ ମୋତେ କୌଣସି ସ୍ଥାନକୁ ଯିବା ପାଇଁ ତଥା କିଛି ବି କରିବାକୁ ଅନୁମତି ଦେଉନାହିଁ ବୋଲି ଚୋକସି କହିଛନ୍ତି।'

ସୂଚନା ମୁତାବକ, ମେହୁଲ ଚୋକସି ଏବଂ ତାଙ୍କ ଭଣଜା ନୀରବ ମୋଦିଙ୍କ ନାଁରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର ୫୦୦ କୋଟି ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗ ରହିଛି। ଚୋକସି ୨୦୧୭ ରେ ଆଣ୍ଟିଗୁଆ ଏବଂ ବାରବୁଡାର ନାଗରିକତ୍ୱ ନେଇଥିଲେ ଏବଂ ଜାନୁଆରୀ ୨୦୧୮ର ପ୍ରଥମ ସପ୍ତାହରେ ଭାରତ ଛାଡି ଫେରାର ହୋଇଯାଇଥିଲେ। ଏହା ପରେ ହିଁ ଏହି ଦୁର୍ନୀତି ମାମଲା ସାମ୍ନାକୁ ଆସିଥିଲା। ଏବେ ନୀରବ ମୋଦି ଲଣ୍ଡନ ସ୍ଥିତ ଏକ ଜେଲରେ ବନ୍ଦି ଅଛନ୍ତି ଏବଂ ସେ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ମାମଲା ରୁଜୁ କରୁଛନ୍ତି।

Related story