ଭଉଣୀ ବାହାଘର ପାଇଁ ଜାମିନ ପାଇଲେ ଉମର ଖଲିଦ୍‌

ନୂଆଦିଲ୍ଲୀ: ଭଉଣୀ ବାହାଘର ପାଇଁ ଜାମିନ ପାଇଲେ ଉମର ଖଲିଦ୍‌। ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ୟୁଏପିଏ ଆକ୍ଟରେ ଫସି ଗିରଫ ହୋଇଥିବା ଖଲିଦଙ୍କୁ  ଦିଲ୍ଲୀର ଏକ ଅଦାଲତ ୧ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।  ନିଜ ଭଉଣୀଙ୍କ ବିବାହରେ ଯୋଗ ଦେବାକୁ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି । ଆସନ୍ତା ଡିସେମ୍ବର ୨୩ରେ ସେ ଜେଲରୁ ମୁକୁଳିବେ ଏବଂ ଡିସେମ୍ବର ୩୦ରେ ତାଙ୍କୁ ପୁଣି  ଆତ୍ମସମର୍ପଣ କରିବାକୁ ପଡ଼ିବ । ଗିରଫ […]

Umar-Khalid

  • Published: Monday, 12 December 2022
  • , Updated: 12 December 2022, 07:40 PM IST

ନୂଆଦିଲ୍ଲୀ: ଭଉଣୀ ବାହାଘର ପାଇଁ ଜାମିନ ପାଇଲେ ଉମର ଖଲିଦ୍‌। ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ୟୁଏପିଏ ଆକ୍ଟରେ ଫସି ଗିରଫ ହୋଇଥିବା ଖଲିଦଙ୍କୁ  ଦିଲ୍ଲୀର ଏକ ଅଦାଲତ ୧ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।  ନିଜ ଭଉଣୀଙ୍କ ବିବାହରେ ଯୋଗ ଦେବାକୁ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି । ଆସନ୍ତା ଡିସେମ୍ବର ୨୩ରେ ସେ ଜେଲରୁ ମୁକୁଳିବେ ଏବଂ ଡିସେମ୍ବର ୩୦ରେ ତାଙ୍କୁ ପୁଣି  ଆତ୍ମସମର୍ପଣ କରିବାକୁ ପଡ଼ିବ । ଗିରଫ ହେବାର ଦୁଇ ବର୍ଷ ପରେ ପୂର୍ବତନ ଜେଏନୟୁ ଛାତ୍ର ଉମର ଖାଲିଦଙ୍କୁ ଜାମିନ ମିଳିଛି। ସେ ତାଙ୍କ ଭଉଣୀଙ୍କ ବିବାହ ଉତ୍ସବରେ ଯୋଗଦେବେ। ତେବେ ଏହି ସପ୍ତାହ ଭିତରେ ଉମରଙ୍କ ଉପରେ କିଛି ପ୍ରତିବନ୍ଧକ ଲଗାଇଛନ୍ତିକୋର୍ଟ। ତାଙ୍କ ଭଉଣୀଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ଉମର ୧୪ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ।

ତାଙ୍କ ଓକିଲ କୋର୍ଟରେ କହିଥିଲେ ଯେ, ଯଦି ସେ ବିବାହ ଉତ୍ସବରେ ଯୋଗଦେବାକୁ କୋର୍ଟ ଅନୁମତି ଦିଅନ୍ତି ତେବେ ସେ ଗଣମାଧ୍ୟମ ସହିତ କୌଣସି ଆଲୋଚନା କରିବେ ନାହିଁ କିମ୍ବା ଜନସାଧାରଣଙ୍କୁ ଭେଟିବେ ନାହିଁ। ପୁଲିସ କୋର୍ଟଙ୍କୁ କହିଥିଲା ଯେ, ଉମର ଖାଲିଦଙ୍କୁ  ଜାମିନ ମିଳିଲେ ସୋଶାଲ ମିଡିଆ ଜରିଆରେ ୧ ବ୍ୟବହାର କରି ଭୁଲ ତଥ୍ୟ ବିସ୍ତାର କରିବାର ସମ୍ଭାବନା ରହିଛି । ଯାହାକୁ ରୋକାଯାଇପାରିବ ନାହିଁ ଏବଂ ସମାଜରେ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଛି ।

ସେହିପରି  ସେ ସାକ୍ଷୀମାନଙ୍କୁ ମଧ୍ୟ ପ୍ରଭାବିତ କରିପାରନ୍ତି। ତଥାପି ତାଙ୍କୁ କୋର୍ଟ ଜାମିନ ଦେଇଛନ୍ତି।  ଚଳିତ ବର୍ଷ ଅକ୍ଟୋବରମାସରେ ଦିଲ୍ଲୀ ହାଇକୋର୍ଟ ଉମରଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ । ଦିଲ୍ଲୀ ହାଇକୋର୍ଟଙ୍କ ହୃଦବୋଧ ହୋଇଥିଲା ଯେ ୨୦୨୦ରେ ହୋଇଥିବା ସିଏଏ ବିରୋଧୀ ଦଙ୍ଗା ପଛରେ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର କାମ କରୁଥିଲା ଓ ତାହା ପଛରେ ଉମର ଖାଲିଦ ଥିଲେ।

Related story