ପ୍ରତିରକ୍ଷା ମନ୍ତ୍ରୀଙ୍କ ମୁହଁରେ 'ପୁଷ୍ପା' ଡାଏଲଗ୍‌

ଡେରାଡୁନ: ସାଉଥ୍‌ ଫିଲ୍ମ ‘ପୁଷ୍ପା’କୁ ନେଇ ଏବେ ଚାରିଆଡ଼େ କ୍ରେଜ୍‌। ଦେଶ ଠାରୁ ଆରମ୍ଭ କରି ବିଦେଶ ସବୁଠି ‘ପୁଷ୍ପା’ ଫିଭର।  ଯାହାକୁ ଦେଖିବ ତା’ ମୁହଁରେ କେବଳ ପୁଷ୍ପା ଡାଏଲଗ। ପିଲାଠାରୁ ଆରମ୍ଭ କରି ବୁଢ଼ା କେହି ବାଦ୍ ପଡ଼ୁ ନାହାନ୍ତି। ଏପରିକି ସରକାର ମଧ୍ୟ ପୁଷ୍ପା ଡାଏଲଗର ସାହାରା ନେଇ ଲୋକଙ୍କୁ ସଚେତନ କରୁଛନ୍ତି। ଏବେ ଏହି ପୁଷ୍ପା ଫିଭରରୁ ବାଦ୍‌ ପଡ଼ିନାହାନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ତାଙ୍କ ମୁହଁରୁ ମଧ୍ୟ ଶୁଣିବାକୁ […]

Rajnath singh

Madhupriya Mistry
  • Published: Tuesday, 08 February 2022
  • , Updated: 08 February 2022, 07:23 PM IST

ଡେରାଡୁନ: ସାଉଥ୍‌ ଫିଲ୍ମ 'ପୁଷ୍ପା'କୁ ନେଇ ଏବେ ଚାରିଆଡ଼େ କ୍ରେଜ୍‌। ଦେଶ ଠାରୁ ଆରମ୍ଭ କରି ବିଦେଶ ସବୁଠି 'ପୁଷ୍ପା' ଫିଭର।  ଯାହାକୁ ଦେଖିବ ତା' ମୁହଁରେ କେବଳ ପୁଷ୍ପା ଡାଏଲଗ। ପିଲାଠାରୁ ଆରମ୍ଭ କରି ବୁଢ଼ା କେହି ବାଦ୍ ପଡ଼ୁ ନାହାନ୍ତି। ଏପରିକି ସରକାର ମଧ୍ୟ ପୁଷ୍ପା ଡାଏଲଗର ସାହାରା ନେଇ ଲୋକଙ୍କୁ ସଚେତନ କରୁଛନ୍ତି। ଏବେ ଏହି ପୁଷ୍ପା ଫିଭରରୁ ବାଦ୍‌ ପଡ଼ିନାହାନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ତାଙ୍କ ମୁହଁରୁ ମଧ୍ୟ ଶୁଣିବାକୁ ମିଳିଛି 'ପୁଷ୍ପା' ଫିଲ୍ମର ଦମ୍‌ଦାର ଡାଏଲଗ।

ଉତ୍ତରଖଣ୍ଡରେ ନିର୍ବାଚନ ପ୍ରଚାର ବେଳେ ପୁଷ୍ପା ଫିଲ୍ମର ଡାଏଲଗ୍‌କୁ ଆପଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ଗଙ୍ଗୋଲିହାଟରେ ଏକ ଜନସଭାକୁ ସମ୍ୱୋଧିତ କଲାବେଳେ ରାଜନାଥ ସିଂ ଫିଲ୍ମ ପୁଷ୍ପାର ଡାଏଲଗକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ସହ ଯୋଡ଼ି ଥିଲେ।

ସେ କହିଥିଲେ, ଆଜିକାଲି 'ପୁଷ୍ପା'ର ନାଁକୁ ନେଇ ବେଶ ଚର୍ଚ୍ଚା ଜାରି ରହିଛି। ଆମ ମୁଖ୍ୟମନ୍ତ୍ରୀଙ୍କ ନାଁ ପୁଷ୍କର ଧାମୀ। କିନ୍ତୁ ଏହି ନାଁ ଶୁଣି କଂଗ୍ରେସର କର୍ମୀ ଭାବୁଛନ୍ତି ଏହି ପୁଷ୍କର କୁଆଡ଼େ ଫ୍ଲାୱାର। କିନ୍ତୁ ମୁଁ ତାଙ୍କୁ କହିବାକୁ ଚାହେଁ ଆମ ପୁଷ୍କର ଫ୍ଲାୱାର ସହ ଫାୟାର ମଧ୍ୟ। ଆମ ପୁଷ୍କର କେବେ ନଇଁବନି କି ଅଟକିବନି।

ଏହାପୂର୍ବରୁ କଂଗ୍ରେସକୁ ଟାର୍ଗେଟ କରି ରାଜନାଥ ସିଂ କହିଥିଲେ, 'ଉତ୍ତରାଖଣ୍ଡରେ କଂଗ୍ରେସର କେହି ମୁଖ୍ୟମନ୍ତ୍ରୀ ଚେହେରା ନାହାନ୍ତି। ଏଥିପାଇଁ କୌଣସି ନେତାଙ୍କ ନାଁ ଘୋଷଣା କରିବା ସ୍ଥିତିରେ କଂଗ୍ରେସ ନାହିଁ। ତାଙ୍କ ଘର ଭିତରେ ହିଁ ନିଆଁ ଲାଗିଛି। ମୁଁ କଂଗ୍ରେସକୁ ଜଣାଇବାକୁ ଚାହେଁ ଯେ ସେମାନଙ୍କର କୌଣସି ନୀତି ନାହିଁ କି ନିୟମ ନାହିଁ ଏବଂ ନା ସେମାନଙ୍କ ପାଖରେ ବିକାଶର ଉଦ୍ଦେଶ୍ୟ ଅଛି।  କଂଗ୍ରେସ ସର୍ବଦା ଦେଶ ତଥା ରାଜ୍ୟକୁ ଲୁଟିଛି। ଆମେ ଉତ୍ତରାଖଣ୍ଡକୁ ନଇଁବାକୁ ଦେବୁ ନାହିଁ।'

ସୂଚନାଯୋଗ୍ୟ, ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଆସନ୍ତା ୧୪ ତାରିଖରେ ହେବ। ଏଥିପାଇଁ ସବୁ ଦଳର ନେତାମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏଠି ଜୋରଦାର ପ୍ରଚାର କରୁଛନ୍ତି।

https://twitter.com/AHindinews/status/1490978897990909954?s=20&t=gknu-JRFQHdanxhl17lzkg

Related story