ଓମିକ୍ରନ୍ ଭ୍ୟାରିଆଣ୍ଟକୁ ନେଇ  ଗୃହ ସଚିବଙ୍କ ସମୀକ୍ଷା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ବ୍ୟାପୁଥିବା ଓମିକ୍ରନ୍ ଭ୍ୟାରିଆଣ୍ଟକୁ ନେଇ ଗୁରୁବାର କେନ୍ଦ୍ର ଗୃହ ସଚିବ ଅଜୟ ବାଲା ସମୀକ୍ଷା କରିଛନ୍ତି। ଅଦ୍ୟାବଧି ଓମିକ୍ରନ ନେଇ ଦେଶରେ ୭୦ଟି ମାମଲା ରେକର୍ଡ଼ ହୋଇଛି। କୋଭିଡ୍ ପରିସ୍ଥିତି ମୁକାବିଲା ପାଇଁ ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ମଧ୍ୟ ସମୀକ୍ଷା କରାଯାଇଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ  କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଯୋଗ ଦେଇଥିଲେ। […]

Covid19

Tapas Behera
  • Published: Thursday, 16 December 2021
  • , Updated: 16 December 2021, 07:51 PM IST

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ବ୍ୟାପୁଥିବା ଓମିକ୍ରନ୍ ଭ୍ୟାରିଆଣ୍ଟକୁ ନେଇ ଗୁରୁବାର କେନ୍ଦ୍ର ଗୃହ ସଚିବ ଅଜୟ ବାଲା ସମୀକ୍ଷା କରିଛନ୍ତି। ଅଦ୍ୟାବଧି ଓମିକ୍ରନ ନେଇ ଦେଶରେ ୭୦ଟି ମାମଲା ରେକର୍ଡ଼ ହୋଇଛି। କୋଭିଡ୍ ପରିସ୍ଥିତି ମୁକାବିଲା ପାଇଁ ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ମଧ୍ୟ ସମୀକ୍ଷା କରାଯାଇଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ  କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଯୋଗ ଦେଇଥିଲେ। ଏଥିରେ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଶାସନର ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ବୁଧବାର ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗ ଓମିକ୍ରନ୍ ଭ୍ୟାରିଆଣ୍ଟର ପ୍ରଥମ ମାମଲା ରିପୋର୍ଟ ଆସିଥିବା ବଳେ  ମହାରାଷ୍ଟ୍ରରେ ଆଉ ୪ ଜଣ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ।

ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସର୍ବାଧିକ ୩୨ ଓମିକ୍ରନ୍ ମାମଲା ରିପୋର୍ଟ ଆସିଛି। ସେହିପରି ରାଜସ୍ତାନ ୧୭ , କର୍ଣ୍ଣାଟକ ୩ , ଗୁଜୁରାଟ ୪, କେରଳ ୧, ତେଲେଙ୍ଗାନାରେ ୨ଟି ରେକର୍ଡ଼ ହୋଇଛି। ସେହିପରି  ପଶ୍ଚିମବଙ୍ଗ ୧, ଆନ୍ଧ୍ରପ୍ରଦେଶ ୧,  ତାମିଲନାଡୁ ୧,  ଦିଲ୍ଲୀ ୬ ଏବଂ ଚଣ୍ଡିଗଡ଼ରେ ଗୋଟିଏ ଓମିକ୍ରନ୍‌ ମାମଲା ରେକର୍ଡ଼ ହୋଇଛି।

ଆସନ୍ତା ଜାନୁଆରି-ଫେବ୍ରୁଆରିରେ ଭାରତରେ ଓମିକ୍ରନ୍‌ ସଂକ୍ରମଣ ବଢ଼ିବା ନେଇ ସମ୍ଭାବନା ରହିଛି। ଡେଲ୍‌ଟା ସଂକ୍ରମଣ ଯେଉଁ ଗତିରେ ମାଡ଼ୁଥିଲା ଓମିକ୍ରନ୍‌ ତାହାକୁ ଟପିଯିବ। ତେବେ ସଂକ୍ରମଣ ସ୍ୱାଭାବିକ ରହିବ ଏବଂ କୌଣସି ଗୁରୁତର ସ୍ଥିତି ଆଣିବ ନାହିଁ ବୋଲି କୁହାଯାଉଛି।  ଓମିକ୍ରନ କୌଣସି ବଡ଼ ବିପର୍ଯ୍ୟୟ ଘଟାଇବା ଆଶଙ୍କ ନଥିବାରୁ ଏଥିପାଇଁ ଭୟ କରିବାର କିଛି ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଇତି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ କହିଛି ଯେ ଓମିକ୍ରନ ଯୋଗୁଁ ସଂକ୍ରମଣ ବିଶ୍ୱବ୍ୟାପୀ ବଢ଼ୁଛି ଏବଂ ଏହା ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ ମାଡ଼ି ଚାଲିଛି। କିନ୍ତୁ ଓମିକ୍ରନ୍‌ ସଂକ୍ରମଣକୁ ନିୟନ୍ତ୍ରଣ କରିହେବ ଏବଂ ଏହା ଡେଲ୍‌ଟା ସଂକ୍ରମଣକୁ ଟପିଗଲେ ମଧ୍ୟ ଭୟାନକ ସ୍ଥିତି ସୃଷ୍ଟି କରିବ ନାହିଁ ବୋଲି କୁହାଯାଇଛି।

Related story