ପୁଅ ଘଟଣା ସ୍ଥଳରେ ଥିବା ପ୍ରମାଣ ମିଳିଲେ ପଦ ଛାଡ଼ିଦେବେ କହିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡକୁ ନେଇ ବିବାଦରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର। ତାଙ୍କ ପୁଅ ଆଶିଷ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ଉପରେ ଆଜି ଅଜୟ ମିଶ୍ର ଟେନି ପୁଣିଥିରେ ସଫେଇ ଦେଇଛନ୍ତି। ଘଟଣା ସ୍ଥଳରେ ସେଦିନ ଆଶିଷ ନଥିଲେ ବୋଲି ଅଜୟ ମିଶ୍ର ଦମ୍ଭୋକ୍ତି କରିଛନ୍ତି। ଏଥିସହ ଯଦି ଆଶିଷ ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରମାଣ ମିଳିବ, ତା’ହେଲେ ସେ କେନ୍ଦ୍ରମନ୍ତ୍ରୀ ପଦ ଛାଡ଼ିଦେବେ […]

ajya-Mishra-Teni

Hemant Lenka
  • Published: Tuesday, 05 October 2021
  • , Updated: 05 October 2021, 01:03 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡକୁ ନେଇ ବିବାଦରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର। ତାଙ୍କ ପୁଅ ଆଶିଷ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ଉପରେ ଆଜି ଅଜୟ ମିଶ୍ର ଟେନି ପୁଣିଥିରେ ସଫେଇ ଦେଇଛନ୍ତି।

ଘଟଣା ସ୍ଥଳରେ ସେଦିନ ଆଶିଷ ନଥିଲେ ବୋଲି ଅଜୟ ମିଶ୍ର ଦମ୍ଭୋକ୍ତି କରିଛନ୍ତି। ଏଥିସହ ଯଦି ଆଶିଷ ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରମାଣ ମିଳିବ, ତା’ହେଲେ ସେ କେନ୍ଦ୍ରମନ୍ତ୍ରୀ ପଦ ଛାଡ଼ିଦେବେ ବୋଲି ଘୋଷଣା କରିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି, “ମୁଁ ପୂର୍ବରୁ କହିଥିଲି ଓ ଏବେ ବି କହୁଛି ଯେ ଘଟଣା ଦିନ ମୋ ପୁଅ ସେଠାରେ ନଥିଲା। ଯଦି ସେ ହିଂସାକାଣ୍ଡ ବେଳେ ସେଠାରେ ଉପସ୍ଥିତ ଥିବା କୌଣସି ପ୍ରମାଣ ମିଳିବ, ତା’ହେଲେ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବି।”

ରବିବାର ଲଖିମପୁର ଖେରିରେ ହୋଇଥିବା ହିଂସାକାଣ୍ଡରେ ୪ ଚାଷୀଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି। ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଗାଡ଼ି ଚଢ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ଆଶିଷ ଓ ଅଜୟ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଆନ୍ଦୋଳନରତ ଚାଷୀମାନେ ତାଙ୍କ ଗାଡ଼ିର ଡ୍ରାଇଭରଙ୍କୁ ଆକ୍ରମଣ କରିବା ସହ ପିଟିପିଟି ୪ ଜଣଙ୍କୁ ହତ୍ୟା କରିଥିବା ଉଭୟ ବାପା ପୁଅ ଅଭିଯୋଗ କରିଛନ୍ତି। କିନ୍ତୁ ପୁଲିସ୍‌ ଚାଷୀଙ୍କ ଅଭିଯୋଗ ଆଧାରରେ ଆଶିଷ ମିଶ୍ରଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି। ହେଲେ ଏଯାଏ କୌଣସି ଗିରଫଦାରୀ ହୋଇନାହିଁ।

ଏସବୁ ଭିତରେ ସସମ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଗୋଟିଏ କଳା ରଙ୍ଗର ଏସୟୁଭି ଆନ୍ଦୋଳନ କରୁଥିବା ଚାଷୀଙ୍କୁ ପଛ ପଟୁ ଧକ୍କା ଦେଇ ଆଗକୁ ମାଡ଼ି ଯାଉଥିବା ଦେଖିବାକୁ ମିଳିଛି। ହେଲେ ଭିଡିଓର ସତ୍ୟତା ସମ୍ପର୍କରେ ଏଯାଏ କୌଣସି ସ୍ପଟ ସୂଚନା ମିଳିନି।

Related story