ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣା: ବଡ଼ ବୟାନ ଦେଲେ ୟୁପି ବିଜେପି ମୁଖ୍ୟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲଖିମପୁର ଖେରି ହିଂସାକାଣ୍ତ ଘଟଣାକୁ ନେଇ ବ୍ୟାକଫୁଟରେ ଥିବା ବିଜେପି ଏବେ ଏଥିରେ ତାଳି ପକାଇବାକୁ ଉଦ୍ୟମ କରିଛି। ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍‌ ଆଶିଷଙ୍କୁ ଗିରଫ ମଧ୍ୟ କରିଛି। କେନ୍ଦ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି ହେଉଥିବା ବେଳେ ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ ବଡ଼ […]

BJP

Hemant Lenka
  • Published: Monday, 11 October 2021
  • , Updated: 11 October 2021, 12:48 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲଖିମପୁର ଖେରି ହିଂସାକାଣ୍ତ ଘଟଣାକୁ ନେଇ ବ୍ୟାକଫୁଟରେ ଥିବା ବିଜେପି ଏବେ ଏଥିରେ ତାଳି ପକାଇବାକୁ ଉଦ୍ୟମ କରିଛି। ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି।

ଏହି ଘଟଣାରେ ପୁଲିସ୍‌ ଆଶିଷଙ୍କୁ ଗିରଫ ମଧ୍ୟ କରିଛି। କେନ୍ଦ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି ହେଉଥିବା ବେଳେ ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ ବଡ଼ ବୟାନ ଦେଇଛନ୍ତି। ରାଜନେତା ବୋଲି ଜଣେ ଯାହା ଉପରେ ଇଚ୍ଛର ତା’ ଉପରେ ଫର୍ଚ୍ୟୁନର କାର୍‌ ଚଢ଼ାଇ ଦେଇପାରିବନି ବୋଲି ସେ କହିଛନ୍ତି।

ଲକ୍ଷ୍ନୌରେ ଆୟୋଜିତ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ସ୍ୱତନ୍ତ୍ର ଦେବ କହିଛନ୍ତି, “ଜଣଙ୍କ କାର୍ଯ୍ୟଦକ୍ଷତା ବଳରେ ନିର୍ବାଚନ ଜିତାଯାଏ। ରାଜନୀତିର ଅର୍ଥ ହେଲା ସମାଜ ଓ ଦେଶର ସେବା କରିବା। ଏଥିରେ ଜାତି ଓ ଧର୍ମ ସାମିଲ ହେବା କଥା ନୁହେଁ। ଆପଣ ଜଣେ ରାଜନେତା ବୋଲି ଲୁଟ କରିପାରିବେ ନାହିଁ। ଆପଣ କେବେ ହେଲେ ଯାହା ଉପରେ ଇଚ୍ଛା ତା’ ଉପରେ ଫର୍ଚ୍ୟୁନର କାର୍‌ ଚଢ଼ାଇ ପାରିବେ ନାହିଁ। ଆମେ ଗରିବଙ୍କ ସେବା କରିବାକୁ ଏହି ଦଳରେ ରହିଛୁ। ରାଜନୀତି କେବେ ହେଲେ ଗୋଟିଏ ପାର୍ଟ ଟାଇମ ଜବ୍‌ ନୁହେଁ।”


ଏହି ଅବସରରେ ସ୍ୱତନ୍ତ୍ର ଦେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଗରିବ ଶ୍ରେଣୀରୁ ଆସିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ପ୍ରଧାନମନ୍ତ୍ରୀ ଓ ଆଉ ଜଣେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ଗରିବଙ୍କ କଥା କେହି ଚିନ୍ତା କରୁ ନଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କ ପାଇଁ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ରାଜ୍ୟରେ ୭ ଲକ୍ଷ ଘର ତିଆରି କରିଛନ୍ତି। ଏହି ସମୟରେ କେହି ଭୋଟ ଓ ଧର୍ମ ବିଷୟରେ ପଚାରିଥିଲେ? ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଟିକା ବିଦେଶକୁ ପଠା ଯାଉଛି। ଗ୍ୟାସ, ବିଜୁଳି ଓ ଟଏଲଟ ଦ୍ୱାରା ଲୋକଙ୍କ ଜୀବନ ବଦଳୁଛି।” ଏହାବାଦ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଦୀର୍ଘ ଦଶନ୍ଧି ଧରି ଦେଶକୁ ଲୁଟ କରିଥିବା ସେ ଅଭିଯୋଗ କରିଛନ୍ତି।

Related story