ବଦଳିବ ଯୋଗୀଙ୍କ କ୍ୟାବିନେଟ! କାଲି ହେବ ନିଷ୍ପତ୍ତି

ନୂଆଦିଲ୍ଲୀ: ଆସନ୍ତାବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାର କ୍ୟାବିନେଟ ଅଦଳବଦଳ କରିବ। ଆସନ୍ତାକାଲି ବିଜେପିର ୱାର୍କିଂ କମିଟିରେ ସମ୍ଭାବ୍ୟ କ୍ୟାବିନେଟ ଅଦଳବଦଳ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ସୂତ୍ର ଅନୁସାରେ, ଯୋଗୀ ଆଦିତ୍ୟନାଥ ସରକାରଙ୍କ କାର୍ଯ୍ୟକଳାପ ଉପରେ ଲୋକମାନଙ୍କ ସହ କିଛି ଦଳୀୟ ନେତା ଖୁସି ନାହାନ୍ତି। ଆସନ୍ତା ବର୍ଷ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ଥିବାରୁ ବିଜେପି ଏହାକୁ […]

Yogi

Hemant Lenka
  • Published: Thursday, 15 July 2021
  • , Updated: 15 July 2021, 08:39 PM IST

ନୂଆଦିଲ୍ଲୀ: ଆସନ୍ତାବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାର କ୍ୟାବିନେଟ ଅଦଳବଦଳ କରିବ। ଆସନ୍ତାକାଲି ବିଜେପିର ୱାର୍କିଂ କମିଟିରେ ସମ୍ଭାବ୍ୟ କ୍ୟାବିନେଟ ଅଦଳବଦଳ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ସୂତ୍ର ଅନୁସାରେ, ଯୋଗୀ ଆଦିତ୍ୟନାଥ ସରକାରଙ୍କ କାର୍ଯ୍ୟକଳାପ ଉପରେ ଲୋକମାନଙ୍କ ସହ କିଛି ଦଳୀୟ ନେତା ଖୁସି ନାହାନ୍ତି। ଆସନ୍ତା ବର୍ଷ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ଥିବାରୁ ବିଜେପି ଏହାକୁ ତୁଟାଇବାକୁ ଚାହୁଁଛି। ଏହି କାରଣରୁ ଯୋଗୀଙ୍କ କ୍ୟାବିନେଟକୁ ସଂପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛି ଦଳ।

ଆସନ୍ତାକାଲି ଦଳର ୱାର୍କିଂ କମିଟି ବୈଠକ ବସିବ। ଏଥିରେ ୨୦୨୨ ନିର୍ବାଚନ ପାଇଁ ରଣନୀତି ସମ୍ପର୍କରେ ଆଲୋଚନା ହେବ। ନିର୍ବାଚନ ରଣନୀତି ବ୍ୟତୀତ ସମ୍ଭାବ୍ୟ କ୍ୟାବିନେଟ ସଂପ୍ରସାରଣ ବିଷୟରେ ମଧ୍ୟ ବରିଷ୍ଠ ନେତାମାନେ ପରସ୍ପର ସହ ବିଚାରବିମର୍ଶ କରିବେ। ଏହାପରେ ଖୁବଶୀଘ୍ର କ୍ୟାବିନେଟ ସଂପ୍ରସାରଣ ସମ୍ପର୍କରେ ଘୋଷଣା କରାଯିବ ବୋଲି ଜଣେ ବରିଷ୍ଠ ନେତା ନିଜ ନାଁ ଗୋପନ ରଖି କହିଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣ କରିଥିଲେ। ଏହି ସମୟରେ ଉତ୍ତର ପ୍ରଦେଶରୁ ସର୍ବାଧିକ ସାଂସଦଙ୍କୁ ମୋଦି ତାଙ୍କ ଟିମ୍‌ରେ ସାମିଲ କରିଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଉତ୍ତର ପ୍ରଦେଶରୁ ଏବେ ମୋଟ ୧୪ ଜଣ ସଦସ୍ୟ ରହିଛନ୍ତି।

ଉତ୍ତର ପ୍ରଦେଶରୁ ଲୋକସଭାକୁ ୬୨ ଜଣ ଓ ରାଜ୍ୟସଭାକୁ ୨୨ ଜଣ ବିଜେପି ସଦସ୍ୟ ନିର୍ବାଚିତ ହୋଇଛନ୍ତି। ସହଯୋଗୀ ଆପନା ଦଳର ଦୁଇ ଜଣ ସଦସ୍ୟ ମଧ୍ୟ ଉତ୍ତର ପ୍ରଦେଶରୁ ନିର୍ବାଚିତ ହୋଇଛନ୍ତି।

ଲୋକସଭା ଓ ରାଜ୍ୟସଭାରେ ଉତ୍ତର ପ୍ରଦେଶରୁ ସର୍ବାଧିକ ସଦସ୍ୟ ରହିଥିବାରୁ ବିଜେପି ଏହାକୁ ବିଧାନସଭା ନିର୍ବାଚନ ବେଳେ ବ୍ୟବହାର କରି ପୁଣିଥରେ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଛି।

ଗତ ବିଧାନସଭା ନିର୍ବାଚନରେ ବିଜେପି ରାଜ୍ୟର ୪୦୩ଟି ଆସନରୁ ୩୧୨ଟି ସ୍ଥାନରେ ଜିତିଥିବା ବେଳେ ସମାଜବାଦୀ ପାର୍ଟି ୪୭ଟି ଓ ବିଏସ୍‌ପି ୧୯ଟିରେ ବାଜିମାତ କରିବାକୁ ସକ୍ଷମ ହୋଇଥିଲା।

Related story