ବହି ବଦଳରେ ବନ୍ଧୁକ ଧରି ବୁଲୁଛନ୍ତି ଦିଦି, ବାନ୍ଧିଲା ପୁଲିସ

ଲକ୍ଷ୍ନୌ: ବହି ବଦଳରେ ବନ୍ଧୁକ ଧରି ବୁଲୁଛନ୍ତି ଦିଦି। ସେ ପୁଣି ବିଚ୍‌ ରାସ୍ତାରେ। ପିଠିରେ ବ୍ୟାଗ୍‌ ଓ ଅଣ୍ଟାରେ ଧରିଛନ୍ତି ବନ୍ଧୁକ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମୌନପୁର ଅଞ୍ଚଳରେ। କରିଶ୍ମା ସିଂହ ଯାଦବ। ଫିରୋଜାବାଦର ଏକ ସ୍କୁଲରେ ସେ ଶିକ୍ଷୟିତ୍ରୀ ରୂପେ କାମ କରନ୍ତି। ଗତକାଲି ସେ କୌଣସି କାମ ଯୋଗୁଁ ମୌନପୁର ଯାଇଥିଲେ। ରାସ୍ତାରେ ଜଣେ ମହିଳା ବନ୍ଧୁକ ଧରି ବୁଲୁଥିବା ନେଇ ପୁଲିସ ଖବର ପାଇଥିଲା। ଏହାପରେ ପୁଲିସ […]

teacher-arrested

Madhupriya Mistry
  • Published: Wednesday, 13 April 2022
  • , Updated: 13 April 2022, 03:01 PM IST

ଲକ୍ଷ୍ନୌ: ବହି ବଦଳରେ ବନ୍ଧୁକ ଧରି ବୁଲୁଛନ୍ତି ଦିଦି। ସେ ପୁଣି ବିଚ୍‌ ରାସ୍ତାରେ। ପିଠିରେ ବ୍ୟାଗ୍‌ ଓ ଅଣ୍ଟାରେ ଧରିଛନ୍ତି ବନ୍ଧୁକ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମୌନପୁର ଅଞ୍ଚଳରେ।

କରିଶ୍ମା ସିଂହ ଯାଦବ। ଫିରୋଜାବାଦର ଏକ ସ୍କୁଲରେ ସେ ଶିକ୍ଷୟିତ୍ରୀ ରୂପେ କାମ କରନ୍ତି। ଗତକାଲି ସେ କୌଣସି କାମ ଯୋଗୁଁ ମୌନପୁର ଯାଇଥିଲେ। ରାସ୍ତାରେ ଜଣେ ମହିଳା ବନ୍ଧୁକ ଧରି ବୁଲୁଥିବା ନେଇ ପୁଲିସ ଖବର ପାଇଥିଲା। ଏହାପରେ ପୁଲିସ ଆସି ତାଙ୍କୁ ଧରିଥିଲା। ସର୍ଚ୍ଚ ବେଳେ ଦିଦିଙ୍କ ପାଖରୁ ବାହାରିଥିଲା ଦେଶୀ ବନ୍ଧୁକ। ଏହାପରେ ତାଙ୍କୁ ପୁଲିସ ଗିରଫ କରିଥିଲା।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ସୂଚନା ମିଳିବା ପରେ ଆମେ ସର୍ବପ୍ରଥମେ ମହିଳା ଜଣକୁ ଖୋଜିଥିଲୁ। ଏହାପରେ ତାଙ୍କୁ ଧରି ପଚରାଉଚରା କରାଯାଇଥିଲା। ଏହି ସମୟରେ ମହିଳା ଜଣଙ୍କର ତଲାସି ମଧ୍ୟ ନିଆଯାଇଥିଲା। ତାଙ୍କ ପାଖରୁ ଏକ ଦେଶୀ ବନ୍ଧୁକ ଜବତ ହୋଇଥିବା ପୁଲିସ କହିଛି।

ଏହି ପୂରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜିନ୍ସ କୁର୍ତ୍ତା ପିନ୍ଧି ନଜର ଆସୁଥିବା ଏହି ସ୍କୁଲ ଦିଦିଙ୍କ ପକେଟ୍‌ରୁ ୩୧୫ ଏମ୍‌ଏମ୍‌ର ଏକ ଦେଶୀ ବନ୍ଧୁକ ପୁଲିସ ଜବତ କିରିଥିବା ଦେଖିବାକୁ ମିଳିଛି।

ଏହାପରେ ଉକ୍ତ ମହିଳା ଶିକ୍ଷୟିତ୍ରୀ କରିଶ୍ମାଙ୍କ ବିରୋଧରେ ଆଇପିସି ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ତେବେ ସେ ଏହି ବନ୍ଧୁକ କେଉଁଠୁ ଆଣିଲେ, କାହିଁକି ବିଚ୍‌ ରାସ୍ତାରେ ଧରି ବୁଲୁଥିଲେ ସେ ନେଇ ପୁଲିସ ତାଙ୍କୁ ପଚରା ଉଚରା ଜାରି ରଖିଥିବା ମୌନପୁରୀ ଥାନା ପୁଲିସ ସୂଚନା ଦେଇଛି।

Related story