ଟ୍ରେନ୍‌ରେ ବୋମା ଥିବା ଗୁଜବ ସୃଷ୍ଟି କରି ଜଣେ ଗିରଫ

ନୂଆଦିଲ୍ଲୀ: ଟ୍ରେନ୍‌ରେ ବୋମା ଥିବା ଗୁଜବ ସୃଷ୍ଟି କରି ଜଣେ ବନ୍ଧା ହୋଇଛନ୍ତି । ଟ୍ରେନ୍‌ରେ ବୋମା ଥିବା ନେଇ ଜଣେ ଯାତ୍ରୀ ରେଲୱେକୁ ମିଛ କଲ କରିଥିବାରୁ ପୁଲିସ ତାଙ୍କୁ ମଙ୍ଗଳବାର ଗିରଫ କରିଛି। ୧୨୬୨୮ ନମ୍ବର ବିଶିଷ୍ଟ ଦିଲ୍ଲୀ-ବେଙ୍ଗାଲୁରୁ ଏକ୍ସପ୍ରେସ୍‌ରେ ଏହି ଘଟଣା ଘଟିଛି। ଯାତ୍ରୀ ଜଣକ ବୋମା ଥିବା କହି ଆତଙ୍କିତ କରିବାରୁ ମଥୁରା ଜଙ୍କସନ୍‌ରେ ଟ୍ରେନଟିକୁ ଅଟକି ରହିଥିଲା। ପରେ ପୁଲିସ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଥିଲା। ବୋମା ସନ୍ଦେହରେ ତନ୍ନତନ୍ନ କରି […]

train

Tapas Behera
  • Published: Wednesday, 15 December 2021
  • , Updated: 15 December 2021, 04:31 PM IST

ନୂଆଦିଲ୍ଲୀ: ଟ୍ରେନ୍‌ରେ ବୋମା ଥିବା ଗୁଜବ ସୃଷ୍ଟି କରି ଜଣେ ବନ୍ଧା ହୋଇଛନ୍ତି । ଟ୍ରେନ୍‌ରେ ବୋମା ଥିବା ନେଇ ଜଣେ ଯାତ୍ରୀ ରେଲୱେକୁ ମିଛ କଲ କରିଥିବାରୁ ପୁଲିସ ତାଙ୍କୁ ମଙ୍ଗଳବାର ଗିରଫ କରିଛି। ୧୨୬୨୮ ନମ୍ବର ବିଶିଷ୍ଟ ଦିଲ୍ଲୀ-ବେଙ୍ଗାଲୁରୁ ଏକ୍ସପ୍ରେସ୍‌ରେ ଏହି ଘଟଣା ଘଟିଛି। ଯାତ୍ରୀ ଜଣକ ବୋମା ଥିବା କହି ଆତଙ୍କିତ କରିବାରୁ ମଥୁରା ଜଙ୍କସନ୍‌ରେ ଟ୍ରେନଟିକୁ ଅଟକି ରହିଥିଲା। ପରେ ପୁଲିସ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଥିଲା। ବୋମା ସନ୍ଦେହରେ ତନ୍ନତନ୍ନ କରି  ଗାଡ଼ି ଯାଞ୍ଚ କରାଯିବାରୁ ଦୀର୍ଘ ସମୟ ଧରି ବିଳମ୍ବ ହୋଥିଲା।

ଫଳରେ ଯାତ୍ରୀମାନେ ଅଜଥା ହଇରାଣ ହରକତ ହୋଇଥିଲେ।  ତେବେ ଯାଞ୍ଚ ପରେ ଟ୍ରେନ୍‌ରୁ ସେମିତି କିଛି ବିସ୍ପୋକକାରୀ ଦ୍ରବ୍ୟ ମିଳି ନଥିଲା ବୋଲି ଆରପିଏଫ ପକ୍ଷରୁ କୁହାଯାଇଛି। ମଥୁରା ଏସପି ପ୍ରକାଶ ସିଂ କହିଛନ୍ତି ଯେ, ସତ୍ୟାନନ୍ଦ ନାମକ ଜଣେ ଯାତ୍ରୀ ଟ୍ରେନ୍‌ରେ ବୋମା ଥିବା ନେଇ ହେଲପଲାଇନ୍ ୧୩୯କୁ କଲ କରିଥିଲେ। ପ୍ରଥମେ କଲିଟିକୁ ରେଲୱେ ପ୍ରୋଟେକସନ ଫୋର୍ସ କଣ୍ଟ୍ରୋଲ ରୁମକୁ ସ୍ଥାନାନ୍ତର କରାଯାଥଲା। ପରେ ଘଟଣା ସମ୍ପର୍କରେ ସ୍ଥାନୀୟ ପୁଲିସକୁ  ଅବଗତ କରାଯାଥିଲା।

ତେବେ ଧରାପଡ଼ିବା ବେଳେ ସତ୍ୟାନନ୍ଦ ଅଧିକ ମଦ୍ୟପାନ କରିଥିବା ପୁଲିସ କହିଛି। ସେହିପରି ଜଣେ କାଟରିଂ ଷ୍ଟାଫ୍‌ଙ୍କ ଆଚରଣକୁ ନେଇ ସତ୍ୟାନନ୍ଦ ଖୁସି ନଥିବା ପୁଲିସ କହିଛି। ଏଥିରେ ସେ ନିରାଶ ହୋଇ  ରେଲୱେକୁ ମିଛ କଲ କରିଥିଲା। ତାଙ୍କୁ ଗିରଫ  କରାଯାଇଥିବା ବେଳେ ଅଧିକ ପଚରାଉଚୁରା କରାଯିବ ବୋଲି ପୁଲିସ କହିଛି।

Related story