ଟିକା ତିଆରିରେ ବାଧା ଉପୁଜିଛି: ଅଦର ପୁନାୱାଲା

ପୁଣେ: ଓଡ଼ିଶା, ଆନ୍ଧ୍ର, ଦିଲ୍ଲୀ ଓ ମହାରାଷ୍ଟ୍ର ସରକାର ଟିକା ଅଭାବ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି। ହେଲେ ଟିକାର ଅଭାବ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହାରି ଭିତରେ ଟିକା ତିଆରି କରିବାରେ ଅସୁବିଧା ହେଉଥିବା କହିଛନ୍ତି ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର (ଏସଆଇଆଇ) ସିଇଓ ଅଦର ପୁନାୱାଲା। ଏଥିପାଇଁ ସେ ଆମେରିକା ଏବଂ ୟୁରୋପକୁ ଦାୟୀ କରିଛନ୍ତି। ଟିକା ତିଆରି କରିବା ପାଇଁ ଏହି ଦୁଇ ଦେଶରୁ କଞ୍ଚାମାଲ […]

SII-COVOVAX

Subhransu Sekhar
  • Published: Thursday, 08 April 2021
  • , Updated: 08 April 2021, 02:48 PM IST

ପୁଣେ: ଓଡ଼ିଶା, ଆନ୍ଧ୍ର, ଦିଲ୍ଲୀ ଓ ମହାରାଷ୍ଟ୍ର ସରକାର ଟିକା ଅଭାବ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି। ହେଲେ ଟିକାର ଅଭାବ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହାରି ଭିତରେ ଟିକା ତିଆରି କରିବାରେ ଅସୁବିଧା ହେଉଥିବା କହିଛନ୍ତି ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର (ଏସଆଇଆଇ) ସିଇଓ ଅଦର ପୁନାୱାଲା। ଏଥିପାଇଁ ସେ ଆମେରିକା ଏବଂ ୟୁରୋପକୁ ଦାୟୀ କରିଛନ୍ତି। ଟିକା ତିଆରି କରିବା ପାଇଁ ଏହି ଦୁଇ ଦେଶରୁ କଞ୍ଚାମାଲ ଆସେ। ହେଲେ ଏହା ଉପରେ ଆମେରିକା, ୟୁରୋପ ପ୍ରତିବନ୍ଧକ ଲଗାଇଥିବାରୁ ଟିକା ଉତ୍ପାଦନ ପ୍ରଭାବିତ ହୋଇଛି ବୋଲି ପୁନାୱାଲା କହିଛନ୍ତି।

ଏକ ଇଂରାଜୀ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ପୁନାୱାଲା କହିଛନ୍ତି ଯେ ଆମେରିକା ଟିକା ତିଆରି ବ୍ୟବହାର ହେଉଥିବା କଞ୍ଚାମାଲ ଉପରେ ରୋକ୍ ଲଗାଇଥିବାରୁ ଟିକା ତିଆରିରେ ବାଧା ଉପୁଜିଛି। ଚାଇନାରେ ମଧ୍ୟ ଏହି କଞ୍ଚାମାଲ ମିଳିବ। ହେଲେ ଚାଇନା କଞ୍ଚାମାଲର ଗୁଣବତ୍ତା ଭଲ ନୁହେଁ। ତେଣୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଚାଇନାର କଞ୍ଚାମାଲ କିଣିବ ନାହିଁ। ଏବେ ଏହି କଞ୍ଚାମାଲର ଆବଶ୍ୟକତା ରହିଛି। ହେଲେ ଆଉ ୬ ମାସ ପରେ ଏହି କଞ୍ଚା ମାଲର ଆବଶ୍ୟକତା ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

ସେରମ୍ ଇନଷ୍ଟିଚ୍ୟୁଟ୍ ପ୍ରତି ମାସରେ ୬-୬.୫ କୋଟି କୋଭିଶିଲ୍ଡ ଡୋଜ ପ୍ରସ୍ତୁତ କରୁଛି। ଚଳିତ ବର୍ଷ ଜୁନ୍ ସୁଦ୍ଧା ଏସଆଇଆଇ ମାସକୁ ୧୦–୧୧ ନିୟୁତ ଟିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଆଷ୍ଟ୍ରା ଜେନେକାର ମିଳିତ ସହଯୋଗରେ ଏସଆଇଆଇ କୋଭିଶିଲ୍ଡ ଟିକା ପ୍ରସ୍ତୁତ କରିଛି। ଯାହାକି ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ଟିକାକୁ ଭାରତରେ କୋଭିଶିଲ୍ଡ ନାମରେ ନାମିତ କରାଯାଇଛି। ସେହିପରି ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ମଧ୍ୟ କୋଭାକ୍ସିନ୍ ତିଆରି କରିଛି। ହେଲେ କୋଭିଶିଲ୍ଡ ଜରୁରୀକାଳୀନ ବ୍ୟବହାର ପାଇଁ ସରକାର ଅନୁମତି ଦେଇଛନ୍ତି।

Related story