ଭାରତ ଛାଡ଼ିବାକୁ ନିଜ ଦେଶର ନାଗରିକଙ୍କୁ କହିଲା ଆମେରିକା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ହୁହୁ ବଢ଼ୁଥିବା ବେଳେ ବିଭିନ୍ନ ରାଷ୍ଟ୍ରରୁ ନୂଆଦିଲ୍ଲୀ ପ୍ରତି ସହଯୋଗର ହାତ ବଢ଼ିଛି। ତଥାପି ଭାରତର ସ୍ଥିତି ଭୟଙ୍କର ହେଉଥିବାରୁ ଆମେରିକା ପକ୍ଷରୁ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି। ଆମେରିକା ପକ୍ଷରୁ ଭାରତରେ ଥିବା ନିଜ ଦେଶର ନାଗରିକଙ୍କୁ ସ୍ୱଦେଶ ତୁରନ୍ତ ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଭାରତକୁ ବର୍ତ୍ତମାନ ସ୍ଥିତିରେ ଆମେରିକୀୟମାନେ ବୁଲିବାକୁ ଯାଆନ୍ତୁ ନାହିଁ ବୋଲି ୱାଶିଂଟନ କହିଛି। ଆମେରିକା ପକ୍ଷରୁ ନିଜ ଦେଶର ନାଗରିକଙ୍କ ପାଇଁ ୪ନଂ […]

America

Hemant Lenka
  • Published: Thursday, 29 April 2021
  • , Updated: 29 April 2021, 03:27 PM IST

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ହୁହୁ ବଢ଼ୁଥିବା ବେଳେ ବିଭିନ୍ନ ରାଷ୍ଟ୍ରରୁ ନୂଆଦିଲ୍ଲୀ ପ୍ରତି ସହଯୋଗର ହାତ ବଢ଼ିଛି। ତଥାପି ଭାରତର ସ୍ଥିତି ଭୟଙ୍କର ହେଉଥିବାରୁ ଆମେରିକା ପକ୍ଷରୁ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି। ଆମେରିକା ପକ୍ଷରୁ ଭାରତରେ ଥିବା ନିଜ ଦେଶର ନାଗରିକଙ୍କୁ ସ୍ୱଦେଶ ତୁରନ୍ତ ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଭାରତକୁ ବର୍ତ୍ତମାନ ସ୍ଥିତିରେ ଆମେରିକୀୟମାନେ ବୁଲିବାକୁ ଯାଆନ୍ତୁ ନାହିଁ ବୋଲି ୱାଶିଂଟନ କହିଛି।

ଆମେରିକା ପକ୍ଷରୁ ନିଜ ଦେଶର ନାଗରିକଙ୍କ ପାଇଁ ୪ନଂ ଟ୍ରାଭେଲ ସତର୍କତା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଆମେରିକା ନାଗରିକମାନେ ବର୍ତ୍ତମାନର କରୋନା ସ୍ଥିତିରେ ଭାରତ ଗସ୍ତରେ ଯାଆନ୍ତୁ ନାହିଁ। ସେହିପରି ଭାରତରେ ଥିବା ନାଗରିକମାନଙ୍କୁ ଯଥାଶୀଘ୍ର ଆମେରିକା ଫେରିଆସିବାକୁ ମଧ୍ୟ ଏଥିରେ କୁହାଯାଇଛି।

ପ୍ରତିଦିନ ଭାରତ ଓ ଆମେରିକା ମଧ୍ୟରେ ୧୪ଟି ବିମାନ ସିଧାସଳଖ ଚାଲୁଛି। ସେହିପରି ଭାରତରୁ ୟୁରୋପ ଦେଇ ଆମେରିକାକୁ ମଧ୍ୟ ଅନେକ ବିମାନ ସଂଯୋଗ କରୁଛି। ତେଣୁ ଆମେରିକୀୟମାନେ ଏହାକୁ ବ୍ୟବହାର କରି ସ୍ୱଦେଶ ଫେରିପାରିବେ ବୋଲି ଆମେରିକା ସରକାର କହିଛନ୍ତି।


ଅନ୍ୟପକ୍ଷରେ ଭାରତରେ କରୋନା ସଂକ୍ରମଣ ଏତେ ମାତ୍ରାରେ ବଢ଼ିଲାଣି ଯେ ହସ୍ପିଟାଲରେ ବେଡ୍‌ର ଅଭାବ ଦେଖାଗଲାଣି। କ୍ରମାଗତ ୮ମ ଦିନ ପାଇଁ ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୪ ହଜାର ଛୁଇଁବାକୁ ବସିଲାଣି। ଏହାକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ଦେଶ ସତର୍କ ସୂଚନା ଜାରି କରିବାରେ ଲାଗିଛନ୍ତି।

ଚଳିତ ସପ୍ତାହରେ ଅଷ୍ଟ୍ରେଲିଆ ମଧ୍ୟ ଭାରତ ସହ ସମସ୍ତ ପ୍ରକାରର ବିମାନ ସେବା ଚ୍ଛିନ୍ନ କରିଥିଲା। ସେହିପରି ବ୍ରିଟେନ ମଧ୍ୟ ଭାରତରୁ ଲଣ୍ଡ ଯାଉଥିବା ଲୋକଙ୍କ ପାଇଁ ୧୦ ଦିନିକିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି।

Related story