କୋଭାକ୍ସିନ ଓ ସ୍ପୁଟନିକ-ଭି ନେଇଥିବା ଭାରତୀୟ ଶିକ୍ଷାର୍ଥୀଙ୍କୁ ପୁଣି ଟିକା ନେବାକୁ ଆମେରିକାର ନିର୍ଦ୍ଦେଶ

ୱାଶିଂଟନ: ଯାହା ଆଶଙ୍କା କରାଯାଉଥିଲା, ଠିକ ସେଇଆ ହୋଇଛି। ବିଶ୍ୱ ସ୍ୱାସ୍ଥ ସଂଗଠନ ତାଲିକାରେ ନଥିବା ଯେକୌଣସି ଟିକାର ଡବଲ ଡୋଜ୍‌ ନେଇଥିବା ପିଲାଙ୍କ ଅଡ଼ୁଆ ବଢ଼ାଇଛି ଆମେରିକା। ଆମେରିକାର ସମସ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବେ ଶିକ୍ଷାର୍ଥୀଙ୍କୁ ହୁ’ର ଅନୁମୋଦନ ପ୍ରାପ୍ତ ଟିକାର ଡବଲ ଡୋଜ୍‌ ନେବାକୁ କହିଛନ୍ତି। ଯଦି କେହି ଅନ୍ୟ କୌଣସି ଟିକା ନେଇଥିବେ, ତା’ହେଲେ ସେମାନଙ୍କୁ ଟିକା ନେଇ ନଥିବା ତାଲିକାରେ ସାମିଲ କରାଯିବ। ଏହି ଶିକ୍ଷାର୍ଥୀଙ୍କ ମଧ୍ୟରେ ଭାରତୀୟମାନେ ମଧ୍ୟ ଅଛନ୍ତି। […]

Vaccine1

Hemant Lenka
  • Published: Saturday, 05 June 2021
  • , Updated: 05 June 2021, 08:57 PM IST

ୱାଶିଂଟନ: ଯାହା ଆଶଙ୍କା କରାଯାଉଥିଲା, ଠିକ ସେଇଆ ହୋଇଛି। ବିଶ୍ୱ ସ୍ୱାସ୍ଥ ସଂଗଠନ ତାଲିକାରେ ନଥିବା ଯେକୌଣସି ଟିକାର ଡବଲ ଡୋଜ୍‌ ନେଇଥିବା ପିଲାଙ୍କ ଅଡ଼ୁଆ ବଢ଼ାଇଛି ଆମେରିକା। ଆମେରିକାର ସମସ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବେ ଶିକ୍ଷାର୍ଥୀଙ୍କୁ ହୁ’ର ଅନୁମୋଦନ ପ୍ରାପ୍ତ ଟିକାର ଡବଲ ଡୋଜ୍‌ ନେବାକୁ କହିଛନ୍ତି। ଯଦି କେହି ଅନ୍ୟ କୌଣସି ଟିକା ନେଇଥିବେ, ତା’ହେଲେ ସେମାନଙ୍କୁ ଟିକା ନେଇ ନଥିବା ତାଲିକାରେ ସାମିଲ କରାଯିବ। ଏହି ଶିକ୍ଷାର୍ଥୀଙ୍କ ମଧ୍ୟରେ ଭାରତୀୟମାନେ ମଧ୍ୟ ଅଛନ୍ତି।

ଯେଉଁ ଭାରତୀୟ ଶିକ୍ଷାର୍ଥୀ କୋଭାକ୍ସିନ କିମ୍ବା ରୁଷର ସ୍ପୁଟନିକ ଭି ନେଇଛନ୍ତି, ସେମାନଙ୍କୁ ପୁଣିଥରେ ଅନୁମୋଦନ ପ୍ରାପ୍ତ ଟିକାର ଡବଲ ଡୋଜ୍‌ ନେବାକୁ ପଡ଼ିବ।କାରଣ କୋଭାକ୍ସିନ ଓ ସ୍ପୁଟନିକ ଭିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଯାଏ ବ୍ୟବହାର ପାଇଁ ଅନୁମତି ଦେଇନାହିଁ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ କରି ନଥିବା ଟିକାର ସୁରକ୍ଷା ଓ ପ୍ରଭାବକୁ ନେଇ ଆମେରିକାର ବିଶ୍ୱବିଦ୍ୟାଳୟ ଗୁଡ଼ିକର ସନ୍ଦେହ ପ୍ରକାଶ କରିଛନ୍ତି। ତେଣୁ ଯେଉଁମାନେ ହୁ’ର ତାଲିକା ବାହାରେ ଥିବା ଟିକା ନେଇଛନ୍ତି, ସେମାନଙ୍କୁ ଟିକା ନେଇ ନଥିବା ତାଲିକାରେ ରଖାଯାଇଛି। ସେମିଷ୍ଟର ପୂର୍ବରୁ ଏଭଳି ଛାତ୍ରଛାତ୍ରୀମାନେ ପୁଣିଥରେ ଅନୁମୋଦନ ଲାଭ କରିଥିବା କମ୍ପାନୀର ଟିକା ନେବେ।

ଏପରି ସ୍ଥିତିରେ ଛାତ୍ରଛାତ୍ରୀମାନେ ମଧ୍ୟ ଭୟଭୀତ ହୋଇପଡ଼ିଛନ୍ତି। କାରଣ ସେମାନେ ପୂର୍ବରୁ ଗୋଟିଏ କମ୍ପାନୀର ଟିକା ନେଇଥିବା ବେଳେ ଏବେ ଯଦି ଆଉ ଗୋଟିଏ କମ୍ପାନୀର ଟିକା ନେବେ, ତା’ହେଲେ ଏହାର କୁପ୍ରଭାବ ଦେଖିବାକୁ ମିଳିପାରେ। ତେଣୁ ସେମାନେ ଏବେ କ’ଣ କରିବେ, ସେ ଚିନ୍ତାରେ ରହିଛନ୍ତି।

୨୫ ବର୍ଷୀୟ ମିଲୋନି ଦୋଶି କଲୋମ୍ବିଆ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଇଣ୍ଟରନ୍ୟାଶନାଲ ଓ ପବ୍ଲିକ ଆଫେୟାର୍ସରେ ଯୋଗଦେବେ। ସେ ଭାରତରେ କୋଭାକ୍ସିନ ଟିକାର ଦୁଇଟି ଯାକ ଡୋଜ୍‌ ନେଇ ସାରିଛନ୍ତି। କିନ୍ତୁ ସେ କ୍ୟାମ୍ପସକୁ ଆସିବା ପରେ ପୁଣିଥରେ କର୍ତ୍ତୃପକ୍ଷ ଅନ୍ୟ କମ୍ପାନୀର ଟିକା ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାକୁ ନେଇ ଦୋଶି ଚିନ୍ତାରେ ପଡ଼ିଛନ୍ତି। କେବଳ ଦୋଶି ନୁହନ୍ତି, କୋଭାକ୍ସିନ ଟିକା ନେଇଥିବା ଏକାଧିକ ଭାରତୀୟ ଛାତ୍ରଛାତ୍ରୀମ ମଧ୍ୟ ଏହି ନିର୍ଦ୍ଦେଶକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ବିଶେଷଜ୍ଞମାନେ କହିଛନ୍ତି, ଦୁଇଟି ଭିନ୍ନଭିନ୍ନ କମ୍ପାନୀର ଟିକା ଜଣଙ୍କ ଉପରେ ଏଯାଏ ପରୀକ୍ଷା ହୋଇନାହିଁ। ଭିନ୍ନଭିନ୍ନ କମ୍ପାନୀର ଟିକା ନେଲେ, ଏହା ଶରୀର ଉପରେ କୁ ପ୍ରଭାବ ପକାଇବାର ଆଶଙ୍କା ମଧ୍ୟ ରହିଛି।

Related story