ବିହାରରେ କରୋନାର ୟୁଏସ୍‌ ଭାରିଏଣ୍ଟ

ପାଟନା: ଦେଶରେ ପୁଣି ଥରେ କାୟା ମେଲାଇଲାଣି ମହାମାରୀ କରୋନା। ବେଶ୍‌ କିଛି ଦିନର ବିରତି ପରେ ପୁଣି ଉପରମୁହାଁ ହୋଇ ଚାଲିଛି କରୋନା ଗ୍ରାଫ। ବଢ଼ି ଚାଲିଛି ସଂକ୍ରମଣ, ତା’ସହ ମୃତ୍ୟୁ ସଂଖ୍ୟା ବି ବଢ଼ୁଛି। ଏହାରି ଭିତରେ ଦେଶରେ କରୋନାର ଆଉ ଏକ ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ବିହାରର ପାଟନାରେ କରୋନାର ୟୁଏସ୍‌ ଭାରିଏଣ୍ଟ BA.12 ଚିହ୍ନଟ ହେବା ପରେ ଏହାକୁ ନେଇ ଚାରିଆଡେ ଆତଙ୍କ ଖେଳିଯାଇଛି। ଏହି ଭାରିଏଣ୍ଟ ଆମେରିକାରେ ଦ୍ରୁତ […]

Corona

Madhupriya Mistry
  • Published: Thursday, 28 April 2022
  • , Updated: 28 April 2022, 12:51 PM IST

ପାଟନା: ଦେଶରେ ପୁଣି ଥରେ କାୟା ମେଲାଇଲାଣି ମହାମାରୀ କରୋନା। ବେଶ୍‌ କିଛି ଦିନର ବିରତି ପରେ ପୁଣି ଉପରମୁହାଁ ହୋଇ ଚାଲିଛି କରୋନା ଗ୍ରାଫ। ବଢ଼ି ଚାଲିଛି ସଂକ୍ରମଣ, ତା'ସହ ମୃତ୍ୟୁ ସଂଖ୍ୟା ବି ବଢ଼ୁଛି। ଏହାରି ଭିତରେ ଦେଶରେ କରୋନାର ଆଉ ଏକ ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ବିହାରର ପାଟନାରେ କରୋନାର ୟୁଏସ୍‌ ଭାରିଏଣ୍ଟ BA.12 ଚିହ୍ନଟ ହେବା ପରେ ଏହାକୁ ନେଇ ଚାରିଆଡେ ଆତଙ୍କ ଖେଳିଯାଇଛି।

ଏହି ଭାରିଏଣ୍ଟ ଆମେରିକାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହା ଓମିକ୍ରନ୍‌ ଭାରିଏଣ୍ଟ ଠାରୁ ୧୦ଗୁଣ ଅଧିକ ଭୟଙ୍କର ଓ ସଂକ୍ରାମକ ବୋଲି କୁହାଯାଇଛି। ଦିଲ୍ଲୀରେ ମଧ୍ୟ ଏହି ଭାରିଏଣ୍ଟର ଗୋଟିଏରୁ ଦୁଇଟି ମାମଲା ସାମ୍ନାକୁ ଆସିଛି। ନିକଟରେ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସରେ ୧୩ଟି ନମୂନାର ଜିନୋମ୍‌ ସିକ୍ୱେନ୍ସିଂ କରାଯାଇଥିଲା। ଏହି ପରୀକ୍ଷାରୁ ସାମ୍ନାକୁ ଆସିଥିବା ରିପୋର୍ଟ ସମସ୍ତଙ୍କୁ ଭୟଭୀତ କରିଦେଇଥିଲା। ଜିନୋମ୍‌ ସିକ୍ୱେନ୍ସିଂ ପରେ BA.12 ଭାରିଏଣ୍ଟରେ କିଛି ଲୋକ ସଂକ୍ରମିତ ହୋଇଥିବା ଜଣାପଡିଥିଲା।

ଉକ୍ତ ଆକ୍ରାନ୍ତ ଲୋକଙ୍କୁ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କ ଏବେ ଯାଞ୍ଚ ଚାଲିଛି। ବିଶେଷଜ୍ଞମାନେ କହିଛନ୍ତି ଯେ XE ଏବଂ BA.12 ଭାରିଏଣ୍ଟଗୁଡ଼ିକ ବିଷୟରେ ଏପର୍ଯ୍ୟନ୍ତ ଅଧିକ ତଥ୍ୟ ଉପଲବ୍ଧ ନାହିଁ। କିନ୍ତୁ ଅନେକ ଦେଶରେ BA.12 ଭାରିଏଣ୍ଟ ଚିହ୍ନଟ ହୋଇଛି। BA.12 ଭାରିଏଣ୍ଟ ପ୍ରଥମେ ଆମେରିକାରେ ଚିହ୍ନଟ ହୋଇଥିଲା।

BA.12 ଭାରିଏଣ୍ଟ କ'ଣ?

କରୋନାର ଏହି ନୂଆ ଭାରିଏଣ୍ଟ BA.12 ଓମିକ୍ରନର ହିଁ ସବ୍‌ ଭାରିଏଣ୍ଟ। ଏହା XE ଭାରିଏଣ୍ଟଠାରୁ ବେଶ୍‌ ଭିନ୍ନ। ଉଲ୍ଲେଖ ଯୋଗ୍ୟ ଯେ, XE ହେଉଛି ରି-କମ୍ବିନେଶନ୍‌ ଭାରିଏଣ୍ଟ ଏବଂ BA.12  ହେଉଛି ମ୍ୟୁଟେଣ୍ଟ ଭାରିଏଣ୍ଟ। ଏହା ଓମିକ୍ରନ୍‌ର BA.1  ଓ BA.2  ଭଳି ସବ୍‌ ଭାରିଏଣ୍ଟ ଅଟେ। ଜାନୁଆରୀ ୧୯ରେ ପ୍ରଥମେ ବ୍ରିଟେନ୍‌ରେ XE ଭାରିଏଣ୍ଟ ଚିହ୍ନଟ ହୋଇଥିଲା।

Related story