ଘରେ ମା’ ସରସ୍ୱତୀଙ୍କ ମୂର୍ତ୍ତି ସ୍ଥାପନ କଲେ ଉସ୍ତାଦ୍ ରସିଦ ଖାନ

ନୂଆଦିଲ୍ଲୀ: ଶନିବାର ଦିନ ସାରା ଦେଶରେ ବାଗଦେବୀ ସରସ୍ୱତୀଙ୍କୁ ଆରାଧନା କରାଯାଇଛି। ଏହି ଅବସରରେ ପଦ୍ମ ଭୂଷଣ ଉସ୍ତାଦ୍ ରସିଦ ଖାନ ତାଙ୍କ ଘରେ ମା’ ସରସ୍ୱତୀଙ୍କ  ସ୍ଥାୟୀ ମୂର୍ତ୍ତି ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିଛନ୍ତି। ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କୁ ସେ ବର୍ଷ ତମାମ ପୂଜା କରିବା ଇଚ୍ଛା କରି ମୂର୍ତ୍ତି ସ୍ଥାପନ କରିଛନ୍ତି। ଗତ ଜାନୁଆରୀ ମାସରେ  ଉସ୍ତାଦ୍ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ। ଉସ୍ତାଦ୍ ଖାନ୍ କହିଛନ୍ତି ଯେ, ସେ କୋଲକାତା ଆସିବା […]

ustad-2

Tapas Behera
  • Published: Saturday, 05 February 2022
  • , Updated: 05 February 2022, 09:44 PM IST

ନୂଆଦିଲ୍ଲୀ: ଶନିବାର ଦିନ ସାରା ଦେଶରେ ବାଗଦେବୀ ସରସ୍ୱତୀଙ୍କୁ ଆରାଧନା କରାଯାଇଛି। ଏହି ଅବସରରେ ପଦ୍ମ ଭୂଷଣ ଉସ୍ତାଦ୍ ରସିଦ ଖାନ ତାଙ୍କ ଘରେ ମା’ ସରସ୍ୱତୀଙ୍କ  ସ୍ଥାୟୀ ମୂର୍ତ୍ତି ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିଛନ୍ତି। ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କୁ ସେ ବର୍ଷ ତମାମ ପୂଜା କରିବା ଇଚ୍ଛା କରି ମୂର୍ତ୍ତି ସ୍ଥାପନ କରିଛନ୍ତି।

ଗତ ଜାନୁଆରୀ ମାସରେ  ଉସ୍ତାଦ୍ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ। ଉସ୍ତାଦ୍ ଖାନ୍ କହିଛନ୍ତି ଯେ, ସେ କୋଲକାତା ଆସିବା ଦିନଠାରୁ ସରସ୍ୱତୀ ପୂଜାକୁ ଉତ୍ସାହର ସହ ପାଳନ କରି ଆସୁଛନ୍ତି। ଗତ ଗତ ଦୁଇ ବର୍ଷ ହେବ କୋଭିଡ୍ ଯୋଗୁ ସେ ଆଡ଼ମ୍ବର ସହକାରେ ପାଳନ କରିପାରି ନଥିଲେ। ତେବେ ୨୦୨୨ରେ ପୁନର୍ବାର ଭରପୂର ଉତ୍ସବ ନେଇ ସେ ପୂଜାରେ ସାମିଲ ହୋଇଛନ୍ତି। ଏହି ପୂଜାରେ ତାଙ୍କର ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି। ଆସନ୍ତା ବର୍ଷ ଆହୁରୀ ଭଲ ହେବ ବୋଲି ସେ ଆଶା ରଖିଛନ୍ତି। ସରସ୍ୱତୀ ପୂଜା ଦିନ ପଶ୍ଚିମବଙ୍ଗର ଯୁବ ଯୁବତୀମାନେ ଧଳା ରଙ୍ଗର ପୋଷାକ ପିନ୍ଧି ପୂଜାର ଆନନ୍ଦ ନି‌ଅନ୍ତି।

ଉସ୍ତାଦ୍ ରସିଦ୍ ଖାନ୍ କହିଛନ୍ତି ପ୍ରତିବର୍ଷ, ସେ ତାଙ୍କ ଛାତ୍ରମାନଙ୍କ ସହିତ ମାଙ୍କ ଏକ ପ୍ରତିମା ଆଣି ପୂଜା କରନ୍ତି। ଏଥର ସେ ମାଙ୍କର  ସ୍ଥାୟୀ ପ୍ରତିମା ସ୍ଥାପନ କରିଛନ୍ତି।  ଏହି ମୂର୍ତ୍ତିକୁ ସେ ପ୍ରତିଦିନ ପୂଜା କରିବେ।  ଶାସ୍ତ୍ରୀୟ ସଙ୍ଗୀତକାର ଭାବେ ପରିଚିତ ଉସ୍ତାଦ ଅନେକ ଗୀତ ଗାଇଛନ୍ତି।  ହିନ୍ଦୁସ୍ତାନୀ ମ୍ୟୁଜିକ୍ରେ ବେଶ ଦଖଲ ଥିବା ଉସ୍ତାଦ ମା’ ସରସ୍ୱତୀଙ୍କ ଆଶୀର୍ବାଦରୁ ଏତେ ବଡ଼ ସଫଳତାର ଅଧିକାରୀ ହୋଇ ପାରିଛନ୍ତି ବୋଲି କହିଛନ୍ତି।

Related story