ଶିଳ୍ପ ପାଇଁ ଗଞ୍ଜେଇ: ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ

ଡେରାଡୁନ: ଶିଳ୍ପ କ୍ଷେତ୍ରରେ ଗଞ୍ଜେଇର ବ୍ୟବହାର ପାଇଁ ଆରମ୍ଭ ହୋଇଛି ଉତ୍ପାଦନ। ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ଗଞ୍ଜେଇ ଶିଳ୍ପକୁ ଅନୁମତି ଦେଇଛି। ୬ ବର୍ଷ ତଳେ ଉତ୍ତରାଖଣ୍ଡରେ ଗଞ୍ଜେଇ ଚାଷ ପାଇଁ ଅନୁମତି ମିଳିଥିଲା। ଏଠାରେ ଇଣ୍ଡଷ୍ଟ୍ରିଆଲ ହେମ୍ପ ବା ନିଶା ଉପାଦାନ କମ ଥିବା ତଥା ମେଡିକାଲ ଏବଂ ଶିଳ୍ପ କ୍ଷେତ୍ରରେ ବ୍ୟବହାର ହେଉଥିବା ଗଞ୍ଜେଇ ଚାଷକୁ ସରକାର ଅନୁମତି ଦେଇଥିଲେ। ଏବେ ଇଣ୍ଡଷ୍ଟ୍ରିଆଲ ହେମ୍ପର ଉତ୍ପାଦନ ଆରମ୍ଭ ହୋଇଛି। ବାଗେଶ୍ୱର ଜିଲ୍ଲାର […]

canbis

  • Published: Thursday, 22 September 2022
  • , Updated: 22 September 2022, 05:14 PM IST

ଡେରାଡୁନ: ଶିଳ୍ପ କ୍ଷେତ୍ରରେ ଗଞ୍ଜେଇର ବ୍ୟବହାର ପାଇଁ ଆରମ୍ଭ ହୋଇଛି ଉତ୍ପାଦନ। ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ଗଞ୍ଜେଇ ଶିଳ୍ପକୁ ଅନୁମତି ଦେଇଛି। ୬ ବର୍ଷ ତଳେ ଉତ୍ତରାଖଣ୍ଡରେ ଗଞ୍ଜେଇ ଚାଷ ପାଇଁ ଅନୁମତି ମିଳିଥିଲା। ଏଠାରେ ଇଣ୍ଡଷ୍ଟ୍ରିଆଲ ହେମ୍ପ ବା ନିଶା ଉପାଦାନ କମ ଥିବା ତଥା ମେଡିକାଲ ଏବଂ ଶିଳ୍ପ କ୍ଷେତ୍ରରେ ବ୍ୟବହାର ହେଉଥିବା ଗଞ୍ଜେଇ ଚାଷକୁ ସରକାର ଅନୁମତି ଦେଇଥିଲେ। ଏବେ ଇଣ୍ଡଷ୍ଟ୍ରିଆଲ ହେମ୍ପର ଉତ୍ପାଦନ ଆରମ୍ଭ ହୋଇଛି।

ବାଗେଶ୍ୱର ଜିଲ୍ଲାର ମାଜିଷ୍ଟ୍ରେଟ ରୀନା ଯୋଶର କହିଛନ୍ତି, ମାତ୍ର ୫ ମାସର ପରିଶ୍ରମ ପରେ ସୀମାନ୍ତ ଜିଲ୍ଲାର ଚାଷୀମାନେ ଇଣ୍ଡଷ୍ଟ୍ରିଆଲ ହେମ୍ପ ବା ଶୈଳ୍ପିକ ଗଞ୍ଜେଇ ବୃଦ୍ଧି କରିବାରେ ସମର୍ଥନ ହୋଇଛନ୍ତି। ଏଥିରେ ୦.୩%ରୁ କମ tetrahydrocannabinol (THC) ରହିଛି। ଏତିକି ପରିମାଣର ଟିଏଚ୍‌ସି ପାଇଁ ଅନ୍ତର୍ଜାତୀୟ ଆଇନରେ ବ୍ୟବସ୍ଥା ରହିଛି ଓ ରାଜ୍ୟର ଗାଇଡଲାଇନରେ ମଧ୍ୟ ସମାନ କଥା କୁହାଯାଇଛି।

ବାଗେଶ୍ୱର ଜିଲ୍ଲା ପ୍ରଶାସନ ପ୍ରକଳ୍ପ ପାଇଁ ଟଙ୍କା ଖର୍ଚ୍ଚ କରିଥିଲା ଓ କୃଷି ବିଭାଗ ବେଶ ସକ୍ରିୟ ଭାବେ ସ୍ଥିତି ଉପରେ ନଜର ରଖି ୪ ଜଣ ଚାଷୀଙ୍କୁ ଶିଳ୍ପ କାରଖାନାରେ ବ୍ୟବହାର ହେବାକୁ ଥିବା ହେମ୍ପ ଉତ୍ପାଦନ କରିବାକୁ ଲାଇସେନ୍ସ ଦେଇଥିଲା। ୦.୫ ଏକର ଜମିରେ ଏହି ଚାଷ କରାଯାଇଛି।

ଫସଲ ଯେତେବେଳେ ବଢ଼ିବାରେ ଲାଗିଥିଲେ, ଏଥିରେ ୦.୩%କୁ କମ ଟିଏଚ୍‌ସି ରହିଥିବା ଜଣାପଡ଼ିଥିଲା। ଫଳରେ ଏହା ଶିଳ୍ପ କ୍ଷେତ୍ରରେ ବ୍ୟବହାର ପାଇଁ ଯୋଗ୍ୟ ବିବେଚିତ ହୋଇଛି ବୋଲି ସେ କହିଛନ୍ତି।

ବୁଧବାର ଶିଳ୍ପ କ୍ଷେତ୍ର ପାଇଁ ଗଞ୍ଜେଇ ଚାଷ କରିଥିବା ଚାଷୀମାନଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଥିଲା। ଗଞ୍ଜେଇରେ ସାଧାରଣତଃ Cannabidiol (CBD) and THC ଭଳି ଦୁଇ ମୁଖ୍ୟ ପାଇଟୋକେମିକାଲ୍ସ ଠାବ ହୋଇଥାଏ। ହେମ୍ପ ହେଉଛି ଗୋଟିଏ ଉପପ୍ରଜାତି ବା ସବ୍‌ସ୍ପେସିସ। ଏହା ମାରିଜୁଆନା ବା ଗଞ୍ଜେଇ ସହ ସମାନ। ତେବେ ପାରମ୍ପରିକ ମାରିଜୁଆନାରେ ୨୦% ଟିଏଚ୍‌ସି ବା ନିଶା ରହିଥିବା ବେଳେ ହେମ୍ପରେ ଏହାର ପରିମାଣ କମ ରହିଥାଏ।

ପ୍ରଥମଥର ପାଇଁ ଭାରତରେ ଇଣ୍ଟଷ୍ଟ୍ରିଆଲ ସ୍ତରର ହେମ୍ପ ଉତ୍ପାଦନ କରାଯାଇଛି। ସରକାରଙ୍କ ଗାଇଡଲାଇନ ଅନୁସାରେ ସବୁ କିଛି ହୋଇଛି। ଏହା ଆଗକୁ ଇଣ୍ଡଷ୍ଟ୍ରିଆଲ ହେମ୍ପର ବ୍ୟବସାୟିକ ଉତ୍ପାଦନକୁ ଅଧିକ ସଶକ୍ତ କରିବ। ଅନ୍ୟ ସ୍ଥାନରେ ମଧ୍ୟ ମଞ୍ଜି ଓ ପତ୍ରକୁ ବ୍ୟବହାର କରି ବିଭିନ୍ନ କ୍ଷେତ୍ରରେ ଏହାର ବିନିଯୋଗ କରାଯାଇ ପାରିବ ବୋଲି ଡା ବ୍ରିଜ କିଶୋର ମିଶ୍ର କହିଛନ୍ତି।

ହେମ୍ପ ପରିବେଶକୁ ସୁରକ୍ଷିତ ମଧ୍ୟ କରିପାରିବ। ହେମ୍ପକ୍ରେଟ(ହେମ୍ପ କଷ୍ଟ୍ରକସନ ବ୍ଲକ) ଦ୍ୱାରା ଘର ତିଆରି କରାଯାଇପରିବ। ଏହାବାଦ ହେମ୍ପ ଫାଇବରରୁ କପଡ଼ା, ଜୋତା ଓ ଅନ୍ୟାନ୍ୟ ଜିନିଷ ପ୍ରସ୍ତୁତ ହୋଇପାରିବ। ଇନସୋମନିଆ, ଆଜମା, ମୁଣ୍ଡବିନ୍ଧା, ସ୍ନାୟୁଗତ ଓ ହାର୍ଟ ସହ ଜଡ଼ିତ ରୋଗ ପାଇଁ ମଧ୍ୟ ଓଷଦ ବ୍ୟବହାର କରାଯାଇପାରିବ। ଏଥିରୁ ପ୍ରସ୍ତୁତ ହେଉଥିବା ମେଡିସିନର ଚାହିଦା ପଶ୍ଚିମ ଦେଶଗୁଡ଼ିକରେ ଅଧି ରହିଛି। ଲକ୍ଷ୍ନୌର ଆଇସିଏଆର ଓ ଜମ୍ମୁର ଆଇଆଇଏମର ବିଶେଷଜ୍ଞମାନେ ଏହା ଉପରେ ଗବେଷଣା କରି ଭଲ ରେଜଲ୍ଟ ପାଇଛନ୍ତି।

ଡା ମିଶ୍ର କହିଛନ୍ତି, ଗଞ୍ଜେଇ ସବୁବେଳେ ଆମ ସଂସ୍କୃତିର ଅଂଶବିଶେଷ। ଦୈନନ୍ଦିନ ଜୀବନ ଓ ପାହାଡ଼ିଆ ଅଞ୍ଚଳରେ ରହୁଥିବା ଚାଷୀଙ୍କ ରୋଜଗାରର ପନ୍ଥା ମଧ୍ୟ ଗଞ୍ଜେଇ। ପାହାଡ଼ରେ ହେମ୍ପ ଉପରେ କାମ କରୁଥିବା ବିଶେଜ୍ଞ ଓ ସାମାଜିକ କର୍ମୀମାନେ ଏପରି ଖବରକୁ ସ୍ୱାଗତ କରିଛନ୍ତି। ଏହି ନୂଆ ସୁଯୋଗ ପାହାଡ଼ିଆ ଅଞ୍ଚଳରେ ଅର୍ଥନୀତିକୁ ଅଧିକ ବୁଷ୍ଟ ଯୋଗାଇବ। ଜଳ ଅଭାବ ଯୋଗୁ ପାହାଡ଼ିଆ ଅଞ୍ଚଳରେ ପାରମ୍ପରିକ କଟନ ଚାଷ ହୋଇପାରେ ନାହିଁ। କିନ୍ତୁ ଏବେ ଗଞ୍ଜେଇ ଚାଷ ସ୍ଥାନୀୟ ଲୋକଙ୍କୁ ଫାଇଦା ଦେବ ବୋଲି ସେ କହିଛନ୍ତି।

Related story