Advertisment

ଇସ୍ତଫା ଦେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ସମୟ ମାଗିଲେ

ଡେରାଡୁନ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ୪ ମାସ ତଳେ ଶପଥ ନେଇଥିବା ବରିଷ୍ଠ ବିଜେପି ନେତା ତୀର୍ଥ ସିଂହ ରାୱତ ନିଜ ପଦରୁ ଇସ୍ତଫା ଦେବେ। ଏଥିପାଇଁ ସେ ରାଜ୍ୟପାଳଙ୍କୁ ସମୟ ମାଗିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ଲକ୍ଷ୍ୟ ରଖିଥିଲେ। ତେବେ କରୋନା ମହାମାରୀ ଯୋଗୁ ଉତ୍ତରାଖଣ୍ଡରେ ଉପ ନିର୍ବାଚନ ହେବାର ଆଶା କ୍ଷୀଣ। ଏହି କାରଣରୁ ସେ ନିଜ ପଦରୁ ଇସ୍ତଫା ଦେବାକୁ […]

ଇସ୍ତଫା ଦେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ସମୟ ମାଗିଲେ

UK

Advertisment

ଡେରାଡୁନ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ୪ ମାସ ତଳେ ଶପଥ ନେଇଥିବା ବରିଷ୍ଠ ବିଜେପି ନେତା ତୀର୍ଥ ସିଂହ ରାୱତ ନିଜ ପଦରୁ ଇସ୍ତଫା ଦେବେ। ଏଥିପାଇଁ ସେ ରାଜ୍ୟପାଳଙ୍କୁ ସମୟ ମାଗିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ଲକ୍ଷ୍ୟ ରଖିଥିଲେ।

Advertisment

ତେବେ କରୋନା ମହାମାରୀ ଯୋଗୁ ଉତ୍ତରାଖଣ୍ଡରେ ଉପ ନିର୍ବାଚନ ହେବାର ଆଶା କ୍ଷୀଣ। ଏହି କାରଣରୁ ସେ ନିଜ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତାଙ୍କ ବଦଳରେ ବିଜେପି ଏବେ ଆଉ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରି ୬ ମାସ ଗଡ଼ାଇ ଦେବ। ଏହାପରେ ରାଜ୍ୟରେ ପୂର୍ଣ୍ଣକାଳୀନ ବିଧାନସଭାର ସମୟ ଆସିଯିବ।

ଏହି ନିଷ୍ପତ୍ତି ପୂର୍ବରୁ ୩ ଦିନ ହେଲାଣି ମୁଖ୍ୟମନ୍ତ୍ରୀ ତୀର୍ଥ ସିଂହ ରାୱତ ଦିଲ୍ଲୀରେ ରହିଥିଲେ। ଏଠାରେ ସେ ବରିଷ୍ଠ ବିଜେପି ନେତାମାନଙ୍କ ସହ ଆଲୋଚନା କରିବା ସହ ଆଜି ମଧ୍ୟାହ୍ନରେ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବୈଠକ କରିଥିଲେ। ଏହି ସମୟରେ ହିଁ ସେ ନିଜର ଇସ୍ତଫା ସମ୍ପର୍କରେ ନଡ୍ଡାଙ୍କୁ ସୂଚନା ଦେଇଥିଲେ। ନଡ୍ଡାଙ୍କ ଗ୍ରୀନ ସିଗ୍ନାଲ ପରେ ସେ ରାଜ୍ୟପାଳ ବେବୀ ରାଣୀ ମୌର୍ଯ୍ୟଙ୍କୁ ଭେଟିବାକୁ ସମୟ ମାଗିଛନ୍ତି।

Advertisment

ସୂଚନା ଅନୁସାରେ, ରାଜ୍ୟପାଳଙ୍କୁ ଭେଟିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ସାମ୍ବିଧାନିକ ସଙ୍କଟ ଏଡ଼ାଇବାକୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଥିବା ଜଣାପଡ଼ିଛି। ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ସାଂସଦ ଭାବେ କାର୍ଯ୍ୟ କରୁଥିବା ତୀର୍ଥ ସିଂହ ରାୱତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ରାଜ୍ୟ ବିଜେପିରେ ଅସନ୍ତୋଷ ଯୋଗୁ ତ୍ରିବେନ୍ଦ୍ର ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ବିଜେପି ତୀର୍ଥ ସିଂହଙ୍କ ଜରିଆରେ ନିର୍ବାଚନ ପୂର୍ବରୁ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ସେ ମଧ୍ୟ ଦଳ ମଧ୍ୟରେ ଚାଲିଥିବା କଳିକୁ ପ୍ରଶମିତ କରିବାରେ ବିଫଳ ହୋଇଥିବା ଚର୍ଚ୍ଚା ହେଉଛି।

ତୀର୍ଥ ସିଂହ ସାଂସଦ ଭାବେ କାର୍ଯ୍ୟ କରୁଥିବା ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ବଜାୟୀ ରଖିବାକୁ ହେଲେ ସେପ୍ଟେମ୍ବର ୧୦ ସୁଦ୍ଧା ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିଥଆନ୍ତା। ହେଲେ ମହାମାରୀ କରୋନା ଯୋଗୁ ଏବେ ଉପ ନିର୍ବାଚନ ହେବାର ଆଶା କ୍ଷୀଣ। ତେଣୁ ସେ ନିଜ ପଦରୁ ଇସ୍ତଫା ଦେବା ଶ୍ରେୟସ୍କର ମଣିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe