ଆଜି ଗାଙ୍ଗୁଲିଙ୍କ ଘରେ ଭେଜ୍‌ ଖାଇବେ ଶାହ

କୋଲକାତା: ପୂର୍ବତନ କ୍ରିକେଟର ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭେଟିବେ । ଗାଙ୍ଗୁଲିଙ୍କ ବାସଭବନରେ ତାଙ୍କୁ ଶାହ ତାଙ୍କୁ ସାକ୍ଷାତ କରିବେ। ଶାହଙ୍କ ପାଇଁ ଡିନର ଆୟୋଜନ କରିଛନ୍ତି ଗାଙ୍ଗୁଲି। ଡିନର ଟେବୁଲରେ ଶାହଙ୍କୁ ଭେଜ ଡିସ୍‌ ପରଷିବେ ଗାଙ୍ଗୁଲି। ଉଭୟେ ଗାଙ୍ଗୁଲି ଏବଂ ଶାହ ଏକାଠି ଭୋଜନ କରିବେ। ଗାଙ୍ଗୁଲିଙ୍କ ଡିନର ନିମନ୍ତ୍ରଣକୁ ଶାହ ଗ୍ରହଣ କରିଥିବା ସେ କହିଛନ୍ତି। ଆଜି ରାତିରେ ଦୁହେଁ ‌ଏକାଠି ଖାଇବେ। ଗାଙ୍ଗୁଲି […]

ganguli

Tapas Behera
  • Published: Friday, 06 May 2022
  • , Updated: 06 May 2022, 08:01 PM IST

କୋଲକାତା: ପୂର୍ବତନ କ୍ରିକେଟର ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭେଟିବେ । ଗାଙ୍ଗୁଲିଙ୍କ ବାସଭବନରେ ତାଙ୍କୁ ଶାହ ତାଙ୍କୁ ସାକ୍ଷାତ କରିବେ। ଶାହଙ୍କ ପାଇଁ ଡିନର ଆୟୋଜନ କରିଛନ୍ତି ଗାଙ୍ଗୁଲି। ଡିନର ଟେବୁଲରେ ଶାହଙ୍କୁ ଭେଜ ଡିସ୍‌ ପରଷିବେ ଗାଙ୍ଗୁଲି। ଉଭୟେ ଗାଙ୍ଗୁଲି ଏବଂ ଶାହ ଏକାଠି ଭୋଜନ କରିବେ। ଗାଙ୍ଗୁଲିଙ୍କ ଡିନର ନିମନ୍ତ୍ରଣକୁ ଶାହ ଗ୍ରହଣ କରିଥିବା ସେ କହିଛନ୍ତି। ଆଜି ରାତିରେ ଦୁହେଁ ‌ଏକାଠି ଖାଇବେ। ଗାଙ୍ଗୁଲି କହିଛନ୍ତି ଯେ, ୨୦୦୮ରୁ ସେ ଅମିତ ଶାହଙ୍କୁ ଜାଣନ୍ତି।

ଅମିତ ଶାହଙ୍କ ପୁଅଙ୍କ ସହ କାମ କରିବା ପରେ ସେ ଉଭୟଙ୍କୁ ଜାଣନ୍ତି। ଗାଙ୍ଗୁଲିଙ୍କୁ ଭେଟିବା ପୂର୍ବରୁ ଶାହ ‘ମୁକ୍ତ ମାତ୍ରିକା’ କାର୍ଯ୍ୟକ୍ରମରେ ଯୋଗ ଦେବେ। ଭିକ୍ଟୋରିଆ ମେମୋରିଆଲରେ ମୁକ୍ତି-ମାତ୍ରିକା କାର୍ଯ୍ୟକ୍ରମ ଆୟୋଜନ ହେଉଛି। ସ୍ୱାଧୀନତାର  ୭୫ ବର୍ଷ ଅବସରରେ ‘ଆଜାଦୀ କା ଅମୃତ ମହୋତ୍ସବ’ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି।

ଯେଉଁଠି ଓଡିଶୀ ନୃତ୍ୟଙ୍ଗନା ଭାବେ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଗାଙ୍ଗୁଲି ନୃତ୍ୟ ପରିବେଷଣ କରିବେ।  ପଶ୍ଚିମବଙ୍ଗକୁ ୩ ଦିନିଆ ଗସ୍ତରେ ଆସିଛନ୍ତି ଅମିତ ଶାହ। ୨୦୨୧ ପଶ୍ଚିମବଙ୍ଗ ବିଧାନ ସଭା ନିର୍ବାଚନ ବେଳେ ଗାଙ୍ଗୁଲି  ବିଜେପିରେ ମିଶିବା ନେଇ ଚର୍ଚ୍ଚା ହୋଇଥିଲା। ଶାହ ଏବେ ଗାଙ୍ଗୁଲିଙ୍କୁ ଭେଟିବାକୁ ଯାଉଥିବାରୁ ଏହି ଚର୍ଚ୍ଚା ପୁଣି ଥରେ ତାଜା ହୋଇଛି।

Related story