ପୋଲ ତଳକୁ ଖସି ପଡ଼ିଲା ଯାତ୍ରୀବାହୀ ଜିପ୍, ୮ ମୃତ

ପାଟଣା: ଏକ ଯାତ୍ରିବାହୀ ଗାଡ଼ି ପୋଲ ଉପରେ ଯାଉଥିବା ବେଳେ ଗଙ୍ଗୀ ନଦୀ ଉପରେ ଖସି ପଡ଼ିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଯାତ୍ରୀବାହୀ ଗାଡ଼ିରେ ମୋଟ୍ ୨୫ ଜଣ ଥିଲେ ବୋଲି ସୂଚନା ରହିଛି। ପାଟଣାର ଦାନାପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ସକାଳେ ପିପା ବ୍ରିଜ ଦେଇ ଏହି ଯାତ୍ରିବାହୀ ଜିପଟି ଅତିକ୍ରମ କରୁଥିଲା। ଏହି ସମୟରେ ଏହି ଘଟଣା ଘଟିଛି। ଗାଡିଟି ଭାରସାମ୍ୟ ହରାଇ ନଦୀରେ ଖସି ପଡିଥିବା ନେଇ […]

patna-accident

Subhransu Sekhar
  • Published: Friday, 23 April 2021
  • , Updated: 23 April 2021, 01:59 PM IST

ପାଟଣା: ଏକ ଯାତ୍ରିବାହୀ ଗାଡ଼ି ପୋଲ ଉପରେ ଯାଉଥିବା ବେଳେ ଗଙ୍ଗୀ ନଦୀ ଉପରେ ଖସି ପଡ଼ିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଯାତ୍ରୀବାହୀ ଗାଡ଼ିରେ ମୋଟ୍ ୨୫ ଜଣ ଥିଲେ ବୋଲି ସୂଚନା ରହିଛି। ପାଟଣାର ଦାନାପୁରରେ ଏହି ଅଭାବନୀୟ ଘଟଣା ଘଟିଛି।

ଶୁକ୍ରବାର ସକାଳେ ପିପା ବ୍ରିଜ ଦେଇ ଏହି ଯାତ୍ରିବାହୀ ଜିପଟି ଅତିକ୍ରମ କରୁଥିଲା। ଏହି ସମୟରେ ଏହି ଘଟଣା ଘଟିଛି। ଗାଡିଟି ଭାରସାମ୍ୟ ହରାଇ ନଦୀରେ ଖସି ପଡିଥିବା ନେଇ ସୂଚନା ରହିଛି। ଯାତ୍ରୀମାନେ ଏକ ପ୍ରି ଓ୍ୱେଡିଂ ସମାରୋହରେ ଯୋଗ ଦେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି।

https://twitter.com/ANI/status/1385472994080817157?s=20

ନଦୀରେ ଗାଡ଼ିଟି ଖସି ପଡ଼ିବା ପରେ ଉଦ୍ଧାରକାରୀ ଟିମ୍ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ନଦୀରୁ ଆଠ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାକି ଲୋକଙ୍କୁ ଖୋଜା ଚାଲିଥିବା ସୂଚନା ରହିଛି।

ମୃତକ ମାନେ ହେଲେ ରମାକାନ୍ତ ସିଂହ (୭୫), ଗୀତ ଦେବୀ (୬୦), ଅରବିନ୍ଦ ସିଂହ (୫୦), ସରୋଜ ଦେବୀ (୬୫), ଅନୁରାଧା ଦେବୀ (୭୫) ଏବଂ ଆଶିଷ (୮)। ସେହିପରି ଦୁଇ ଛୋଟ ଛୁଆ ଏବଂ ଦୁଇ ଜଣ ୧୨ ଓ ୧୪ ବର୍ଷୀୟ ପିଲାଙ୍କୁ ଚିହ୍ନଟ କରାଯାଇପାରିନଥିବା ସୂଚନା ରହିଛି।

Related story