ବରିଷ୍ଠ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡେଜଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବରିଷ୍ଠ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡେଜଙ୍କ ଆଜି ଦେହାନ୍ତ ହୋଇଛନ୍ତି। ତାଙ୍କୁ ଅସୁସ୍ଥତା ଯୋଗୁ ମେଙ୍ଗାଲୁରୁ ସ୍ଥିତି ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିଠାରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମେଙ୍ଗାଲୁରୁ ପୁଲିସ୍‌ ମୃତ୍ୟୁ ଖବରକୁ ନିଶ୍ଚିତ କରିଛି। ତେବେ ହସ୍ପିଟାଲ ପକ୍ଷରୁ ମୃତ୍ୟୁ ସମ୍ପର୍କରେ ବିସ୍ତୃତ ବିବୃତି ପରବର୍ତ୍ତୀ ଅବସ୍ଥାରେ ଦିଆଯିବ ବୋଲି କୁହାଯାଇଛି। ଜୁଲାଇ ଶେଷ ଭାଗରେ ସେ ହଠାତ୍‌ ପଡ଼ି ଯିବାକୁ […]

Congress

Hemant Lenka
  • Published: Monday, 13 September 2021
  • , Updated: 13 September 2021, 04:00 PM IST

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବରିଷ୍ଠ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡେଜଙ୍କ ଆଜି ଦେହାନ୍ତ ହୋଇଛନ୍ତି। ତାଙ୍କୁ ଅସୁସ୍ଥତା ଯୋଗୁ ମେଙ୍ଗାଲୁରୁ ସ୍ଥିତି ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିଠାରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ମେଙ୍ଗାଲୁରୁ ପୁଲିସ୍‌ ମୃତ୍ୟୁ ଖବରକୁ ନିଶ୍ଚିତ କରିଛି। ତେବେ ହସ୍ପିଟାଲ ପକ୍ଷରୁ ମୃତ୍ୟୁ ସମ୍ପର୍କରେ ବିସ୍ତୃତ ବିବୃତି ପରବର୍ତ୍ତୀ ଅବସ୍ଥାରେ ଦିଆଯିବ ବୋଲି କୁହାଯାଇଛି। ଜୁଲାଇ ଶେଷ ଭାଗରେ ସେ ହଠାତ୍‌ ପଡ଼ି ଯିବାକୁ ତାଙ୍କ ମୁଣ୍ଡରେ ବ୍ଲଡ କ୍ଲଟ କରିଯାଇଥିଲା। ଏହି କାରଣରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ୮୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି।

ଫର୍ଣ୍ଣାଣ୍ଡେଜ ୧୯୭୫-୭୬ରେ ଉଡୁପିର କାଉନସିଲର ଭାବେ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୦ ମସିହାରେ ସେ ଉଡୁପିରୁ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ଏହି ନିର୍ବାଚନ ମଣ୍ଡଳୀରୁ କ୍ରମାଗତ ୫ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ପ୍ରଥମେ ୧୯୮୦, ଏହାପରେ ୧୯୮୪, ୧୯୮୯, ୧୯୯୧ ଓ ୧୯୯୬ରେ ସେ ଲୋକସଭାକୁ ଯାଇଥିଲେ।

୧୯୮୪ରୁ ୧୯୮୫ ଯାଏ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସଂସଦୀୟ ସଚିବ ଭାବେ କାର୍ଯ୍ୟ କରିଥିଲେ। ତାଙ୍କୁ କଂଗ୍ରେସର ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଅତ୍ୟନ୍ତ ବିଶ୍ୱସ୍ତ ବୋଲି କୁହାଯାଏ।

୧୯୯୯ରେ ସେ ଲୋକସଭା ନିର୍ବାଚନରେ ହାରିଥିଲେ ମଧ୍ୟ କଂଗ୍ରେସ ପକ୍ଷରୁ ତାଙ୍କୁ ରାଜ୍ୟସଭାକୁ ପଠାଯାଇଥିଲା। ୨୦୦୪ରେ ମନମୋହନ ସିଂହଙ୍କ ସରକାର ସମୟରେ ସେ ଏକାଧିକ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୩ରେ ସେ ସଡ଼କ ଓ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ଆଜି ତାଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Related story