ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ କରୋନା

ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି।  ସେ ଏକ ସପ୍ତାହ ପାଇଁ ଆଇସୋଲେସନରେ ରହିବେ। ଟ୍ୱିଟରରେ ତାଙ୍କ ସଚିବ ଏହି ସ୍ୱଚନା ଦେଇଛନ୍ତି।  ଏଥିସହ ନିକଟରେ ତାଙ୍କ ସହ ଯେଉଁମାନେ କଣ୍ଟାକ୍ଟରେ ଆସିଛନ୍ତି ସେମାନଙ୍କୁ କୋଭିଡ୍ ଟେଷ୍ଟ କରିବାକୁ ପରାମର୍ଶ ଦେଇଚନ୍ତି ଭେଙ୍କିୟା ନାଇଡୁ।  ରବିବାର ନେତାଜୀ ସୁବାଶ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଭେଙ୍କିୟା ନାଇଡୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ହାଇଦ୍ରାବାଦରେ ସୁବାଶ ଚନ୍ଦ୍ର ବୋଷଙ୍କର ଫଟୋରେ ମାଲ୍ୟାପର୍ଣ କରିଛନ୍ତି […]

venkia

Tapas Behera
  • Published: Sunday, 23 January 2022
  • , Updated: 23 January 2022, 06:33 PM IST

ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି।  ସେ ଏକ ସପ୍ତାହ ପାଇଁ ଆଇସୋଲେସନରେ ରହିବେ। ଟ୍ୱିଟରରେ ତାଙ୍କ ସଚିବ ଏହି ସ୍ୱଚନା ଦେଇଛନ୍ତି।  ଏଥିସହ ନିକଟରେ ତାଙ୍କ ସହ ଯେଉଁମାନେ କଣ୍ଟାକ୍ଟରେ ଆସିଛନ୍ତି ସେମାନଙ୍କୁ କୋଭିଡ୍ ଟେଷ୍ଟ କରିବାକୁ ପରାମର୍ଶ ଦେଇଚନ୍ତି ଭେଙ୍କିୟା ନାଇଡୁ।  ରବିବାର ନେତାଜୀ ସୁବାଶ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଭେଙ୍କିୟା ନାଇଡୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ହାଇଦ୍ରାବାଦରେ ସୁବାଶ ଚନ୍ଦ୍ର ବୋଷଙ୍କର ଫଟୋରେ ମାଲ୍ୟାପର୍ଣ କରିଛନ୍ତି ଭେଙ୍କିୟା।

ଏହି ଫଟୋ ଭେଙ୍କିୟା ନାଇଡୁଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ ହୋଇଛି।  ଜଣେ ମହାନ ଜାତୀବାଦୀ, ସ୍ୱାଧୀନତା ସଂଗ୍ରାମୀ ଏବଂ ଜଣେ ଦୂରଦର୍ଶୀ ନେତା ସୁବାଶ ଚନ୍ଦ୍ରଙ୍କ ପ୍ରତି ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ଭେଙ୍କିୟା ଉଲ୍ଲେଖ କରିଛନ୍ତି । ସେପଟେ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୩୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୨୫ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩୩୩୫୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୪,୧୭୧ କମ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୯୨,୩୭,୨୬୪ରେ ପହଞ୍ଚିଛି। ଭାରତରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୪,୮୯,୪୦୯ରେ ପହଞ୍ଚିଛି। ସେହିପରି ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୫୯,୧୬୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୧,୮୭,୨୦୫ ରହିଛି। ଦେଶରେ ଆକ୍ଟିକ କେସ୍‌ ହାର ୫.୫୭ ପ୍ରତିଶତ ଥିବାବେଳେ ସୁସ୍ଥତା ହାର ୯୩.୧୮ ପ୍ରତିଶତ ରହିଛି।

Related story