ଋଣ ଜାଲିଆତି ମାମଲା: ସିବିଆଇ ଜାଲରେ ଭିଡିଓକନ୍‌ ସିଇଓ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ୍ ଋଣ ଠକେଇ ମାମଲାରେ ଆଇସିଆଇସିଆଇ (ICICI) ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚର ସିବିଆଇ ଜାଲରେ ଫସିବା ପରେ ଏବେ ଆଉ ଜଣେ ବଡ଼ ମାଛ ମଧ୍ୟ ଫିସିଛନ୍ତି। ଏହି ଋଣ ଠକେଇ ମାମଲାରେ ସୋମବାର ଭିଡିଓକନ୍ ଅଧ୍ୟକ୍ଷ ଭେନୋଗୋପାଲ ଧୋତ୍‌ଙ୍କୁ ଗିରଫ କରିଛି ସିବିଆଇ।  ମୁମ୍ବାଇ କୋର୍ଟରେ ହାଜର ପରେ କୋଚର ଦମ୍ପତ୍ତିଙ୍କୁ ପଚରାଉଛରା କରାଯାଇଛି। ଅପରାଧିକ ଷଡଯନ୍ତ୍ର  ମାମଲାରେ ସିବିଆଇ ତାର ଏତଲାରେ କୋଚର […]

vidiocon

  • Published: Monday, 26 December 2022
  • , Updated: 26 December 2022, 01:34 PM IST

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ୍ ଋଣ ଠକେଇ ମାମଲାରେ ଆଇସିଆଇସିଆଇ (ICICI) ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚର ସିବିଆଇ ଜାଲରେ ଫସିବା ପରେ ଏବେ ଆଉ ଜଣେ ବଡ଼ ମାଛ ମଧ୍ୟ ଫିସିଛନ୍ତି। ଏହି ଋଣ ଠକେଇ ମାମଲାରେ ସୋମବାର ଭିଡିଓକନ୍ ଅଧ୍ୟକ୍ଷ ଭେନୋଗୋପାଲ ଧୋତ୍‌ଙ୍କୁ ଗିରଫ କରିଛି ସିବିଆଇ।  ମୁମ୍ବାଇ କୋର୍ଟରେ ହାଜର ପରେ କୋଚର ଦମ୍ପତ୍ତିଙ୍କୁ ପଚରାଉଛରା କରାଯାଇଛି। ଅପରାଧିକ ଷଡଯନ୍ତ୍ର  ମାମଲାରେ ସିବିଆଇ ତାର ଏତଲାରେ କୋଚର ଦମ୍ପତ୍ତି, ଭେନୋଗୋପାଲ ଧୋତ୍‌ , କମ୍ପାନୀ ମ୍ୟାନେଜର ଦୀପକ କୋଚର, ଭିଡିଓକନ୍ ଇଣ୍ଟରନ୍ୟାସନାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ସୁପ୍ରିମ ଏନର୍ଜିଙ୍କ ନାମ ଉଲ୍ଲେଖ କରଥିଲା। ୫୯ ବର୍ଷୀୟ ଚନ୍ଦା କୋଚର ୨୦୧୮ଅକ୍ଟୋବରରେ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ।

ଭିଡିଓକନ୍ କମ୍ପାନୀକୁ ସମର୍ଥନ କରୁଥିବା ବା କମ୍ପାନୀକୁ ଅନୁଗ୍ରହ ଦେଖାଇବା ଅଭିଯୋଗରେ ସେ ତାଙ୍କ ପଦରୁ ଇସ୍ତଫା ଦେଇତିଲେ। ସେ ବ୍ୟାଙ୍କର ଆଚରଣ ବିଧି ଏବଂ ଆଭ୍ୟନ୍ତରୀଣ ନୀତି ଉଲ୍ଲଂଘନ କରିଥିବା ଅଭିଯୋଗ ଇଥିଲା। ଉଲ୍ଲେଖଯୋଗ୍ୟ, ୨୦୧୨ରେ ଭିଡିଓକନ୍‌ କମ୍ପାନୀକୁ ୩୨୫୦ କୋଟି ଟଙ୍କା ଋଣ ମଞ୍ଜୁର ହୋଇଥିଲା ଆଇସିଆଇସିଆଇ ବ୍ୟାଙ୍କ । ବ୍ୟକ୍ତିଗତ ଲାଭ ଆଶାରେ ଚନ୍ଦା ଋଣ ମଞ୍ଜୁର କରିଥିବା ନେଇ ଅଭିଯୋଗ ଆସିଥିଲା । କାରଣ ଭିଡିଓକନ୍‌ କମ୍ପାନୀରେ କାମ କରୁଥିଲେ ତାଙ୍କ ସ୍ବାମୀ । ଏହି ଅଭିଯୋଗରେ ଚନ୍ଦାଙ୍କୁ ପୂର୍ବରୁ ବ୍ୟାଙ୍କର ସିଇଓ ପଦରୁ ହଟାଇ ଦିଆଯାଇଥିଲା । ଏହାପରେ ବ୍ୟାଙ୍କରୁ ତାଙ୍କୁ ବହିଷ୍କାର କରାଯାଇଥିଲା ।

ଆଇସିଆଇସିଆଇ ବ୍ୟାଙ୍କରୁ ପୂର୍ବତନ ସିଇଓ ଚନ୍ଦା କୋଚର ଆଚରଣ ସଂହିତା ଲଲ୍ଲଂଘନ ଅଭିଯୋଗରେ ୨୦୧୯ରେ ତାଙ୍କୁ ବ୍ୟାଙ୍କ ପକ୍ଷରୁ ବହିଷ୍କାର କରାଯାଇଥିଲା। ଚନ୍ଦା କୋଚରଙ୍କ ମାମଲାର ତଦନ୍ତ କରୁଥିବା ସାଇକ୍ରିଷ୍ଣା କମିଟିର ରିପୋର୍ଟ ଭିତ୍ତିରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏହି ମାମଲାର ତଦନ୍ତ ସିବିଆଇ ଓ ଇଡି କରୁଛି । ଜାନୁଆରୀ ୨୦୨୦ରେ ଇଡି ଚନ୍ଦା କୋଚର ଏବଂ ତାଙ୍କ ପରିବାରକୁ ୭୮ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ସଂଲଗ୍ନ କରିଥିଲା। ସେହି ବର୍ଷ ଇଡି ଦୀପକ କୋଚରଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିଲା।

Related story