ଆଗରେ ଚାଲିଛନ୍ତି ଯୋଗୀ, ଅଖିଳେଶ, ଚନ୍ନି ଓ ସିଦ୍ଧୁ

ନୂଆଦିଲ୍ଲୀ:  ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ଭୋଟ ଗଣତି ଚାଲୁଛି। ଉତ୍ତରପ୍ରଦେଶରେ ବିଜେପି ମେଣ୍ଟ ଆଗୁଆ ଚାଲିଥିବା ବେଳେ ଏସ୍‌ପି ମେଣ୍ଟ ତା’ ପଛରେ ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ଆଗୁଆ ଅଛନ୍ତି ଓ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ କରହଲ ଆସନରୁ ଆଗୁଆ ଚାଲିଛନ୍ତି। ଖବର ଲେଖା ଯିବା ସୁଦ୍ଧା ପଞ୍ଜାବରେ ଆପ୍‌ ଆଗରେ ଚାଲିଥିବା ବେଳେ ତା’ ପଛକୁ ରହିଛି କଂଗ୍ରେସ। ଏହି […]

election

Niharika Rout
  • Published: Thursday, 10 March 2022
  • , Updated: 10 March 2022, 10:51 AM IST

ନୂଆଦିଲ୍ଲୀ:  ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ଭୋଟ ଗଣତି ଚାଲୁଛି। ଉତ୍ତରପ୍ରଦେଶରେ ବିଜେପି ମେଣ୍ଟ ଆଗୁଆ ଚାଲିଥିବା ବେଳେ ଏସ୍‌ପି ମେଣ୍ଟ ତା’ ପଛରେ ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ଆଗୁଆ ଅଛନ୍ତି ଓ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ କରହଲ ଆସନରୁ ଆଗୁଆ ଚାଲିଛନ୍ତି।

ଖବର ଲେଖା ଯିବା ସୁଦ୍ଧା ପଞ୍ଜାବରେ ଆପ୍‌ ଆଗରେ ଚାଲିଥିବା ବେଳେ ତା’ ପଛକୁ ରହିଛି କଂଗ୍ରେସ। ଏହି ୨ ଦଳଠୁ ପଛରେ ରହିଯାଇଛି ଅକାଳୀ ମେଣ୍ଟ। ଏଠାରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ୨ଟି ଆସନରୁ ଲଢ଼ୁଥିବା ବେଳେ ଉଭୟରେ ଆଗରେ ଅଛନ୍ତି। ସେହିପରି  ନବଜୋତ ସିଂହ ସିଦ୍ଧୁ ଅମୃତସର ପୂର୍ବ ଆସନରେ ଆଗରେ ଚାଲିଛନ୍ତି।

Related story