ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ। ମୋଟ୍ ୯ଟି ଜିଲ୍ଲାର ୫୪ଟି ଆସନରେ ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଚାଲିଛି। ଭୋଟିଂ ହେଉଥିବା ଜିଲ୍ଲା ଗୁଡ଼ିକ ହେଲା ଆଜମଗଡ଼, ମଉ, ଜଉନପୁର, ଘାଜିପୁର, ଚାନ୍ଦୌଲି, ବାରାଣସୀ, ଭାଦୋହି, ମିର୍ଜାପୁର ଓ ସୋନଭଦ୍ର। ଏଥିପାଇଁ ସମସ୍ତ ମତଦାନ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଶେଷ ପର୍ଯ୍ୟାୟରେ ମୋଟ ୬୧୩ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି। ତେବେ ୨ କୋଟି ୬ ଲକ୍ଷ ଭୋଟର କାହାକୁ ଚୟନ କରୁଛନ୍ତି ତାହା ଉପରେ ନଜର ରହିଛି। ଆସନ୍ତା ୧୦ ତାରିଖରେ ହେବ ଭୋଟ ଗଣତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ନିର୍ବାଚନ ମଣ୍ଡଳି ବାରାଣସୀରେ ଆଜି ଭୋଟ୍ ହେଉଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି। ସେହିପରି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ଲୋକସଭା ଆସନ ଆଜମଗଡରେ ମଧ୍ୟ ଆଜି ଭୋଟିଂ ହୋଉଛି।
ସୂଚନା ମୁତାବକ, ୨୦୧୭ରେ ବିଜେପି ୫୪ଟି ସିଟ୍ରୁ ୩୬ଟି ସିଟ୍ରେ ବିପୁଳ ବିଜୟ ହାସଲ କରିଥିଲା। ସେହିପରି ସମାଜବାଦୀ ପାର୍ଟି ୨୦୧୭ରେ ୧୧ଟି ଆସନରେ ଜିତିଥିଲା। ମାୟାବତୀ ୬ଟି ଆସନ ହାତେଇ ପାରିଥିଲେ। ତେବେ ଚଳିତବର୍ଷ ର ଉତ୍ତରପ୍ରେଦଶ ନିର୍ବାଚନରେ କିଏ ବାଜି ମାରୁଛି ତାହା ଦେଖିବା ବାକି ରହିଲା।
https://twitter.com/ANINewsUP/status/1500647674252431361?s=20&t=8yqIjFt7wtSVxCL67bc6Fg