ନିଟ୍‌ ପରୀକ୍ଷାରେ ଅନ୍ତଃବସ୍ତ୍ର ଖୋଲିବା ପ୍ରସଙ୍ଗ: ମୁହଁ ଖୋଲିଲେ କଲେଜ ଷ୍ଟାଫ୍‌

କୋଲାମ: ନିଟ୍‌ ପରୀକ୍ଷାରେ ଯାଞ୍ଚ ନାମରେ ଛାତ୍ରୀମାନଙ୍କ ଅନ୍ତଃବସ୍ତ୍ର ‌ଖୋଲିବା ବାଧ୍ୟ କରିବା ଅଭିଯୋଗ ଆସିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାରେ ଗିରଫ ହୋଇଥିବା ଜଣେ କଲେଜ୍‌ ଷ୍ଟାଫ୍‌ ସଫେଇ ରଖିଛନ୍ତି। ସେ କହିଛନ୍ତି ଯେ, ଆମର ବି ଝିଅ ଅଛନ୍ତି।  ସେ କେବଳ ଛାତ୍ରୀମାନଙ୍କୁ ସହଯୋଗ କରିଥିଲେ। ଡ୍ରେସ୍‌ ଚେଞ୍ଜ ପାଇଁ ସେ ରୁମ ଯୋଗାଇ ଦେଇଥିବା କହିଛନ୍ତି।  କେରଳର ଜଣେ ଛାତ୍ରୀଙ୍କ ଅଭିଯୋଗକ୍ରମେ ୫ ଜଣ ମହିଳା ଷ୍ଟାଫଙ୍କୁ ପୁଲିସ […]

plus-2-exam

Tapas Behera
  • Published: Wednesday, 20 July 2022
  • , Updated: 20 July 2022, 12:22 PM IST

କୋଲାମ: ନିଟ୍‌ ପରୀକ୍ଷାରେ ଯାଞ୍ଚ ନାମରେ ଛାତ୍ରୀମାନଙ୍କ ଅନ୍ତଃବସ୍ତ୍ର ‌ଖୋଲିବା ବାଧ୍ୟ କରିବା ଅଭିଯୋଗ ଆସିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାରେ ଗିରଫ ହୋଇଥିବା ଜଣେ କଲେଜ୍‌ ଷ୍ଟାଫ୍‌ ସଫେଇ ରଖିଛନ୍ତି। ସେ କହିଛନ୍ତି ଯେ, ଆମର ବି ଝିଅ ଅଛନ୍ତି।  ସେ କେବଳ ଛାତ୍ରୀମାନଙ୍କୁ ସହଯୋଗ କରିଥିଲେ। ଡ୍ରେସ୍‌ ଚେଞ୍ଜ ପାଇଁ ସେ ରୁମ ଯୋଗାଇ ଦେଇଥିବା କହିଛନ୍ତି।  କେରଳର ଜଣେ ଛାତ୍ରୀଙ୍କ ଅଭିଯୋଗକ୍ରମେ ୫ ଜଣ ମହିଳା ଷ୍ଟାଫଙ୍କୁ ପୁଲିସ ନିଜ ହେପାଜତକୁ ନେଇଛି।  ସେମାନଙ୍କ ରେକର୍ଡ଼ ମଧ୍ୟ ଯାଞ୍ଚ କରାଯାଇଛି।  ମଙ୍ଗଳବାର ସମସ୍ତ ୫ ଜଣ ଷ୍ଟାଫଙ୍କୁ ଗିରଫ କରାଯାଇଛି। ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାସ୍‌(ନିଟ୍‌) ଟେଷ୍ଟରେ ଛାତ୍ରୀମାନଙ୍କୁ ଅନ୍ତଃବସ୍ତ୍ର ଖୋଲିବା ପାଇଁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଥିଲା।  କେରଳର କୋଲାମ ଜିଲ୍ଲାରେ  ଗତ ୧୭ ତାରିଖରେ ଏଭଳି ଅଭିଯୋଗ ଆସିଥିଲା।

ତେବେ ଗିରଫ  ୫ ଜଣଙ୍କ ମଧ୍ୟରେ ନିଟ ତରଫରୁ ୩ ଜଣ ନିରୀକ୍ଷକ ଥିଲା ବେଳେ ୨ ଜଣ କଲେଜ ଷ୍ଠାଫ ଅଛନ୍ତି।  ସେମାନଙ୍କ ମଧ୍ୟରେ  ଜଣେ କହିଛନ୍ତି ଯେ, ସେ ପରୀକ୍ଷା କେନ୍ଦ୍ରରେ  କଣ ଘଟୁଛି ଜାଣନ୍ତି ନାହିଁ। ସେ କେବଳ ଛାତ୍ରୀମାନଙ୍କୁ ସାହାଯ୍ୟ ସହଯୋଗ କରିଥିଲେ। ସେ କହିଛନ୍ତ ଯେ, ଘଟଣାଦିନ ପରୀକ୍ଷା ପାଇଁ ଆସିଥିବା ନିଟ୍‌ ଏଜେନ୍ସି ଲୋକେ ମେଟାଲ ଡିଟେକ୍ଟର ଯାଞ୍ଚ ବେଳେ କେତେକ ଛାତ୍ରୀଙ୍କ ଦେହରେ ଧାତୁ(ମେଟାଲ) ଥିବା ଚିହ୍ନଟ ହୋଇଥିଲା। ସେମାନଙ୍କୁ ଧାଡ଼ିକରି ଛିଡ଼ା  କରାଯାଥିଲା। ଏହି ସମୟରେ ଛାତ୍ରୀମାନେ କାନ୍ଦୁଥିଲେ। ଆମେ ଯେତେବଳେ ପଚାରିଲୁ ଆପଣମାନେ କାହିଁକି କାନ୍ଦୁଛନ୍ତି ସେମାନେ ଆମକୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ। ଏଥିପାଇଁ ଆମେ କଲଜ ତରଫରୁ ଗୋଟିଏ ରମୁ ଚେଞ୍ଜ ପାଇଁ ଦେଇଥିଲୁ। ଆମେ ମଧ୍ୟ ମା। ଆମର ମଧ୍ୟ ତାଙ୍କରି ବୟସର ଝିଅ ଅଛନ୍ତି। ଆମେ କେବଳ ସାହାଯ୍ୟ କରିଛୁ। ଆମେ କାହାକୁ ଅନ୍ତଃବସ୍ତ୍ର ଖୋଲିବା ପାଇଁ କହିନାହୁଁ  କହି ସେ ପରୋକ୍ଷରେ ନ୍ୟାଶନାଲ ଟେଷ୍ଟ ଏଜେନ୍ସିକୁ ଦାୟୀ କରିଥିଲେ। ଅନ୍ୟପକ୍ଷରେ ନ୍ୟାଶନାଲ ଟେଷ୍ଟ ଏଜେନ୍ସି ପକ୍ଷରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ କିମଟି ଗଠନ କରି ତଦନ୍ତ ଜାରି ରହିଛି।

ସୂଚନା ଅନୁଯାୟୀ, କେରଳ କୋଲାମ ଜିଲ୍ଲାରେ  ନିଟ୍‌ ପରୀକ୍ଷାରେ  ଜଣେ ଛାତ୍ରୀଙ୍କୁ  ଅନ୍ତଃବସ୍ତ୍ର ଖୋଲିବା ପାଇଁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଥିଲା।  କେରଳ କୋଲାମ ଜିଲ୍ଲାର ଏକ ପରୀକ୍ଷାକେନ୍ଦ୍ରରୁ ଏହି ଅଭିଯୋଗ। ଏହି ଘଟଣାକୁ ନେଇ ଝଡ଼ ସୃଷ୍ଟି ହେବା ପରେ ଏଥିରେ ମାନବିକ ଅଧିକାର କମିଶନ ହସ୍ତକ୍ଷେପ କରିଛନ୍ତି। ନ୍ୟାଶନାଲ ଟେଷ୍ଟ ଏଜେନ୍ସି ଡ୍ରେସ୍‌କୋଡ ଅନୁଯାୟୀ, ଇନରୱେର ବାହାର କରିବା ନିୟମ ନାହିଁ।  ତଥାପି କପି ବାହାନାରେ ପିଲାଙ୍କ ପ୍ରତି ଅଶାଳୀନ ବ୍ୟବହାର କରାଯାଉଥିବା  ସେ ଅଭିଯୋଗ ଆଣିଥିଲେ।

Related story