ଦେଶ ଛାଡି ପଳାଉଛନ୍ତି ଧନୀ ଭାରତୀୟ

ନୂଆଦିଲ୍ଲୀ: ଦେଶ ଛାଡି ପଳାଉଛନ୍ତି ଧନୀ ଭାରତୀୟ। ବିଦେଶରେ ଯାଇ ବାସ କରିବାକୁ କରୁଛନ୍ତି ପସନ୍ଦ। କରୋନା ଯୋଗୁଁ ବିଦେଶ ଯାତ୍ରା ଉପରେ କଟକଣା ରହିଥିବା ବେଳେ ଏମାନେ ବିଦେଶ ବୁଲିଯିବାକୁ କିମ୍ବା ସପିଂ ଲାଗି ନୁହେଁ ସ୍ଥାୟୀ ଭାବେ ଦେଶଛାଡି ପଳାଇବାକୁ ଚାହୁଛନ୍ତି। ୨୦୧୯ରେ ଯେତିକି ଧନୀ ଦେଶ ଛାଡ଼ି ବିଦେଶରେ ନାଗରିକତ୍ୱ ଗ୍ରହଣ କରିଥିଲେ ୨୦୨୦ରେ ତାହା ୬୩ ପ୍ରତିଶତ ବୃଦ୍ଧି ପାଇଛି । ଦେଶ ଛାଡି ବିଦେଶରେ ସ୍ଥାୟୀ ଭାବେ ରହିବାକୁ ଚାହୁଁଥିବା […]

Rich people

Madhupriya Mistry
  • Published: Sunday, 14 February 2021
  • , Updated: 14 February 2021, 08:08 AM IST

ନୂଆଦିଲ୍ଲୀ: ଦେଶ ଛାଡି ପଳାଉଛନ୍ତି ଧନୀ ଭାରତୀୟ। ବିଦେଶରେ ଯାଇ ବାସ କରିବାକୁ କରୁଛନ୍ତି ପସନ୍ଦ। କରୋନା ଯୋଗୁଁ ବିଦେଶ ଯାତ୍ରା ଉପରେ କଟକଣା ରହିଥିବା ବେଳେ ଏମାନେ ବିଦେଶ ବୁଲିଯିବାକୁ କିମ୍ବା ସପିଂ ଲାଗି ନୁହେଁ ସ୍ଥାୟୀ ଭାବେ ଦେଶଛାଡି ପଳାଇବାକୁ ଚାହୁଛନ୍ତି। ୨୦୧୯ରେ ଯେତିକି ଧନୀ ଦେଶ ଛାଡ଼ି ବିଦେଶରେ ନାଗରିକତ୍ୱ ଗ୍ରହଣ କରିଥିଲେ ୨୦୨୦ରେ ତାହା ୬୩ ପ୍ରତିଶତ ବୃଦ୍ଧି ପାଇଛି ।

ଦେଶ ଛାଡି ବିଦେଶରେ ସ୍ଥାୟୀ ଭାବେ ରହିବାକୁ ଚାହୁଁଥିବା ଇତ୍ସୁକ ବ୍ୟକ୍ତିଙ୍କ କ୍ଷେତ୍ରରେ ଭାରତ ପ୍ରଥମ ସ୍ଥାନରେ ରହିଥିବା ବେଳେ ଆମେରିକା ଦ୍ୱତୀୟ, ପାକିସ୍ତାନ ତୃତୀୟ, ଦକ୍ଷିଣ ଆଫ୍ରିକା ଚତୁର୍ଥ ଓ ନାଇଜେରିଆପଞ୍ଚମ ସ୍ଥାନରେ ରହିଛି । ପୁଞ୍ଜି ନିବେଶ ଭିତ୍ତିରେ ମିଳୁଥିବା ନାଗରିକତ୍ୱ ଗ୍ରହଣ ଲାଗି ବିଭିନ୍ନ ୟୁରୋପୀୟ ଦେଶରେ ଭାରତୀୟଙ୍କ ଆବେଦନ ବଢିବାରେ ଲାଗିଛି। ଆବାସିକ ଏବଂ ନାଗରିକତ୍ୱ ପ୍ଲାନିଂ ନେଇ କାର୍ଯ୍ୟ କରୁଥିବା ସଂସ୍ଥା ହେନଲେ ଆଣ୍ଡ ପାର୍ଟନର୍ସ ଏହି ତଥ୍ୟ ପ୍ରଦାନ କରିଛି।

ଗ୍ଲୋବାଲ ୱେଲଥ ମାଇଗ୍ରେସନ ରିଭ୍ୟୁର ତଥ୍ୟ ଅନୁସାରେ ୨୦୧୯ରେ ୭ ହଜାର କୋଟିପତି ଭାରତୀୟ ଦେଶ ଛାଡି ବିଦେଶୀ ନାଗରିକତ୍ୱ ନେଇଛନ୍ତି, ଯାହାକି ସମଗ୍ର ବିଶ୍ୱରେ ଦ୍ୱିତୀୟ। ସେହିପରି ଏହି ସଂଖ୍ୟା ଭାରତରେ ଥିବା କୋଟିପତିଙ୍କର ପ୍ରାୟ ଦୁଇ ପ୍ରତିଶତ। ୨୦୧୯ରେ ଦେଶଛାଡି ଯିବାକୁ ଆଗ୍ରହୀ ଲୋକଙ୍କ ସଂଖ୍ୟା ୧୫ଶହ ଥିବା ବେଳେ ୨୦୨୦ରେ ଏହା ୬୩ ପ୍ରତିଶତ ବଢିଛି। କୌଣସି ୟୁରୋପୀୟ ଦେଶରେ ସଂପତ୍ତି କିଣି ସ୍ଥାୟୀ ଭାବେ ସହଜ ବ୍ୟାପାର ନୁହେଁ, ବହୁ ସଂଖ୍ୟାରେ ଧନୀ ଭାରତୀୟ ଏଥିପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି କାରଣ କୌଣସି ବିକଶିତ ଦେଶକୁ ଗଲେ ସେଠାରେ ବ୍ୟବସାୟ ସଂପ୍ରସାରଣର  ଅଧିକ ସୁଯୋଗ ରହୁଛି। ଅନ୍ୟପକ୍ଷରେ ଭାରତ ଦୈତ୍ୟ ନାଗରିକତ୍ୱ ପ୍ରଦାନ କରୁନଥିବା ଧନୀ ଭାରତୀୟ ସ୍ଥାୟୀ ଭାବେ ବିଦେଶ ପଳାଇବାକୁ ଶ୍ରେୟସ୍କର ମଣୁଛନ୍ତି।

ହେନଲେ ଆଣ୍ଡ ପାର୍ଟନର୍ସର ରିପୋର୍ଟ ଅନୁଯାୟୀ ଆମେରିକା, ଇଂଲଣ୍ଡ, କାନାଡା ଓ  ଅଷ୍ଟ୍ରେଲିଆରେ ପୁଞ୍ଜିନିବେଶ ଭିତ୍ତିକ ନାଗରିକତ୍ୱ ଗ୍ରହଣ ଲାଗି ଭାରତୀୟମାନେ ଅଧିକ ଆଗ୍ରହ ଦେଖାଇ ଥା'ନ୍ତା। ମାତ୍ର ଏବେ ପର୍ତ୍ତୁଗାଲ, ଅଷ୍ଟ୍ରିଆ, ମାଲଟା, ତୁର୍କୀ ଭଳି ଦେଶକୁ ବି ପସନ୍ଦ କରୁଛନ୍ତି  ଧନୀ ଭାରତୀୟ। ଅଷ୍ଟ୍ରେଲିଆ ଓ କାନାଡାରେ ଭିସା ମିଳିବାରେ ବଳମ୍ବ ହେଉଥିବାରୁ ପର୍ତ୍ତୁଗାଲ ଭଳି ଦେଶଙ୍କ ଚାହିଦା ବଢୁଛି। ରିୟଲ ଇଷ୍ଟେଟରେ ପ୍ରାୟ ସାଢେ ୩ ଲକ୍ଷ ୟୁରୋ ନିବେଶ କଲେ ପର୍ତ୍ତୁଗାଲର ନାଗରିକତ୍ୱ ମିଳିଯାଉଛି। ସେହିପରି ମାଲଟା ଓ ଅଷ୍ଟ୍ରିଆର ନାଗରିକତ୍ୱ ନେଲେ ଆଗକୁ ଯେକୌଣସି ୟୁରୋପୀୟ ରାଷ୍ଟ୍ରକୁ ଯିବା ଲାଗି ସୁବିଧା ରହିଛି। ତେଣୁ ଏସବୁ ଦେଶ ପ୍ରତି  ଆଗ୍ରହ ବଢୁଛି। ଅନ୍ୟପକ୍ଷରେ ପ୍ରବାସୀ ଭାରତୀୟଙ୍କ ପ୍ରଥମ ପସନ୍ଦ ରହିଛି ୟୁରୋପ କିମ୍ବା ଆମେରିକା। ଦୁବାଇ, ସିଙ୍ଗାପୁର ଓ ହଂକଂରେ ବି ବହୁସଂଖ୍ୟାରେ ପ୍ରବାସୀ ଭାରତୀୟ ରହୁଛନ୍ତି। ଯଦି ଏଠାକାର ନାଗରିକତ୍ୱ ମିଳିବାରେ ଅସୁବିଧା ହେଉଛି ତେବେ ଏମାନେ ମଧ୍ୟ ନିଜ ନିଜ ବିକଳ୍ପ ଖୋଲା ରଖିଥିବା ରିପୋର୍ଟରେ କୁହାଯାଇଛି।

Related story