ବର ଘର ଲୋକଙ୍କ ଲେହେଙ୍ଗା କମ୍‌ ଦାମ କହି ବାହା ହେଲେନି କନିଆ

ଡେରାଡୁନ: ଭାରତରେ ବିବାହ ଏକ ଉତ୍ସବ ଭଳି। ବାହାଘର ଖର୍ଚ୍ଚ ଏତେ ବ୍ୟୟବହୁଳ ହୋଇଗଲାଣି ଯେ, ଅନେକଙ୍କ ପାଇଁ ଏହା ମହରଗ ହୋଇଛି। ଖୁସିବାସ ସହ ଭୋଜିଭାତ ଆୟୋଜନର ଖର୍ଚ୍ଚାନ୍ତ ପରିବାର ପାଇଁ ବୋଝ ସଦୃଶ୍ୟ ହୋଇଛି। ତେବେ ଆଜିର ଏହି ମହଙ୍ଗା ଯୁଗରେ ବିବାହକୁ ନେଇ ଏକ ରୋଚକ ଖବର ଆସିଛି। ବର ଘର ଲୋକେ ଦେଇଥିବା ଏକ ଲେହେଙ୍ଗା ଶସ୍ତା କହି କନିଆ ଘର ଲୋକେ ବାହାରଘର ପାଇଁ ରାଜି ହୋଇନାହାନ୍ତି। ଫଳରେ ବାହାଘର […]

marriage1

  • Published: Friday, 18 November 2022
  • , Updated: 18 November 2022, 10:15 AM IST

ଡେରାଡୁନ: ଭାରତରେ ବିବାହ ଏକ ଉତ୍ସବ ଭଳି। ବାହାଘର ଖର୍ଚ୍ଚ ଏତେ ବ୍ୟୟବହୁଳ ହୋଇଗଲାଣି ଯେ, ଅନେକଙ୍କ ପାଇଁ ଏହା ମହରଗ ହୋଇଛି। ଖୁସିବାସ ସହ ଭୋଜିଭାତ ଆୟୋଜନର ଖର୍ଚ୍ଚାନ୍ତ ପରିବାର ପାଇଁ ବୋଝ ସଦୃଶ୍ୟ ହୋଇଛି। ତେବେ ଆଜିର ଏହି ମହଙ୍ଗା ଯୁଗରେ ବିବାହକୁ ନେଇ ଏକ ରୋଚକ ଖବର ଆସିଛି। ବର ଘର ଲୋକେ ଦେଇଥିବା ଏକ ଲେହେଙ୍ଗା ଶସ୍ତା କହି କନିଆ ଘର ଲୋକେ ବାହାରଘର ପାଇଁ ରାଜି ହୋଇନାହାନ୍ତି। ଫଳରେ ବାହାଘର ଭାଙ୍ଗିଯାଇଛି। ଉତ୍ତରାଖଣ୍ଡର ହାଲଦାୱାନୀରେ ଏହି ଘଟଣା ଘଟିଛି। ପୁଅ ଘରେ ଲୋକେ ଶସ୍ତା ଲେହେଙ୍ଗା ଦେଇଥିବା ଝିଅ ଅଭିଯୋଗ କରି ବିବାହ କରିବାକୁ ମନା କରିଦେଇଛନ୍ତି। ପୁଅ ଘର ଦେଇଥିବା ଲେଙ୍ଗେର ଦାମ ଥିଲା ୧୦,୦୦୦।

ଯାହା ଝିଅର ପସନ୍ଦ ଆରସିନଥିଲା। କମ ଦାମ ଓ ନିମ୍ନମାନର କରି ଝିଅ ଅଭିଯୋଗ ଆଣିଥିଲେ। ଗତ ଜୁନ ମାସରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ନଭେମ୍ବର ୫ରେ ବିବାହ ପାଇଁ ସ୍ଥିର ହୋଇଥିଲା। ଏଥିପାଇଁ ଉଭୟ ଘରେ ଲୋକେ ପ୍ରସ୍ତୁତି ସାରିଥିଲେ। ପୁଅ ଘର ଲୋକେ ମଧ୍ୟ କାର୍ଡ଼ ଛାପି ସାରିଥିଲେ।  ଠିକ ବିବାହ ତାରିଖ ପାଖେଇ ଆସିବା ବେଳେ ପୁଅ ଘର ପକ୍ଷରୁ ଝିଅକୁ ଲେହେଙ୍ଗା ଦିଆଯାଇଥିଲା। ହେଲେ ଏହି ଉପହାରରେ ଝିଅ ରାଜି ନହେବାରୁ ବିବାହ ଭାଙ୍ଗିବା ପର୍ଯ୍ୟନ୍ତ କଥା ଯିବା ବେଳେ ମାମଲା ଥାନାରେ ପହଞ୍ଚି ଥିଲା।

ପୁଅ ଘରେ ଲୋକେ ଥାନାରେ ଅଭିଯୋଗ କରିଥିଲେ। ସେମାନେ ବିବାହ ପାଇଁ ସବୁ ସମଗ୍ରୀ କିଣି ପ୍ରସ୍ତୁତି ସାରିଥିବା ବେଳେ  ବିବାହ ପ୍ରସ୍ତାବ ଭାଙ୍ଗିବାକୁ ବିରୋଧ କରିଥିଲେ। ତେବେ ପୁଲିସ ଏହି ମାମଲାରେ ହସ୍ତକ୍ଷେପ କରି ବୁଝାସୁଝା କରିଥିଲେ ମଧ୍ୟ ସହମତି ହୋଇ ପାରି ନଥିଲା। ଫଳରେ ବାହାଘର ଭାଙ୍ଗି ଯାଇଥିଲା। ତେବେ ଏହି ବିବାହକୁ ନେଇ    କିଛି ମାସ ପୂର୍ବରୁ ପାକିସ୍ତାନାରୁ ଏକ ଅଜବ ଘଟଣା ସାମ୍ନାକୁ  ଆସିଥିଲା। ଏଠାରେ ଜଣେ  ପାକିସ୍ତାନୀ ବର ପାକ ନୋଟରେ ତିଆରି ଫୁଲମାଳ ତାଙ୍କ ଭାବି ସ୍ତ୍ରୀକୁ ବିବାହ ବେଳେ ପିନ୍ଧାଇଥିଲେ। ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା। କିନ୍ତୁ ଭାରତରେ ଏହି ପରମ୍ପରା ଉପରେ କଟକଣା ରହିଛି। ଭାରତୀୟ ମୁଦ୍ରାକୁ ଏମିତି ଅପମାନ କରିବା ବାରଣ ରହିଛି।

Related story