କାଲିଠାରୁ ୩୦ ତାରିଖ ଯାଏ ପ. ବଙ୍ଗର ସବୁ ସରକାରୀ ଓ ଘରୋଇ ଅଫିସ ବନ୍ଦ

କୋଲକାତା: ମହମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ବଡ଼ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ। ଆସନ୍ତା କାଲିଠାରୁ ୩୦ ତାରିଖ ଯାଏ ପୂରା ରାଜ୍ୟରେ ସଂପୂର୍ଣ୍ଣ ଲକଡାଉନ ଲାଗୁ କରାଯିବ। ଲକଡାଉନ ସମୟରେ ଅର୍ଥାତ ସକାଳ ୬ଟାରୁ ୩୦ ତାରିଖ ସନ୍ଧ୍ୟା ୬ଟା ଯାଏ ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ଘରୋଇ ଅଫିସ ବନ୍ଦ ରହିବ। କେବଳ ଜରୁରୀ ସେବା କରୁଥିବା ଅଫିଟସ ଗୁଡ଼ିକ ଖୋଲା ରହିବ। ଉପଯୁକ୍ତ ପରିଚୟପତ୍ର ଦେଖାଇ ଏହାର […]

Lockdown

Hemant Lenka
  • Published: Saturday, 15 May 2021
  • , Updated: 18 May 2021, 01:44 PM IST

କୋଲକାତା: ମହମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ବଡ଼ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ। ଆସନ୍ତା କାଲିଠାରୁ ୩୦ ତାରିଖ ଯାଏ ପୂରା ରାଜ୍ୟରେ ସଂପୂର୍ଣ୍ଣ ଲକଡାଉନ ଲାଗୁ କରାଯିବ। ଲକଡାଉନ ସମୟରେ ଅର୍ଥାତ ସକାଳ ୬ଟାରୁ ୩୦ ତାରିଖ ସନ୍ଧ୍ୟା ୬ଟା ଯାଏ ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ଘରୋଇ ଅଫିସ ବନ୍ଦ ରହିବ।

କେବଳ ଜରୁରୀ ସେବା କରୁଥିବା ଅଫିଟସ ଗୁଡ଼ିକ ଖୋଲା ରହିବ। ଉପଯୁକ୍ତ ପରିଚୟପତ୍ର ଦେଖାଇ ଏହାର କର୍ମଚାରୀ ଯିବା ଆସିବା କରିବେ। ଜରୁରୀ ସେବାକୁ ଛାଡ଼ି ଦେଲେ ଆଉ କୌଣସି ଅଫିସ ଖୋଲି ପାରିବ ନାହିଁ। ସ୍କୁଲ ଓ କଲେଜ ମଧ୍ୟ ୩୦ ତାରିଖ ଯାଏ ବନ୍ଦ ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ତାଙ୍କ ଘୋଷଣା ଅନୁଯାୟୀ, କାଲିଠାରୁ ଲକଡାଉନ ଲାଗୁ କରାଯାଉଥିବାରୁ ଲୋକାଲ ଟ୍ରେନ, ମେଟ୍ରୋ ସେବା, ଆନ୍ତଃରାଜ୍ୟ ଟ୍ରେନ ଓ ବସ୍ ଚଳାଚଳ ଠାରୁ ଆରମ୍ଭ କରି ସବୁ କିଛି ବନ୍ଦ ରହିବ। ଜରୁରୀ ସାମଗ୍ର ନେଇ ଯାଉଥିବା ଟ୍ରକ୍‌କୁ ଛାଡ଼ିଦେଲେ ରାଜ୍ୟ ଭିତରକୁ ବାହାରୁ କିମ୍ବା ବାହାର ରାଜ୍ୟରୁ ପଶ୍ଚିମବଙ୍ଗକୁ କୌଣସି ଗାଡ଼ି ଆସିପାରିବ ନାହିଁ।

ଘରୋଇ କାର, ଟ୍ୟାକ୍ସି ଓ ଅଟୋ ମଧ୍ୟ ରାସ୍ତାରେ ଚାଲି ପାରିବ ନାହିଁ। ସମସ୍ତ କାର୍ଯ୍ୟକଳାପ ରାତି ୯ଟାରୁ ଭୋର ୫ଟା ଯାଏ ବନ୍ଦ ରହିବ। ଏହି ସମୟରେ ଲୋକଙ୍କ ଯାତାୟାତ ଓ ଗାଡ଼ି ଚଳାଚଳ କରିପାରିବ ନାହିଁ। ବ୍ୟାଙ୍କରେ ଦିନ ୧୦ଟାରୁ ଦିନ ୨ଟା କର୍ମଚାରୀମାନେ କାମ କରିପାରିବେ। ଅଯଥାରେ କେହି ବି ରାସ୍ତାକୁ ବାହାରିବେ ନାହିଁ। କ୍ଷୀର, ପନି ପରିବାର, ମାଛ, ମାଂସ ଓ ରୁଟି ବିକ୍ରି କରୁଥିବା ବଜାର ଏବଂ ମାର୍କେଟ ଗୁଡ଼ିକ ସକାଳ ୭ଟାରୁ ୧୦ଟା ଖୋଲା ରହିପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Related story