ପଶ୍ଚିମବଙ୍ଗରେ କରୋନା ବିସ୍ଫୋରଣ, ଦିନକରେ ୨୪,୦୦୦

କୋଲକାତା: ପଶ୍ଚିମବଙ୍ଗରେ କରୋନା ବିସ୍ଫୋରଣ। ରାଜ୍ୟରେ ଓମିକ୍ରନ୍‌ ସାଂଘାତିକ ରୂପ ଧାରଣ କରିଛି। ରବିବାର ଗୋଟିଏ ଦିନରେ  ୨୪,୨୮୭ ଜଣ ରେକଡ଼ସ୍ତରୀୟ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବ ଜଣାପଡ଼ିଛି। ସେଥିରେ କେବଳ କୋଲକାତାର ୮,୭୧୨ ନୂତନ ମାମଲା ରହିଛି। ଏଥିସହ ରାଜ୍ୟରେ ଶନିବାରର କୋଭିଡ୍‌ ପଜିଟିଭିଟି ହାର ୨୯,୬୦କୁ ବୃଦ୍ଧି ପା‌ଇଛି। ବର୍ତ୍ତମାନ ସୁଦ୍ଧା  ୭୫,୦୪୬ ଜଣ ହୋମ ଆଇସୋଲେସନରେ ଅଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ୨୪ ପ୍ରଗଣା, […]

Covid19

Tapas Behera
  • Published: Sunday, 09 January 2022
  • , Updated: 09 January 2022, 10:16 PM IST

କୋଲକାତା: ପଶ୍ଚିମବଙ୍ଗରେ କରୋନା ବିସ୍ଫୋରଣ। ରାଜ୍ୟରେ ଓମିକ୍ରନ୍‌ ସାଂଘାତିକ ରୂପ ଧାରଣ କରିଛି। ରବିବାର ଗୋଟିଏ ଦିନରେ  ୨୪,୨୮୭ ଜଣ ରେକଡ଼ସ୍ତରୀୟ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବ ଜଣାପଡ଼ିଛି। ସେଥିରେ କେବଳ କୋଲକାତାର ୮,୭୧୨ ନୂତନ ମାମଲା ରହିଛି। ଏଥିସହ ରାଜ୍ୟରେ ଶନିବାରର କୋଭିଡ୍‌ ପଜିଟିଭିଟି ହାର ୨୯,୬୦କୁ ବୃଦ୍ଧି ପା‌ଇଛି।

ବର୍ତ୍ତମାନ ସୁଦ୍ଧା  ୭୫,୦୪୬ ଜଣ ହୋମ ଆଇସୋଲେସନରେ ଅଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ୨୪ ପ୍ରଗଣା, ହାଓଡ଼ା, ହୁଗୁଳି, ଦକ୍ଷିଣ ପ୍ରଗଣା ଏବଂ ପଶ୍ଚିମ ବର୍ଦ୍ଧମାରେ ସଂଖ୍ୟାଧିକ ମାମଲା ରେକର୍ଡ଼ ହୋଇଛି।

ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋମେଟିକାଲ୍ ଜେନୋମିକ୍ସର ଗବେଷଣା ଅନୁଯାୟୀ, ପଶ୍ଚିମବଙ୍ଗରେ କୋଭିଡ୍ ଆକ୍ରାନ୍ତଙ୍କ ମଧ୍ୟରେ  ୭୧.୨ ପ୍ରତିଶତ ହେଉଛନ୍ତି ଓମିକ୍ରନ ଭ୍ୟାରିଆଣ୍ଟ ସଂକ୍ରମିତ।

ସେପଟେ ପଶ୍ଚିମବଙ୍ଗରେ ଆସନ୍ତା ୨୨ ଜାନୁଆରୀରେ ୪ଟି ମ୍ୟୁନିସିପାଲିଟି କର୍ପୋରେସନ୍ ପାଇଁ ନିର୍ବାଚନ ହେବ।  ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା କରୋନା ପ୍ରୋଟୋକଲ୍ ଏବଂ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଥିବାରୁ ପୁଲିସ ଜଣେ ବିଧାୟକଙ୍କ ସହ ୭ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି।  ହୁଗୁଲିର ଚନ୍ଦନନଗର ମ୍ୟୁନିସିପାଲିଟି କର୍ପୋରେସନ୍ ଅଞ୍ଚଳରେ ବିଜେପିର ପ୍ରଚାର ରାଲି ବନ୍ଦ କରିବା ପରେ ପୁଲିସ ବିଧାୟକଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରିଛି।

Related story