ହିଜାବ ବିବାଦ: ଓଢ଼ଣୀ, ପଗଡ଼ି ଓ କ୍ରସ ନେଇ କାହିଁକି ଚୁପ? ହାଇକୋର୍ଟଙ୍କୁ କହିଲେ ଓକିଲ

ବେଙ୍ଗାଲୁରୁ: କର୍ଣ୍ଣାଟକା ଶିକ୍ଷାନୁଷ୍ଠାନରେ ହିଜାବକୁ ନେଇ ବିବାଦ ଚାଲିଥିବା ବେଳେ ହାଇକୋର୍ଟରେ ଏହାର ଦୈନିକ ଶୁଣାଣି ଚାଲିଛି। କ୍ରମାଗତ ୪ ଦିନ ହେଲା ଶୁଣାଣି ଚାଲିଥିଲେ ମଧ୍ୟ ଏଯାଏ କୋର୍ଟ କୌଣସି ଚୂଡ଼ାନ୍ତ ରାୟ ପ୍ରକାଶ କରି ନାହାନ୍ତି। ଆସନ୍ତାକାଲି ମାମଲାର ପୁଣି ଶୁଣାଣି ହେବ। ତେବେ ମୁସଲିମ ଛାତ୍ରୀମାନଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ରବି କୁମାର ନିଜର ପକ୍ଷ ରଖି କହିଛନ୍ତି ଯେ କାହିଁକି କେବଳ ହିଜାବକୁ ଟାର୍ଗେଟ କରାଯାଉଛି? ଅନେକ ପିଲା ଶତାଧିକ […]

Hijab

Hemant Lenka
  • Published: Wednesday, 16 February 2022
  • , Updated: 16 February 2022, 06:44 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକା ଶିକ୍ଷାନୁଷ୍ଠାନରେ ହିଜାବକୁ ନେଇ ବିବାଦ ଚାଲିଥିବା ବେଳେ ହାଇକୋର୍ଟରେ ଏହାର ଦୈନିକ ଶୁଣାଣି ଚାଲିଛି। କ୍ରମାଗତ ୪ ଦିନ ହେଲା ଶୁଣାଣି ଚାଲିଥିଲେ ମଧ୍ୟ ଏଯାଏ କୋର୍ଟ କୌଣସି ଚୂଡ଼ାନ୍ତ ରାୟ ପ୍ରକାଶ କରି ନାହାନ୍ତି। ଆସନ୍ତାକାଲି ମାମଲାର ପୁଣି ଶୁଣାଣି ହେବ।

ତେବେ ମୁସଲିମ ଛାତ୍ରୀମାନଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ରବି କୁମାର ନିଜର ପକ୍ଷ ରଖି କହିଛନ୍ତି ଯେ କାହିଁକି କେବଳ ହିଜାବକୁ ଟାର୍ଗେଟ କରାଯାଉଛି? ଅନେକ ପିଲା ଶତାଧିକ ଧର୍ମୀୟ ସଙ୍କେତ ଧାରଣ କରୁଛନ୍ତି। ଏହା ମଧ୍ୟରେ ଓଢ଼ଣୀ, ଚୁଡ଼ି, ପଗଡ଼ି, କ୍ରସ ଓ ବିନ୍ଦି ଭଳି ଧର୍ମୀୟ ସଙ୍କେତ ରହିଛି। ମୁଁ କେବଳ ଧର୍ମୀୟ ସଙ୍କେତରେ ଥିବା ବିଶାଳ ବିବିଧତା କଥା କହୁଛି। ସବୁ ବର୍ଗର ଲୋକଙ୍କ ପାଇଁ ମୁଁ ଏକଥା କହୁଛି।

କାହିଁକି ସରକାର କେବଳ ହିଜାବ ପ୍ରସଙ୍ଗ ଉଠାଉଛନ୍ତି ଓ ପାତରଅନ୍ତର ନୀତି ଆପଣାଉଛନ୍ତି? ଚୁଡ଼ି ବି ପିନ୍ଧା ଯାଉଛି। ଏହା କ’ଣ ଧର୍ମୀୟ ସଙ୍କେ ନୁହେଁ? କାହିଁକି ଆପଣ କେବଳ ଏହି ଗରିବ ମୁସଲିମ ଝିଅମାନଙ୍କୁ ଟାର୍ଗେଟ କରୁଛନ୍ତି? ଛାତ୍ରୀମାନଙ୍କୁ ସେମାନଙ୍କ ଧର୍ମୀୟ ବିଶ୍ୱାସ ପାଇଁ କ୍ଲାସରୁମରୁ ବିଦା କରାଯାଉଛି।

ବିନ୍ଦି ଲଗାଇଥିବା ଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେଉନି। ଚୁଡ଼ି ପିନ୍ଧିଥିବା ଛାତ୍ରୀଙ୍କୁ ବାହାର କରାଯାଉନି। ଜଣେ ଖ୍ରୀଷ୍ଟିୟାନ କ୍ରସ ଚିହ୍ନ ଲକେଟ ପିନ୍ଧୁ ଥିଲେ ମଧ୍ୟ ଏହାକୁ କେହି ବି ଛୁଇଁବାକୁ ସାହାସ କରୁନାହାନ୍ତି। କାହିଁକି କେବଳ ମୁସଲିମ ଛାତ୍ରୀଙ୍କୁ ବାରଣ କରାଯାଉଛି?

ଏପରି ଆଚରଣ ସମ୍ବିଧାନର ଧାରା ୧୫କୁ ଉଲ୍ଲଙ୍ଘନ କରୁଛି। କ’ଣ ସରକାର ଅନ୍ୟ ଧର୍ମର ଚିହ୍ନନକୁ ବିଚାରକୁ ନେଉ ନାହାନ୍ତି? ହଜାବ କାହିଁକି ବୋଲି ସେ କୋର୍ଟଙ୍କ ଜରିଆରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ଗତ ମାସରେ ପ୍ରଥମେ କର୍ଣ୍ଣାଟକାର ଉଡୁପି ସ୍ଥିତ ଗାର୍ଲ୍ସ ପିୟୁ କଲେଜରୁ ହିଜାବ ବିବାଦ ଆରମ୍ଭ ହୋଇଥିଲା। ଏଠାରେ ପାଠପଢ଼ୁଥିବା ୬ ଜଣ ମୁସଲିମ ଛାତ୍ରୀ ହିଜାବ ପିନ୍ଧିଥିବାରୁ ସେମାନଙ୍କୁ କ୍ଲାସ କରିବାକୁ ଅନୁମତି ମିଳୁ ନଥିବା ଅଭିଯୋଗ କରିଥିଲେ। ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧୁଥିବାରୁ ଏହାକୁ ଦକ୍ଷିଣପନ୍ଥୀ ଶିକ୍ଷାର୍ଥୀମାନେ ଜୋରଦାର ବିରୋଧ କରୁଛନ୍ତି।

ଉଡୁପିରୁ ଆରମ୍ଭ ହୋଇଥିବା ଏହି ବିବାଦ କର୍ଣ୍ଣାଟକାର ବିଭିନ୍ନ କଲେଜରେ ପହଞ୍ଚିଲାଣି। ସେଠାରେ ମଧ୍ୟ ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ କଲେଜ କ୍ୟାମ୍ପସ ଓ କ୍ଲାସରେ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ। ହିଜାବକୁ ବିରୋଧ କରି ଦକ୍ଷିଣ ପନ୍ଥୀର ଶିକ୍ଷାର୍ଥୀମାନେ ବେକର ଗେରୁଆ ସ୍କାର୍ଭ ଓ ମୁଣ୍ଡରେ ପଗଡ଼ି ବାନ୍ଧି ଆସୁଛନ୍ତି। ଏହାକୁ ନେଇ ଦିନକୁ ଦିନ ବିବାଦ ବଢ଼ୁଥିବାରୁ ମାମଲା କର୍ଣ୍ଣାଟକା ହାଇକୋର୍ଟରେ ପହଞ୍ଚିଛି।

Related story