Advertisment

ପୁରୁଣା ଏବଂ ନୂଆ ତାଲିବାନ ମଧ୍ୟରେ ଫରକ କ’ଣ?

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନକୁ ଦଖଲ କରିଛି। ଏହାପରେ ନିଜର ଆଭିମୁଖ୍ୟ ବଦଳିଛି ବୋଲି ତାଲିବାନ ଏକ ପ୍ରକାର ନୂଆ ବାର୍ତ୍ତା ଦୁନିଆକୁ ଦେବାକୁ ଚେଷ୍ଟା କରୁଛି। ଯେଉଁଥିରେ ତାଲିବାନ କହିବାକୁ ଚେଷ୍ଟା କରୁଛି ଯେ ଏବେ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିଥିବା ତାଲିବାନ ପୁରୁଣା ତାଲିବାନଠାରୁ ଭିନ୍ନ। ୧୯୯୬ ରୁ ୨୦୦୧ ମଧ୍ୟରେ ତାଲିବାନ ଆଫଗାନିସ୍ତାନରେ କ୍ଷମତାରେ ଥିଲା। ଏହି ସମୟରେ ଉଭୟ ମହିଳା ଏବଂ ପୁରୁଷଙ୍କ ଉପରେ ଅନେକ କଠୋର ପ୍ରତିବନ୍ଧକ ଲଗାଉ ଦଣ୍ଡ ଦେଉଥିଲା ତାଲିବାନ। […]

ଅଦ୍ୟତନ ହୋଇଛି
ପୁରୁଣା ଏବଂ ନୂଆ ତାଲିବାନ ମଧ୍ୟରେ ଫରକ କ’ଣ?

Kandhar-kand

Advertisment

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନକୁ ଦଖଲ କରିଛି। ଏହାପରେ ନିଜର ଆଭିମୁଖ୍ୟ ବଦଳିଛି ବୋଲି ତାଲିବାନ ଏକ ପ୍ରକାର ନୂଆ ବାର୍ତ୍ତା ଦୁନିଆକୁ ଦେବାକୁ ଚେଷ୍ଟା କରୁଛି। ଯେଉଁଥିରେ ତାଲିବାନ କହିବାକୁ ଚେଷ୍ଟା କରୁଛି ଯେ ଏବେ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିଥିବା ତାଲିବାନ ପୁରୁଣା ତାଲିବାନଠାରୁ ଭିନ୍ନ। ୧୯୯୬ ରୁ ୨୦୦୧ ମଧ୍ୟରେ ତାଲିବାନ ଆଫଗାନିସ୍ତାନରେ କ୍ଷମତାରେ ଥିଲା। ଏହି ସମୟରେ ଉଭୟ ମହିଳା ଏବଂ ପୁରୁଷଙ୍କ ଉପରେ ଅନେକ କଠୋର ପ୍ରତିବନ୍ଧକ ଲଗାଉ ଦଣ୍ଡ ଦେଉଥିଲା ତାଲିବାନ।

Advertisment

ଏହିସମୟରେ ପାକିସ୍ତାନୀ ଆତଙ୍କବାଦୀମାନେ ଭାରତର ଏକ ଯାତ୍ରୀବାହୀ ବିମାନକୁ ଅପହରଣ କରି ନେଇଥିଲେ। ସେମାନେ ଏହି ବିମାନକୁ ନେଇଯାଇ ଆଫଗାନିସ୍ତାନର କାନ୍ଦାହାରରେ ରଖିଥିଲେ। ସେଠାରେ ତାଲିବାନ ଭାରତ ସରକାର ଏବଂ ପାକିସ୍ତାନୀ ଆତଙ୍କବାଦୀଙ୍କ ମଧ୍ୟରେ ମଧ୍ୟସ୍ଥି ଭୂମିକା ଗ୍ରହଣ କରିଥିଲା। ​​ଯେଉଁଥିରେ ଯାତ୍ରୀମାନଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିବା ବଦଳରେ ପାକିସ୍ତାନର ଆତଙ୍କବାଦୀଙ୍କୁ ମୁକ୍ତ କରିବାର ସର୍ତ୍ତ ରଖିଥିଲା ତାଲିବାନ। ଯାହାକୁ ଭାରତ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା।

ଡିସେମ୍ବର ୨୪, ୧୯୯୯ରେ ଅପହରଣ ହୋଇଥିଲା ଏୟାର ଇଣ୍ଡିଆର ଆଇସି ୮୧୪ ବିମାନ। ସେତେବେଳେ କ୍ୟାପଟେନ ଦେବୀ ଶରଣ (୫୭) ଏହି ବିମାନର ପାଇଲଟ ଥିଲେ। ଯିଏକି ତାଲିବାନ ଏବଂ ଆତଙ୍କବାଦୀଙ୍କ ବନ୍ଧୁକ ମୁନର ନିର୍ଦ୍ଦେଶକ୍ରମେ ଆକାଶମାର୍ଗରୁ କାନ୍ଧାହାରକୁ ବିମାନ ନେଇଯାଇଥିଲେ। ପାଖାପାଖି ୮ ଦିନ ଧରି ବିମାନ ଅପହରଣ ହୋଇଥିଲା। ଏହି ସମୟର ବନ୍ଧୁକ ମୁନର ଧମକ ଏବଂ ହିଂସାକୁ ପାଖରୁ ଦେଖିଥିବା ଏହି ପାଇଲଟ ଏବେ ପୁରୁଣା ତାଲିବାନ ଏବଂ ଏବେର ତାଲିବାନ ମଧ୍ୟରେ ପାର୍ଥକ୍ୟ କଣ ବଖାଣିଛନ୍ତି।

Advertisment

https://twitter.com/ANI/status/1428626422164201474?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1428626422164201474%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.timesnowhindi.com%2Findia%2Farticle%2Fold-taliban-vs-new-taliban-is-there-any-difference-between-them-know-what-air-india-1999-hijacked-flight-captain-say%2F359336

ସେ କହିଛନ୍ତି, ଆଫଗାନିସ୍ତାନର ପୁରୁଣା ତାଲିବାନ ଏବଂ ବର୍ତ୍ତମାନର ତାଲିବାନ ମଧ୍ୟରେ ସେମିତି କୌଣସି ପାର୍ଥ୍ୟକ୍ୟ ଥିବାର ଅନୁଭୁବ ହେଉନାହିଁ। ସେମାନେ ଯେତେବେଳେ କାନ୍ଦାହାରରେ ଭାରତର ବିମାନକୁ ଘେରି ରହିଥିଲେ ସେତେବେଳେ ଖୋଲା ଜିପରେ ରକେଟ ଲଞ୍ଚର ଧରି ବୁଲୁଥିଲେ। ଏବେ ବି ସମାନ ଅବସ୍ଥା ରହିଛି। କାବୁଲ ସମେତ ବିଭିନ୍ନ ଅଞ୍ଚଳରେ ଜିପ୍ ଉପରେ ରକେଟ ଲଞ୍ଚର ଧରି ତାଲିବାନୀ ବୁଲୁଛନ୍ତି।

ସେ କହିଛନ୍ତି, ଯଦି ପୁରୁଣା ତାଲିବାନ ଏବଂ ଆଜିର ତାଲିବାନ ମଧ୍ୟରେ ପାର୍ଥକ୍ୟ ରହିଛି ତାହେଲେ କେବଳ ଅଳ୍ପ ବହୁତ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ହୋଇଛି। ଏବେର ତାଲିବାନ ପୂର୍ବ ଅପେକ୍ଷା ଅଳ୍ପ ବହୁତ ଶିକ୍ଷିତ। ୧୯୯୯ରେ ଆମ ବିମାନକୁ ଘେରି ରହିଥିବା ଆତଙ୍କବାଦୀ ଅତ୍ୟଧିକ ଅସଭ୍ୟ ଥିଲେ।

ସେତେବେଳେ ଯାତ୍ରୀଙ୍କୁ ମୁକ୍ତି ପାଇଁ କେନ୍ଦ୍ର ସରକାର ଆଗରେ ଆତଙ୍କବାଦୀକୁ ଜେଲରୁ ଛାଡିବାକୁ ଦାବି କରିଥିଲେ ଅପହରଣକାରୀ। ପରେ କେନ୍ଦ୍ର ସରକାର ମୌଲାନା ମାସୁଦ ଅଜହର, ଅହମ୍ମଦ ଓମାର ସୟଦ ଶେଖ ଏବଂ ମୁସ୍ତାକ୍ ଅହମ୍ମଦକୁ ମୁକ୍ତ କରିବାକୁ ରାଜି ହୋଇଥିଲେ। ଏହି ତିନି ଆତଙ୍କବାଦୀକୁ କାନ୍ଦାହାରରେ ତାଲିବାନକୁ ହସ୍ତାନ୍ତର କରିଥିଲା ଭାରତ। ପରେ ଅପହରଣକାରୀ ଜଣେ ଯାତ୍ରୀଙ୍କୁ ହତ୍ୟା କରିଥିବା ବେଳେ ଅନେକଙ୍କୁ ମାଡ଼ ମାରି ଆହତ କରିଥିଲେ। ଯାହାର ଚିତ୍ରକୁ ମନେ ପକାଇଲେ ଆଜି ବି ସେହି ବିମାନରେ ଯାତ୍ରା କରିଥିବା ବ୍ୟକ୍ତି ଏବଂ ତାଙ୍କ ପରିବାର ଲୋକେ ଥରି ଉଠନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe