କଂଗ୍ରେସ ମୁଖିଆ ହେବେ କି କମଲନାଥ? ସୋନିଆ ଗାନ୍ଧିଙ୍କୁ ଭେଟିବା ପରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ଆଜି ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ଏହି ଭେଟଘାଟ ପରେ ସେ ଦଳର ପରବର୍ତ୍ତୀ ସଭାପତି ହେବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ନିଜେ କମଲନାଥ ଏହା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ସେ କହିଛନ୍ତି, “ମୁଁ କଂଗ୍ରେସ ସଭାପତି ପଦ ପାଇବି ବୋଲି କହିବା ସଂପୂର୍ଣ୍ଣ ଭୁଲ ଓ ନିରର୍ଥକ। ମୁଁ ସବୁବେଳେ ଶ୍ରୀମତୀ ଗାନ୍ଧିଙ୍କ ସହ ବୈଠକ କରେ। ଆଜି ମଧ୍ୟ ବୈଠକ ହୋଇଛି। […]

KamalNath

Hemant Lenka
  • Published: Thursday, 15 July 2021
  • , Updated: 15 July 2021, 07:53 PM IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ଆଜି ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ଏହି ଭେଟଘାଟ ପରେ ସେ ଦଳର ପରବର୍ତ୍ତୀ ସଭାପତି ହେବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ନିଜେ କମଲନାଥ ଏହା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

ସେ କହିଛନ୍ତି, “ମୁଁ କଂଗ୍ରେସ ସଭାପତି ପଦ ପାଇବି ବୋଲି କହିବା ସଂପୂର୍ଣ୍ଣ ଭୁଲ ଓ ନିରର୍ଥକ। ମୁଁ ସବୁବେଳେ ଶ୍ରୀମତୀ ଗାନ୍ଧିଙ୍କ ସହ ବୈଠକ କରେ। ଆଜି ମଧ୍ୟ ବୈଠକ ହୋଇଛି। ଦଳର ବିଭିନ୍ନ ପ୍ରସଙ୍ଗରେ ଆମେ ଆଲୋଚନା କରିଛୁ। ପଞ୍ଜାବ କଂଗ୍ରେସ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି।”

ଆସନ୍ତାବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦଳରେ ବିବାଦ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଓ ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ ଚାଲିଛି। ଏହାକୁ ସମାଧାନ କରିବା ପାଇଁ ବରିଷ୍ଠ ନେତାମାନେ ପ୍ରୟାସ କରୁଛନ୍ତି।

ଅମରିନ୍ଦରଙ୍କ ଘନିଷ୍ଠ ହେଉଛନ୍ତି କମଲନାଥ। ତେଣୁ ପଞ୍ଜାବ ସମ୍ପର୍କରେ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ସୋନିଆ ଗାନ୍ଧି ଆଜି କମଲନାଥଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। କମଲନାଥ ମଧ୍ୟାହ୍ନରେ ସୋନିଆ ଗାନ୍ଧିଙ୍କ ସହ ବୈଠକ କରୁଥିବା ବେଳେ ତାଙ୍କ ପଦୋନ୍ନତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ସେ ଦଳର କାର୍ଯ୍ୟକାରୀ ସଭାପତି କିମ୍ବା ଉପ ସଭାପତି ଭାବେ କାର୍ଯ୍ୟ କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। କିନ୍ତୁ ଦଳୀୟ ସୂତ୍ର ପ୍ରଥମେ ଏହି ଖବରରେ ସତ୍ୟତା ନଥିବା କହିଥିଲା। ଏହାପରେ କମଲନାଥ ସବୁ ସସପେନ୍ସ ଉପରୁ ପରଦା ହଟାଇଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସର ସଭାପତି ଓ କଂଗ୍ରେସ ୱାର୍କିଂ କମିଟି ସଦସ୍ୟଙ୍କ ନିର୍ବାଚନ ପାଇଁ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ। ଏହି ସମୟରେ ଦଳ ପକ୍ଷରୁ କୌଣସି ପଦପଦବୀରେ ଅଦଳବଦଳ ହେବନି। ସମ୍ଭବତଃ ସଂସଦର ମୌସୁମୀ ଅଧିବେଶନ ପରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ବୋଲି କୁହାଯାଉଛି।

Related story