ପାଇପ୍‌ରେ ପାଣି ବଦଳରେ ଆସୁଛି ବରଫ

ଜୟପୁର/ଜମ୍ମୁ:  ରାଜସ୍ଥାନର ମାଉଣ୍ଟ ଆବୁରେ ସିମ୍ଲା ଫିଲିଂ ବରଫରେ ଆଛାଦିତ ରାସ୍ତାଘାଟ, ଘର ଦ୍ୱାର ଏବଂ ଆସବାବପତ୍ର। ତାପମାତ୍ରା ମାଇନସ୍ ୬ ଡିଗ୍ରୀରେ ପହଞ୍ଚି ଥିବା ବେଳେ ନଦୀ ନାଳ ସବୁ ବରଫ ପାଲଟି ଯାଇଛି । ଘାସ ଗାଲିଚା ଓ ଗାଡ଼ି ଉପରେ ବରଫର ମୋଟା ଆସ୍ତରଣ ପଡ଼ିଥିବା ଦେଖିବାକୁ ମିଳୁଛି । ଏଠାକୁ ଆସିଥିବା ପର୍ଯ୍ୟଟକମାନେ ଏହାର ମଜା ନେଉଛନ୍ତି।  ସେପଟେ କଶ୍ମୀର ଶ୍ରୀନଗରରେ ପାଇପରୁ  ବାହାରୁଛି ବରଫ। ଯେଉଁ ପାଇପରୁ ପାଣି ବାହାରୁଥିଲା, […]

790

  • Published: Friday, 06 January 2023
  • , Updated: 06 January 2023, 07:51 AM IST

ଜୟପୁର/ଜମ୍ମୁ:  ରାଜସ୍ଥାନର ମାଉଣ୍ଟ ଆବୁରେ ସିମ୍ଲା ଫିଲିଂ ବରଫରେ ଆଛାଦିତ ରାସ୍ତାଘାଟ, ଘର ଦ୍ୱାର ଏବଂ ଆସବାବପତ୍ର। ତାପମାତ୍ରା ମାଇନସ୍ ୬ ଡିଗ୍ରୀରେ ପହଞ୍ଚି ଥିବା ବେଳେ ନଦୀ ନାଳ ସବୁ ବରଫ ପାଲଟି ଯାଇଛି । ଘାସ ଗାଲିଚା ଓ ଗାଡ଼ି ଉପରେ ବରଫର ମୋଟା ଆସ୍ତରଣ ପଡ଼ିଥିବା ଦେଖିବାକୁ ମିଳୁଛି । ଏଠାକୁ ଆସିଥିବା ପର୍ଯ୍ୟଟକମାନେ ଏହାର ମଜା ନେଉଛନ୍ତି।  ସେପଟେ କଶ୍ମୀର ଶ୍ରୀନଗରରେ ପାଇପରୁ  ବାହାରୁଛି ବରଫ। ଯେଉଁ ପାଇପରୁ ପାଣି ବାହାରୁଥିଲା, ଯେଉଁ ପାଇପରୁ ପିଇବା ପାଣି ଲୋକେ ନେଉଥିଲେ ଏବେ ସେଠୁ ବାହାରୁଛି ବରଫ ।

ଥଣ୍ଡା ଏତେ ଯେ, ପାନୀୟ ଜଳ ଯୋଗାଣ ହେଉଥିବା ପାଇପରୁ ବାହାରୁଛି ବରଫ। ପାଣି ପାଇଁ ସ୍ଥାନୀୟ ଲୋକେ ପାଇପକୁ ଗରମ କରୁଛନ୍ତି । ପାଇପ୍ ତଳେ ନିଆଁ ଜାଳି ବରଫରୁ ପାଣି ବାହାର କରୁଛନ୍ତି । ପ୍ରସିଦ୍ଧ ଡାଲ୍ ହ୍ରଦ ବି ବରଫ ପାଲଟି ଯାଇଛି । ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକଙ୍କ ଯାଆସ ପାଇଁ ପ୍ରମୁଖ ମାଧ୍ୟମ ହେଉଛି ଡାଲ୍।  ହେଲେ ବରଫ ଭିତରେ ଡଙ୍ଗା ଚଲାଇବା ଏବେ ହୋଇପଡ଼ିଛି ମୁସ୍କିଲ । ଗତ ମାସେ ଧରି କଶ୍ମୀରର ଅନେକ ସହରରେ ମାଇନସ୍ ଡିଗ୍ରୀ ତଳେ ରହିଛି ପାରଦ।

Related story