କ’ଣ ହେବ ବିପ୍ଳବଙ୍କ ଆଗାମୀ ପଦକ୍ଷେପ?

ଅଗରତାଲା: ଅପ୍ରତ୍ୟାଶିତ ଭାବେ ଶନିବାର ଅପରାହ୍ଣରେ ବିପ୍ଳବ କୁମାର ଦେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେବାର ମାତ୍ର କେଇ ଘଣ୍ଟା ପରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା ଓ ସେଥିରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମାଣିକ ସାହାଙ୍କୁ ନେତା ଚୟନ କରାଯାଇଥିଲା। ସେ ଆଜି ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତେବେ ହଠାତ୍ ଏଭଳି ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଲାଗି ରହିଛି। […]

Biplab Dev

Biplab Dev

Jitendra Garnayak
  • Published: Sunday, 15 May 2022
  • Updated: 15 May 2022, 10:26 AM IST

ଅଗରତାଲା: ଅପ୍ରତ୍ୟାଶିତ ଭାବେ ଶନିବାର ଅପରାହ୍ଣରେ ବିପ୍ଳବ କୁମାର ଦେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେବାର ମାତ୍ର କେଇ ଘଣ୍ଟା ପରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା ଓ ସେଥିରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମାଣିକ ସାହାଙ୍କୁ ନେତା ଚୟନ କରାଯାଇଥିଲା। ସେ ଆଜି ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତେବେ ହଠାତ୍ ଏଭଳି ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଲାଗି ରହିଛି।

କୁହାଯାଉଛି, ଦଳ ଭିତରେ ବିପ୍ଳବଙ୍କ ନେତୃତ୍ୱକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା। ସେଥିପାଇଁ ଦଳର କେନ୍ଦ୍ରୀୟ ନେତୃତ୍ୱ ବିପ୍ଳବଙ୍କ ସ୍ଥାନରେ ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଥିଲେ। ଅନ୍ୟପକ୍ଷରେ ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା କଥାକୁ ଦଳର କିଛି ବିଧାୟକ ସହଜରେ ଗ୍ରହଣ କରିପାରୁ ନଥିବା ଜଣାପଡ଼ିଛି। ତେବେ ନିଜେ ବିପ୍ଳବ ଏହି ପଦକ୍ଷେପରେ ଅସନ୍ତୁଷ୍ଟ ଅଛନ୍ତି କି? କ’ଣ ରହିବ ତାଙ୍କର ଆଗାମୀ ପଦକ୍ଷେପ? ଏହାକୁ ନେଇ ଆଲୋଚନା ଚାଲିଥିବା ବେଳେ ବିପ୍ଳବ ଗଣମାଧ୍ୟମରେ ଏନେଇ ଉତ୍ତର ରଖିଛନ୍ତି।

ସେ କହିଛନ୍ତି, ପୂରା ସମର୍ପିତ ହୋଇ ମୋ ଦାୟିତ୍ୱ ତୁଲାଉଥିଲି। ତେଣୁ ଭାବପ୍ରବଣ ହେବା ସ୍ୱାଭାବିକ। ମୋ ସହିତ କାମ କରିଥିବା ଦଳୀୟ ନେତା ଓ ବିଧାୟକ ବି ଏହି ପଦକ୍ଷେପରେ ଭାବପ୍ରବଣ ହେବା ସ୍ୱାଭାବିକ। ତେବେ ମୁଁ ମୋ କର୍ତ୍ତବ୍ୟ କରିବି। ଦଳୀୟ ନେତୃତ୍ୱ ଯେଉଁ ଦାୟିତ୍ୱ ଦେବେ ତାକୁ ନିର୍ବାହ କରିବି।

ବିପ୍ଳବ କହିଛନ୍ତି ଯେ ଆଗାମୀ ପଦକ୍ଷେପ ସଂପର୍କରେ ସେ କିଛି ନିଷ୍ପତ୍ତି ନେଇ ପାରିବେ ନାହିଁ। ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବା ଉଚିତ୍, ତାହା ଦଳ ନିଷ୍ପତ୍ତି କରିବ। ଦଳ ଯାହା କହିବ, ସେ ତାହା କରିବି। ଆମେ ବିଜେପିର ଶୃଙ୍ଖଳିତ ଯୋଦ୍ଧା।

ସେ ଆହୁରି କହିଛନ୍ତି, ତ୍ରିପୁରାରେ ବର୍ତ୍ତମାନ ଏକ ସ୍ଥିର ସରକାର ଚାଲିଛି। ଆସନ୍ତା ବର୍ଷ ନିର୍ବାଚନ ଅଛି। ତେଣୁ ଏବେ ତୃଣମୂଳ ସ୍ତରରେ ପହଞ୍ଚିବାର ବେଳ।

ସୂଚନାଯୋଗ୍ୟ, ଗତକାଲି ବିଧାୟକ ଦଳ ବୈଠକରେ ମାଣିକ ସାହା ନେତା ନିର୍ବାଚିତ ହେବା ପରେ ବିଧାୟକ ରାମ ପ୍ରସାଦ ପାଉଲ ରାଗି ଯାଇଥିଲେ। ସେ ପାଟିତୁଣ୍ଡ କରିବା ସହିତ ଚୌକି ଭାଙ୍ଗି ଦେଇଥିଲେ। କୁହାଯାଉଛି, ସେ ଚାହୁଁଥିଲେ ଉପମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବ ବର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story