ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। ଲକ୍ଷ୍ନୌସ୍ଥିତ ପୁଲିସର ହ୍ୱାଟସଆପ୍ ନମ୍ବରକୁ ଏହି ଅଭିଯୋଗ ଆସିଛି। କେହି ଜଣେ ଅଜଣା ବ୍ୟକ୍ତି ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ଜଣାପଡ଼ିଛି। ଗତ ଅଗଷ୍ଟ ୨ ତାରିଖରେ ଲକ୍ଷ୍ନୌ ପୁଲିସ ଏହି ଧମକପୂର୍ଣ୍ଣ ମେସଜ ପାଇଛି। ପୁଲିସ କଣ୍ଟ୍ରୋଲ ରୁମର ହ୍ୱାଟସ୍ ଆପ ନମ୍ବରକୁ ଏହି ମେସେଜ ଆସିଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦିଆଯାଇଥିଲା।
ଗତ ଫେବୃଆରୀ ମାସରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦିଆଯାଥିଲା । ସେତେବେଳେ ଏଭଳି ଏକ ଖବର ସାରା ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଯୋଗୀ ଆଦିତ୍ୟନାଥଙ୍କ ଗୋରଖନାଥ ମନ୍ଦିରକୁ ମଧ୍ୟ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା। ଲକ୍ଷ୍ନୌ ସ୍ଥିତ ଚାରବାଗ ରେଳ ଷ୍ଟେସନ ଓ ନିକଟସ୍ଥ ବସ ଷ୍ଟାଣ୍ଡ ଗୁଡ଼ିକୁ ବୋମା ପକାଇ ଉଡ଼ାଇ ଦେବାକୁ ଟ୍ୱିଟ୍ ଯୋଗେ ଧମକ ଦିଆଯାଇଥିଲା । ଏମିତି ବାରମ୍ବାର ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଆସିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଜାଲିଆତି ଅର୍ଡର ଦେଖାଇ ଥାନାରୁ ନେଇଗଲେ ଜବତ ଗାଡ଼ି, ବନ୍ଧା ହେଲେ ଓକିଲ
ଅବୈଧ ଖନନ ମାମଲାରେ ପୁଲିସ୍ ଜବତ କରିଥିବା ବାଇକ୍କୁ ଅଦାଲତର ଜାଲି ଆଦେଶ ଦେଖାଇ ଛଡ଼ାଇ ନେଇଥିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଓକିଲଜଣକ ।
National
ଏସିଡ୍ ଆକ୍ରମଣ ଓ ଦୁଷ୍କର୍ମ ପୀଡିତାଙ୍କଠୁ ଚିକିତ୍ସା ଫି' ନେବା ଅପରାଧ
ଦୁଷ୍କର୍ମ ପୀଡ଼ିତା, ପୋକ୍ସୋ ମାମଲାର ପୀଡ଼ିତା ତଥା ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ସମସ୍ତ ଡାକ୍ତରଖାନା, ନର୍ସିଂହୋମ୍, କ୍ଲିନିକ୍, ମେଡିକାଲ୍ ସେଣ୍ଟରର ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି।
National
ମିଲିଟାରୀ କଲୋନୀରୁ ମିଳିଥିଲା ନାବାଳିକାଙ୍କ ମୃତଦେହ, ବନ୍ଧା ହେଲେ ପଡ଼ୋଶୀ ଯୁବକ
ଏହି ମାମଲାର ଖୋଳତାଡ଼ କରି ପୁଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ମୃତା ନାବାଳିକାଙ୍କ ପଡ଼ୋଶୀ ବୋଲି ଜଣାଯାଇଛି।
National
ପୂର୍ବତନ ଗୃହ ସଚିବ ଅଜୟ ଭଲ୍ଲା ମଣିପୁର ରାଜ୍ୟପାଳ
କେରଳ ଓ ବିହାର ରାଜ୍ୟପାଳଙ୍କୁ ଅଦଳବଦଳ କରାଯାଇଛି। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାରକୁ ବଦଳି କରାଯାଇଥିବା ବେଳେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ କରାଯାଇଛି।
National
ମିଲିଟାରୀ ଅଞ୍ଚଳରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ, ପରିବାର ଲୋକ ଆଣିଲେ ଦୁଷ୍କର୍ମ ଅଭିଯୋଗ
ଗତକାଲି ସନ୍ଧ୍ୟାରୁ ନାବାଳିକା ଜଣଙ୍କ ନିଖୋଜ ରହିଥିଲେ। ବାପା ମା’ ରାତି ତମାମ ନିଖୋଜ ଝିଅକୁ ଖୋଜିଥିଲେ ହେଁ କୌଣସି ପ୍ରକାରର ସୁଫଳ ପାଇ ନଥିଲେ।