ୟୁପିରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ନିଜ ଆଡକୁ ଇସାରା କଲେ ପ୍ରିୟଙ୍କା

ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ଦିନ ଯେତେ ଗଡୁଛି ରାଜନୀତି ସେତିକି ବଢ଼ୁଛି। ଉତ୍ତରପ୍ରଦେଶରେ ଆସନ ହାତେଇବା ପାଇଁ ଆରମ୍ଭ ହୋଇଯାଇଛି ବଳ କଷାକଷି। ସବୁ ଦେଳର ନେତାମାନେ ଅଣ୍ଟା ଭିଡି ସାରିଲେଣ। କିଏ କେମିତି ଉପାୟରେ ଭୋଟରଙ୍କୁ ଆକୃଷ୍ଟ କରିବେ ସେଥିଲାଗି ଗୋଟି ଚଳାଉଛନ୍ତି। ଅନେକ ଦଳ ଉତ୍ତରପ୍ରଦେଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିସାରିଲେଣି। ତେବେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ? ତାକୁ ନେଇ ଜାରି ରହିଛି ସସ୍‌ପେନ୍ସ। ଏହାରି […]

Priynka gandhi

Madhupriya Mistry
  • Published: Friday, 21 January 2022
  • , Updated: 21 January 2022, 03:12 PM IST

ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ଦିନ ଯେତେ ଗଡୁଛି ରାଜନୀତି ସେତିକି ବଢ଼ୁଛି। ଉତ୍ତରପ୍ରଦେଶରେ ଆସନ ହାତେଇବା ପାଇଁ ଆରମ୍ଭ ହୋଇଯାଇଛି ବଳ କଷାକଷି। ସବୁ ଦେଳର ନେତାମାନେ ଅଣ୍ଟା ଭିଡି ସାରିଲେଣ। କିଏ କେମିତି ଉପାୟରେ ଭୋଟରଙ୍କୁ ଆକୃଷ୍ଟ କରିବେ ସେଥିଲାଗି ଗୋଟି ଚଳାଉଛନ୍ତି। ଅନେକ ଦଳ ଉତ୍ତରପ୍ରଦେଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିସାରିଲେଣି। ତେବେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ? ତାକୁ ନେଇ ଜାରି ରହିଛି ସସ୍‌ପେନ୍ସ। ଏହାରି ଭିତରେ କଂଗ୍ରେସ ମହାସଚିବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ଦେଇଛନ୍ତି ବଡ ଇସାରା।

ଉତ୍ତରପ୍ରଦେଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ପ୍ରିୟଙ୍କା। ଏଭଳି କିଛି ନିଜ ଆଡକୁ ଇସାରା କରି କହିଛନ୍ତି ଖୋଦ୍‌ କଂଗ୍ରେସ ମହାସଚିବ। ଆଜି ନିର୍ବାଚନୀ ଇସ୍ତିହାର ଘୋଷଣା ବେଳେ ୟୁପିରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଫେସ୍‌ କିଏ ହେବ ତାକୁ ନେଇ ପ୍ରଶ୍ନ ପଚରା ଯାଇଥିଲା। ଏହାର ଉତ୍ତରରେ ପ୍ରିୟଙ୍କା କହିଥିଲେ, 'ୟୁପିରେ କଂଗ୍ରେସ ଦଳରୁ ଆପଣ ଅନ୍ୟ କାହାର ଚେହେରା ଦେଖୁଛନ୍ତି କି? ମୋ ଚେହେରା ଆପଣମାନଙ୍କୁ ଦୃଶ୍ୟମାନ ହେଉ ନାହିଁ।' ଏଭଳି କିଛି କହି ସେ ନିଜ ଆଡକୁ ଇସାରା କରିଥିଲେ।

ସୂଚନା ମୁତାବକ, ଉତ୍ତରପ୍ରଦେଶ ନିର୍ବାଚନରେ କଂଗ୍ରେସ ମହିଳା ପ୍ରାର୍ଥୀଙ୍କ ଉପରେ ଅଧିକ ଫୋକସ୍‌ ଦେଉଛି। କଂଗ୍ରେସ ମହାସଚିବ ଏବଂ ଉତ୍ତରପ୍ରଦେଶ ଦଳ ପ୍ରଭାରୀ ପ୍ରିୟଙ୍କା ଗାନ୍ଧି ଗତ କିଛି ମାସ ତଳେ 'ଲଡକୀ ହୁଁ, ଲଢ଼ ସକତୀ ହୁଁ' ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ବିଧାନସଭା ନିର୍ବାଚନରେ ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦିଆଯିବ ବୋଲି ଘୋଷଣା କରିଥିଲେ ପ୍ରିୟଙ୍କା।

କଂଗ୍ରେସ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ତା'ର ୪୧ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏଥିରରେ ୧୬ ଜଣ ମହିଳା ପ୍ରାର୍ଥୀଙ୍କୁ ସ୍ଥାନ ଦେଇଛି କଂଗ୍ରେସ। ଦଳ ପକ୍ଷରୁ ଜାରି ହୋଇଥିବା ଦ୍ୱିତୀୟ ପ୍ରାର୍ଥୀ ପତ୍ର ତାଲିକାରେ ମଧ୍ୟ ୪୦ ପ୍ରତିଶତ ମହିଳାଙ୍କୁ ସ୍ଥାନ ମିଳିଛି। ଏହାପୂର୍ବୀରୁ କଂଗ୍ରେସ ଜାନୁଆରୀ ୧୩ ତାରିଖଣେ ୧୨୫ ଜଣ ପ୍ରାର୍ଥୀଙ୍କୁ ତାଲିକା ପ୍ରକାଶ କରିଥିଲା। ଏଥିରେ ମଧ୍ୟ ୫୦ ଜଣ ମହିଳାଙ୍କୁ ଦଳ ଟିକେଟ୍‌ ଦେଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତା ଫେବ୍ରୁଆରୀ ୧୦ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବ। ୭ଟି ପର୍ଯ୍ୟାୟରେ ୟୁପିରେ ଭୋଟ ଗ୍ରହଣ ହେବ। ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ।

Related story