ହୁ’ର ଚେତାବନୀ, ଜଣେ ମିଳିମିଳା ରୋଗୀ ୧୮ ଜଣଙ୍କୁ କରିପାରିବ ସଂକ୍ରମିତ

ନୂଆଦିଲ୍ଲୀ: ମିଳିମିଳାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ। ଜଣେ ମିଳିମିଳା ରୋଗୀ ୧୨ରୁ ୧୮ଜଣଙ୍କୁ ସଂକ୍ରମିତ କରିପାରିବ। ଭାରତ ସମେତ ସାରା ବିଶ୍ୱରେ ଦ୍ରୁତ ଗତିରେ ବଢି ଚାଲିଥିବା ମିଳିମିଳାର ସଂକ୍ରମଣ ଭିତରେ ଏଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛି ଡବ୍ଲ୍ୟୁଏଚଓ। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ମିଳିମିଳା ଗମ୍ଭୀର ରୂପ ଧାରଣ କରିଛି। ଏହି ଋତୁରେ ସ୍ଥିତି ଆହୁରି ଅଧିକ ଜଟିଳ ହେବାକୁ ଲାଗିଲାଣି। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ […]

Measles

Measles

Madhupriya Mistry
  • Published: Saturday, 26 November 2022
  • Updated: 26 November 2022, 02:16 PM IST

Sports

Latest News

ନୂଆଦିଲ୍ଲୀ: ମିଳିମିଳାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ। ଜଣେ ମିଳିମିଳା ରୋଗୀ ୧୨ରୁ ୧୮ଜଣଙ୍କୁ ସଂକ୍ରମିତ କରିପାରିବ। ଭାରତ ସମେତ ସାରା ବିଶ୍ୱରେ ଦ୍ରୁତ ଗତିରେ ବଢି ଚାଲିଥିବା ମିଳିମିଳାର ସଂକ୍ରମଣ ଭିତରେ ଏଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛି ଡବ୍ଲ୍ୟୁଏଚଓ। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ମିଳିମିଳା ଗମ୍ଭୀର ରୂପ ଧାରଣ କରିଛି। ଏହି ଋତୁରେ ସ୍ଥିତି ଆହୁରି ଅଧିକ ଜଟିଳ ହେବାକୁ ଲାଗିଲାଣି। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ୨୦୨୧ରେ ସାରା ବିଶ୍ୱରେ ୯୦ଲକ୍ଷ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ। ଯେଉଁଥିରୁ ୧ଲକ୍ଷ ୮୦ ହଜାର ରୋଗୀଙ୍କ ମୃତ୍ୟୁ ହୋଇଥିଲା। ବିଶ୍ୱର ୨୨ଟି ଦେଶରେ ଏହି ମାରାତ୍ମକ ଭୂତାଣୁ ବ୍ୟାପିଥିଲା। ଟିକାକରଣ ଏବଂ ସତର୍କ ନରହିବା ମିଳିମିଳା ବ୍ୟାପିବାର ମୁଖ୍ୟ କାରଣ ବୋଲି କୁହାଯାଇଥିଲା। ବର୍ତ୍ତମାନ ମହାମାରୀ କରୋନା ପାଇଁ ଟିକାକରଣରେ ହ୍ରାସ ଘଟିବା ଏବଂ ଲୋକେ ସଜାଗ ନରହିବା ଚିନ୍ତାର କାରଣ ସାଜିଛି।

ଗତବର୍ଷ ୪କୋଟି ଶିଶୁଙ୍କୁ ମିଳିମିଳା ଟିକା ଦିଆଯାଇପାରିନାହିଁ। ଏହା ମଧ୍ୟରେ ଏଭଳି ଅଢୋଇ କୋଟି ଶିଶୁ ଅଛନ୍ତି ଯେଉଁମାନେ ଟିକାର ପ୍ରଥମ ଡୋଜ୍ ନେଇନାହାଁନ୍ତି। ୧ କୋଟି ୪୭ ଲକ୍ଷ ଶିଶୁ ଟିକାର ଦ୍ୱିତୀୟ ଡୋଜ୍ ନେଇ ପାରି ନାହାଁନ୍ତି। ବିଶ୍ୱର ସବୁଠୁ ସଂକ୍ରାମକ ଭୂତାଣୁ ମଧ୍ୟରୁ ମିଳିମିଳା ଭୂତାଣୁ ଅନ୍ୟତମ। ଟିକାକରଣ ଦ୍ୱାରା ହିଁ ଏହାକୁ ରୋକାଯାଇ ପାରିବ। ସାରା ବିଶ୍ୱରେ ମିଳିମିଳାକୁ ନିୟନ୍ତ୍ରଣ କରିବାକୁ ହେଲେ ୯୫ ପ୍ରତିଶତଙ୍କୁ ଟିକାକରଣ ଜରୁରୀ।

ଏହାରି ଭିତରେ ମୁମ୍ବାଇରେ ମିଳିମିଳାର ସଂକ୍ରମଣ ଚିନ୍ତା ବଢାଇଛି। ଏଯାଏଁ  ୨୩୩ ଜଣ ମିଳିମିଳାରେ ଆକ୍ରାନ୍ତ ହୋଇଥିବା ବେଳେ ୧୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇସାରିଛି। ନିଜ ନିଜ ଶିଶୁଙ୍କୁ ଭ୍ୟାକସିନ୍ ଦେବାକୁ ବିଏମସି ପକ୍ଷରୁ ଅପିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story