ମୁଖ୍ୟମନ୍ତ୍ରୀ ପଦ ପାଇଁ ଚନ୍ନି କାହିଁକି?

ନୂଆଦିଲ୍ଲୀ: ପଞ୍ଜାବରେ କ୍ୟାପଟେନ୍ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କିଏ ହେବ ରାଜ୍ୟର ମୁଖିଆ, ତା’ ଉପରେ ସମସ୍ତଙ୍କ ନଜର ରହିଥିଲା। ଏବେ ଏହି ସସପେନ୍ସ ଉପରୁ ପର୍ଦ୍ଦା ଉଠିଛି। ଦୁଇଦିନର ମନ୍ଥନ ଏବଂ ଘନଘନ ବୈଠକ ପରେ ଚରଣଜିତ୍ ସିଂହ ଚନ୍ନିଙ୍କ ନାଁ ଫାଇନାଲ୍ ହୋଇଛି। ଏବେ ଚରଣଜିତ୍ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଚରଣଜିତଙ୍କ ନାଁ ଉପରେ ବିଧାୟକ ଦଳର ନେତା ମୋହର ଲଗାଇଥିଲେ। ପଞ୍ଜାବର କଂଗ୍ରେସ […]

Charanjit-Singh-Channi11

Charanjit-Singh-Channi11

Ranjit Kumar Jena
  • Published: Sunday, 19 September 2021
  • Updated: 19 September 2021, 08:30 PM IST

Sports

Latest News

ନୂଆଦିଲ୍ଲୀ: ପଞ୍ଜାବରେ କ୍ୟାପଟେନ୍ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କିଏ ହେବ ରାଜ୍ୟର ମୁଖିଆ, ତା’ ଉପରେ ସମସ୍ତଙ୍କ ନଜର ରହିଥିଲା। ଏବେ ଏହି ସସପେନ୍ସ ଉପରୁ ପର୍ଦ୍ଦା ଉଠିଛି। ଦୁଇଦିନର ମନ୍ଥନ ଏବଂ ଘନଘନ ବୈଠକ ପରେ ଚରଣଜିତ୍ ସିଂହ ଚନ୍ନିଙ୍କ ନାଁ ଫାଇନାଲ୍ ହୋଇଛି। ଏବେ ଚରଣଜିତ୍ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଚରଣଜିତଙ୍କ ନାଁ ଉପରେ ବିଧାୟକ ଦଳର ନେତା ମୋହର ଲଗାଇଥିଲେ। ପଞ୍ଜାବର କଂଗ୍ରେସ ପ୍ରଭାରୀ ହରିଶ ରାୱତ ଟ୍ୱିଟ୍ କରି ଏହାର ସୂଚନା ଦେଇଥିଲେ। ପାର୍ଟିର ହାଇକମାଣ୍ଡ ଚରଣଜିତଙ୍କ ନାଁ ଉପରେ ମୋହର ଲଗାଇ ତାଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଗାନ୍ଧି ପରିବାରର ନିକଟତର: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ପାଇଁ ନବଜୋତ୍ ସିଂହ ସିଦ୍ଧୁ ଓ ସୁଖଜିନ୍ଦର ସିଂହ ରନ୍ଧାୱାଙ୍କ ବ୍ୟତୀତ ସୁନୀଲ ଜାଖର ଓ ପ୍ରତାପ ସିଂହ ବାଜୱାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଥିଲା। ଏହା ପରେ ରବିବାର ସକାଳେ ବରିଷ୍ଠ କଂଗ୍ରେସ ନେତ୍ରୀ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅମ୍ବିକା ସୋନୀଙ୍କ ନାଁ ସାମ୍ନାକୁ ଆସିଥିଲା, କିନ୍ତୁ ସେ ପଛକୁ ହଟିଯାଇଥିଲେ। ଏହା ପରେ ପାର୍ଟି ଚରଣଜିତ୍ ସିଂହ ଚନ୍ନିଙ୍କ ଉପରେ ଭରସା ଦେଖାଇଲା। ଚନ୍ନି ଗାନ୍ଧି ପରିବାରର ଅତି ନିକଟତର ବୋଲି କୁହାଯାଉଛି।

ଚମକୌର ସାହିବ ଆସନରୁ ବିଧାୟକ: ଚରଣଜିତ୍ ସିଂହ ଚନ୍ନି ପଞ୍ଜାବର ଚମକୌର ସାହିବ ଆସନରୁ କଂଗ୍ରେସ ବିଧାୟକ ଅଛନ୍ତି। ଗତ ବିଧାନସଭା ନିର୍ବାଚନରେ ସେ ଆମ୍ ଆଦମୀ ପାର୍ଟି (ଆପ୍)ର ଚରଣଜିତ୍ ସିଂହଙ୍କୁ ୧୨ହଜାରରୁ ଅଧିକ ଭୋଟରେ ହରାଇଥିଲେ। ଏହା ପୂର୍ବରୁ ୨୦୧୨ ନିର୍ବାଚନରେ ସେ ପାଖାପାଖି ୩୬୦୦ ଭୋଟରେ ବିଜୟୀ ହୋଇଥିଲେ। ଚରଣଜିତ୍ ସିଂହ ଚନ୍ନି ଯୁବ କଂଗ୍ରେସ ସହ ମଧ୍ୟ ସାମିଲ୍ ହୋଇଥିଲେ ଏବଂ ଏହାରି ଭିତରେ ସେ ରାହୁଲ୍ ଗାନ୍ଧିଙ୍କ ନିକଟତର ହୋଇଥିଲେ।

ପଞ୍ଜାବ କଂଗ୍ରେସର ଦଳିତ ଶିଖ୍ ଚେହେରା: ଚରଣଜିତ୍ ସିଂହ ଚନ୍ନି ପଞ୍ଜାବ କଂଗ୍ରେସରେ ଭୋକାଲ ନେତା ରହିଆସିଛନ୍ତି। ସେ ପଞ୍ଜାବରେ ଜଣେ ପ୍ରମୁଖ ଦଳିତ ଶିଖ୍ ନେତା ଭାବେ ବେଶ୍ ପରିଚିତ। ଭାରତରେ ସର୍ବାଧିକ ଦଳିତଙ୍କ ସଂଖ୍ୟା ମଧ୍ୟ ପଞ୍ଜାବରେ ରହିଛି। ପଞ୍ଜାବରେ ଏମାନଙ୍କ ସଂଖ୍ୟା ୩୨% ପ୍ରତିଶତ ରହିଛି। ରାଜନୀତିକ ବିଶ୍ଳେଷକଙ୍କ ମୁତାବକ, ଦଳିତ ଶିଖ୍ ଚେହେରା ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ପୂର୍ବରୁ କୁହାଯାଉଥିଲା ଯେ ଦଳିତ ସମ୍ପ୍ରଦାୟର ଜଣେ ନେତା ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ଭାବେ ଦଳିତ ଶିଖ୍ ଚେହେରା ଚରଣଜିତ୍ ସିଂହ ଚନ୍ନିଙ୍କ ନାଁର ଘୋଷଣା କରାଯାଇଛି। ତା'ଛଡ଼ା ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଯେମିତି ବିଜେପି କିଛି ରାଜ୍ୟରେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରି ନିର୍ବାଚନ ଗୋଟି ଚଳାଇଛି। ଠିକ୍ କଂଗ୍ରେସ ମଧ୍ୟ ପଞ୍ଜାବରେ ଏଭଳି ଜଣେ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିଛି, ଯାହାଙ୍କ ହାତରେ ଦଳିତଙ୍କ ଭୋଟବ୍ୟାଙ୍କ୍ ରହିଛି।

#MeToo ମାମଲାରେ ଚନ୍ନିଙ୍କ ନାଁ: ଚରଣଜିତ୍ ସିଂହ ଚନ୍ନି ବିବାଦରେ ରହିସାରିଛନ୍ତି। ତାଙ୍କ ନାଁ #MeTooରେ ମଧ୍ୟ ସାମ୍ନାକୁ ଆସିଛି। ଚଳିତ ବର୍ଷ ମେ’ ମାସରେ ୩ ବର୍ଷ ତଳର ଏକ ପୁରୁଣା ମାମଲା ସାମ୍ନାକୁ ଆସିଥିଲା। ତାଙ୍କ ଉପରେ ଅଭିଯୋଗ ଆସିଥିଲା ଯେ ୨୦୧୮ରେ ସେ ଜଣେ ମହିଳା ଆଇଏଏସ୍ ଅଧିକାରୀଙ୍କୁ ଖରାପ ମେସେଜ୍ ପଠାଇଥିଲେ। ହେଲେ ମହିଳା ଜଣକ ଏହି ମାମଲାକୁ ନେଇ ଅଭିଯୋଗ ଦାୟର କରିନଥିଲେ, କିନ୍ତୁ ପଞ୍ଜାବ ମହିଳା କମିଶନ ଏହି ମାମଲାକୁ ନେଇ ମେ’ ମାସରେ ରାଜ୍ୟ ସରକାରଙ୍କୁ ନୋଟିସ୍ ପଠାଇଥିଲା। ସେତେବେଳେ ଏହି ମାମଲା ପୁଣିଥରେ ସାମ୍ନାକୁ ଆସିଥିଲା। ଏହା ପରେ ମହିଳା ଅଧିକାରୀ ପଞ୍ଜାବ ବାହାରକୁ ଟ୍ରାନ୍ସଫର୍ ହୋଇସାରିଥିଲେ।

ପଞ୍ଜାବ ସରକାରଙ୍କ ବୈଷୟିକ ଶିକ୍ଷା ମନ୍ତ୍ରୀ ଥିବା ଚରଣଜିତ ସିଂ ଚାନ୍ନିଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କୁ ଅଫିସରେ ଟସ୍ ପକାଉଥିବା ଦେଖିବାକୁ ମିଳିଥିଲା। ମେକାନିକାଲ୍ ଅଧ୍ୟାପକମାନଙ୍କୁ ଅନୁଷ୍ଠାନ ବଣ୍ଟନ ସହ ଜଡିତ ଏହି ଘଟଣା ପରେ ବିରୋଧୀ ଦଳ ତାଙ୍କୁ ଟାର୍ଗେଟ କରିଥିଲେ। ଏପରିକି ଆମ୍ ଆଦମୀ ପାର୍ଟି ତତ୍କାଳୀନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ନିକଟରେ ତାଙ୍କର ଇସ୍ତଫା ଦାବି କରିଥିଲେ।

ଡ୍ରଗ୍ସ ବିରୋଧରେ ଉଠାଇଥିଲେ ସ୍ୱର: ଚରଣଜିତ୍ ସିଂହ ଚନ୍ନି ପଞ୍ଜାବରେ ଡ୍ରଗ୍ ତଥା ଗୀତରେ ଏହାର ପ୍ରଚାରକୁ ବିରୋଧ କରି ଏହାକୁ ନିଷିଦ୍ଧ କରିବାକୁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ଭାବେ କ୍ୟାପଟେନ ଅମରିନ୍ଦର ସିଂହଙ୍କ କାର୍ଯ୍ୟକାଳରେ ସେ ସରକାରଙ୍କ ତ୍ରୁଟି ବିଷୟରେ ଅନେକ ଥର ସ୍ୱର ଉଠାଇଥିଲେ। ନବଜୋତ ସିଂ ସିଦ୍ଧୁଙ୍କ ପରି ସେ ମଧ୍ୟ ଅନ୍ୟତମ ବିଧାୟକ ଭାବେ କ୍ୟାପଟେନଙ୍କ ଇସ୍ତଫା ଦାବି କରିଥିଲେ। ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ସେ କେତେ ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ ସାବ୍ୟସ୍ତ ହେବେ, ତା’ ଉପରେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story